September 11, 2026

ପାଟପୁର କଲେଜ ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ଵ ଗ୍ରହଣ :

IMG-20250701-WA0092
Share

 

ପାଟପୁର ସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ର ନୂତନ ଅଧ୍ୟକ୍ଷ ଭାବରେ ପ୍ରାଣୀ ବିଜ୍ଞାନ ପ୍ରାଧ୍ୟାପକ ଡ. ଶଙ୍କର ପ୍ରସାଦ ଅଧିକାରୀ ଦାୟିତ୍ଵ ଗ୍ରହଣ କରିଛନ୍ତି।

ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଜୁନ୍ ୨୬ ରେ ପ୍ରେରିତ ପତ୍ର ୩୩୭୪୪ ନିର୍ଦ୍ଦେଶକ୍ରମେ ଆସ୍କା ବିଜ୍ଞାନ ମହାବିଦ୍ୟାଳୟ ରୁ ବଦଳି ହୋଇ ଅଧ୍ୟକ୍ଷ ଡ. ଅଧିକାରୀ ପାଟପୁର କଲେଜ ରେ ଯୋଗ ଦେଇଛନ୍ତି। ଏହି ଅବସର ରେ କର୍ମଚାରୀ ପରିଷଦ ପକ୍ଷରୁ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ତଥା କର୍ମଚାରୀ ପରିଷଦ ସମ୍ପାଦକ ଡ. କୈଳାଶ ଚନ୍ଦ୍ର ସ୍ୱାଇଁ ଙ୍କ ଦ୍ଵାରା ଏକ ସ୍ୱାଗତ ସମାରୋହ ଆୟୋଜିତ ହେଇଥିଲା। ଅଧ୍ୟକ୍ଷ ଡ. ଅଧିକାରୀ କଲେଜ ର ବିକାଶ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ସହ ଗୁଣାତ୍ମକ ଶିକ୍ଷା ଏବଂ ମାନ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଶୃଙ୍ଖଳିତ ବାତାବରଣ ରେ ଶିକ୍ଷା ପ୍ରଦାନ ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ ମହାରଣା ପୁଷ୍ପ ଗୁଚ୍ଛ ଏବଂ ଉପଢୌକନ ଦେଇ ଡ. ଅଧିକାରୀ ଙ୍କୁ ସମ୍ମାନିତ କରିଥିଲେ। ଡ. ସ୍ୱାଇଁ ନିଜ ବକ୍ତବ୍ୟ ରେ କର୍ମଚାରୀ ପରିଷଦ ପକ୍ଷରୁ କଲେଜ ର ମାନବୃଦ୍ଧି ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଏବଂ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।ଗୌରୀ ଶଙ୍କର ମହାପାତ୍ର ସଙ୍ଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ଅଧ୍ୟାପକ ତ୍ରିଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସାନଖେମୁଣ୍ଡିରୁ ବିଜୟ କୁମାର ପ୍ରଧାନଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର

You may have missed