ଗୋବା ଗ୍ରାମରେ ଜଣଙ୍କୁ ହତ୍ୟା, ୪ଜଣ ଗୁରୁତର L
ଛତ୍ରପୁର.୧/୭/୨୦୨୫ (ଅରୁଣ କୁମାର ପଣ୍ଡା)ଛତ୍ରପୁର ଥାନା ଅନ୍ତର୍ଗତ ମାଧ ପୁର ପଞ୍ଚାୟତ ଗୋବା ଗ୍ରାମରେ ଗ୍ରାମ୍ୟ କମିଟି କୁ ନେଇ ଅଭାବନୀୟ ଘଟଣା ଘଟିଛି ଲୋକଙ୍କ ସଂଘବଦ୍ଧ ଆକ୍ରମଣ ରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି l ମୃତ ଜଣଙ୍କ ହେଲେ ଗୋବା ଗାଁ ର ତୋଫାନ ସ୍ୱାଇଁ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କ ର ମୃତ୍ୟୁ ହୋଇଛି ଆହତ ମାନେ ହେଲେ ସୁଧୀର କୁମାର ସ୍ଵାଇଁ, ନନ୍ଦ ବାରିକ, କାଳିଆ ସାହୁ ଓ ରାହୁଲ୍ ସ୍ଵାଇଁ l ଏମାନେ ଛତ୍ରପୁର ହସ୍ପିଟାଲ ଏବଂ ପରେ ବ୍ରହ୍ମପୁର ଏମକେସିଜିରେ ଭର୍ତି ହୋଇ ଚିକିଶ୍ଚିତ ହେଉଛନ୍ତି ଏମାନଙ୍କ ଉପରେ ଖଣ୍ଡା ଏବଂ ଲୁହା ରଡ଼ରେ ଆକ୍ରମଣ ହୋଇଛି ପରେ ବ୍ରହ୍ମପୁର ଏମକେସିଜି କୁ ଯାଇ
ଛତ୍ରପୁର ପୋଲିସ ଆହତ ଙ୍କୁ ଭେଟି ପଚରାଉଚରା କରିଥିଲେ ଛତ୍ରପୁର ଉପଖଣ୍ଡ ପୋଲିସ ଅଧିକାରୀ ଚନ୍ଦନ ଘଢେଇଙ୍କ ନେତୃତ୍ୱରେ ଛତ୍ରପୁର ଥାନାଧିକାରୀ ଓ ତାଙ୍କ ଟିମ୍ ଗୋବା ଗ୍ରାମରେ ପହଞ୍ଚି ଜୋରଦାର ଛାନଭିନ ଆରମ୍ଭ କରିଛନ୍ତି l ଏନେଇ ଆହତ ସୁଧୀର ଙ୍କ ପକ୍ଷରୁ ୨୦ଜଣଙ୍କ ନାଁ ରେ ଏତଲା ଦେଇଛନ୍ତି ସୂଚନା ଅନୁଯାୟୀ, ସକାଳ ୧୦ ଘଣ୍ଟ ସମୟରେ ଗୁରୁତର ତୋଫାନ ସ୍ଵାଇଁ ତାରାତାରିଣୀ ମନ୍ଦିରରୁ ଫେରୁଥିବା ସମୟରେ ଗୋବା ଗାଁ ଛକରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ୨୦ ରୁ ଉର୍ଧ୍ଵ ଜଣ ଦୁର୍ବୃତ୍ତ ସଙ୍ଘବଦ୍ଧ ଭାବେ ଖଣ୍ଡା, କାତି, ଠେଙ୍ଗା, ହକି ଷ୍ଟିକ୍, ଲୁହା ରଡ଼ ଆଦିରେ ଅତର୍କିତ ଆକ୍ରମଣ କରିଥିଲେ l ପରେ ଏସମ୍ପର୍କରେ ଖବର ପାଇ ତୋଫାନ ସ୍ଵାଇଁ ର କକା ପୁଅ ଭାଈ ସୁଧୀର ସ୍ୱାଇଁ ଓ ତାଙ୍କର ସମ୍ପର୍କୀୟ ଭାଇ ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ କିନ୍ତୁ ତାଙ୍କୁ ମଧ୍ୟ ଦୁର୍ବୃତ୍ତ ମାନେ ଛାଡ଼ି ନଥିଲେ ଫଳରେ ସେମାନେ ମଧ୍ୟ ଆହତ ହୋଇଥିଲେ l ଗ୍ରାମବାସୀଙ୍କ ସହାୟତାରେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଆହତ ମାନଙ୍କୁ ଅଣାଯାଇଥିଲା l ସେଠାରେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ତୋଫାନ ସ୍ୱାଇଁଙ୍କ ଦୁଇ ହାତ ଓ ଦୁଇ ଗୋଡ଼କୁ ହାଣିବା ସହ ଠେଙ୍ଗାରେ ବାଡେଇ ଭଙ୍ଗା ଯାଇଛି, ତେଣୁ ଅବସ୍ଥା ସାଙ୍ଘାତିକ ଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଆହତ ମାନଙ୍କ ଓ ଅନ୍ୟ ମାନଙ୍କ ପକ୍ଷରୁ କୁହାଯାଇଛି ଯେ ଗ୍ରାମ୍ୟ କମିଟି ୨ବର୍ଷ ପୂର୍ବେ ଗଠନ କରି ମନୋମୁଖୀ ଶାସନ କରୁଛନ୍ତି ଏଥିସହ ଅଯଥା ରେ ବହୁ ଲୋକଙ୍କ ଠାରୁ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଛି ଏହାର ପ୍ରତିବାଦ କରିବାରୁ ଏହି ଆକ୍ରମଣ ହୋଇଥିବା ଏମାନେ କହିଛନ୍ତି
