April 27, 2026

ଶ୍ଵଶୁର ଘରେ ପିଟି ପିଟି ମାରିଦେଲେ  ଜ୍ବାଇଁ କୁ ..L

IMG-20250701-WA0146
Share

 

ସୋର ( ଦେବାଶିଷ ଦାଶ )

 

ସୋରରେ ଚାଞ୍ଚଲ୍ୟ:

 

ସାବରଙ୍ଗର ଜ୍ୱାଇଁଙ୍କୁ ପିଟିପିଟି ମାରିଦେଲେl ଶଶୁର ଘର ଲୋକେ।ଶ୍ୱଶୁର ଘରକୁ ଆସିଥିବା ଜ୍ୱାଇଁକୁ ଶ୍ୱଶୁର ଘର ଲୋକେ ପିଟିପିଟି ମାରିଦେଇଥିବା ଜଣାପଡିଛି। ମୃତ୍ୟୁ ପୂର୍ବରୁ ଗୁରୁତର ଜ୍ୱାଇଁଙ୍କ ବୟାନ ଭିତ୍ତିକ ଭିଡିଓ କ୍ଲିପ ଓ ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ସାବରଙ୍ଗ ଗ୍ରାମର ଭାଗବତ ମଳିକ ଶଶୁର ଘର ଗୋପୀନାଥପୁର ପଞ୍ଚାୟତ ରଘୁନାଥପୁର ଗ୍ରାମକୁ ନିଜ ଶଶୁରଙ୍କ ଗତ ତିନିଦିନ ତଳେ ମୃତ୍ୟୁ ବରଣ କରିଥବାରୁ ଆସିଥିଲେ । ଗତକାଲି ରାତିରେ କୌଣସି କଥାରୁ ମୃତ ଶଶୁର ଶ୍ୟାମସୁନ୍ଦରଙ୍କ ପୁତୁରା ରାଜା ସହ ଭାଗବତଙ୍କର ଝଗଡା ହୋଇଥିଲା। ପରେ ରାଜା ଓ ତାଙ୍କର ତିନିଜଣ ସହଯୋଗୀ ଭାଗବତଙ୍କୁ କୌଣସି ଏକ ବିଲ ମଝିରେ ମାଡ ମାରିବା ସହ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। କୌଶଳବଶତଃ ଭାଗବତ ସେଠାରୁ ଖସି ପଳାଇ ଆସି ରାତି ସାରା ସୋର ପୌରପାଳିକା ଅନ୍ତର୍ଗତ ୧ ନଂ ୱାର୍ଡ଼ ଈଶ୍ୱରପୁର ମେଳଣ ପଡ଼ିଆ ନିକଟରେ ଥିବା କାଳୀକା ମନ୍ଦିର ବାରଣ୍ଡାରେ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ତାଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ନେବା ସହ ସୋର ପୋଲିସକୁ ଖବର ଦେଇଥିଲେ। ମାତ୍ର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଥିଲା। ଖବର ପାଇ ସୋର ପୋଲିସ ଡାକ୍ତରଖାନାରେ ପହଞ୍ଚିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏହାର କିଛି ସମୟ ପରେ ଭାଗବତଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ଭାଗବତଙ୍କ ପରିବାର ଲୋକେ ଡାକ୍ତର ଖାନା ପହଞ୍ଚି ନଥିବା ବେଳେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।