ଜୁଲାଇ ୯ ଦେଶବ୍ୟାପୀ ହରତାଳ ପାଇଁ ଗଜପତି ଜିଲ୍ଲା ଏଆଇଟିୟୁସି ବୈଠକ ଅନୁଷ୍ଠିତ।

IMG-20250701-WA0095
Share

 

ପାରଳାଖେମୁଣ୍ଡି:୧/୭(ଗରୁଡ ଧ୍ୱଜ ଚୌଧୁରୀ)କେନ୍ଦ୍ର ସରକାରଙ୍କ ଶ୍ରମିକ ଶ୍ରେଣୀ, କୃଷକ, ଯୁବ, ଛାତ୍ର ସ୍ଵାର୍ଥ ବିରୋଧୀ ନୀତି ଦେଶର ସଂଖ୍ୟାଗରିଷ୍ଠ ଜନଗଣଙ୍କ ଜୀଵନଧାରଣକୁ ଦୁର୍ବିସହ କରାଇଥିବାରୁ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସ୍ଵାଧୀନ ଫେଡେରେଶନ ମାନଙ୍କ ସଂଯୁକ୍ତ ମୋର୍ଚ୍ଚା ଆହ୍ଵାନକ୍ରମେ ଜୁଲାଇ ୯ ଦେଶବ୍ୟାପୀ ହରତାଳ ଓ ସାଧାରଣ ଧର୍ମଘଟ ସଫଳତା ପାଇଁ ଆଜି ପୁର୍ଵାହ୍ନରେ ଏଆଇଟିୟୁସି ଗଜପତି ଜିଲ୍ଲା କମିଟି ବୈଠକ ଗଜପତି ଜିଲ୍ଲା ମୋଟର କର୍ମଚାରୀ ସଂଘ କାର୍ଯ୍ଯାଳୟରେ ସସ୍ମିତା ଵଡରୟିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂଯୋଜକ ନରସିଂହ ମାଲଵିଶୋୟୀ ବିବରଣୀ ଉପସ୍ଥାପନ କଲା ପରେ ଏଆଇଟିୟୁସି ରାଜ୍ଯ ସଂପାଦକ ଜୟନ୍ତ ଦାସ ଉଦବୋଧନ ଦେଇ ବିଜେପିର ନରେନ୍ଦ୍ର ମୋଦିଙ୍କ ସରକାର ଗତ ୨୦୧୪ରୁ ଏପର୍ଯ୍ଯନ୍ତ ଶାସନ କାଳରେ ଶ୍ରମିକ ଶ୍ରେଣୀକୁ ମଧ୍ୟଯୁଗୀୟ କ୍ରୀତଦାସରେ ପରିଣତ କରେଇଵାର ହୀନ ଷଡ଼ଯନ୍ତ୍ର କରିଛନ୍ତ। ଏହି ପରିପ୍ରେକ୍ଷୀରେ ଶ୍ରମିକ ଶ୍ରେଣୀ ସ୍ଵାର୍ଥ ବିରୋଧୀ ୪ ଶ୍ରମ କୋଡ଼ ରଦ୍ଦ, ଆଶା, ଅଙ୍ଗନଓ୍ଵାଡି, ପାଚିକା ସହାୟିକା, ଉଦ୍ୟାନ ସାଥୀ, ଗ୍ରାମ ପଞ୍ଚାୟତ କର୍ମଚାରୀ ସମେତ ମିଶନ ଶକ୍ତି ଓ ଜୀବିକା ମିଶନ ଇସି କର୍ମଚାରୀଙ୍କୁ ଓ୍ଵାର୍କର ମାନ୍ୟତା ପ୍ରଦାନ, ତୁରନ୍ତ ଭାରତୀୟ ଶ୍ରମ ସମ୍ମିଳନୀ ଆହ୍ଵାନ କରି ଦେଶର ଶ୍ରମିକ ଶ୍ରେଣୀର ସମସ୍ୟା ସମାଧାନ, ଶ୍ରମିକଙ୍କ ମାସିକ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା ପ୍ରଦାନ, ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ଵନ୍ଦ, ପୁରୁଣା ପେନସନ ସ୍କିମ୍ ପୁନର୍ଵାହାଲ, ଇପିଏଫ୍ ସର୍ବନିମ୍ନ ପେନସନ ହାର ମାସିକ ୯ ହଜାର ଟଙ୍କା, ଦରଦାମ ଵୃଦ୍ଧି ଵନ୍ଦ, ସରକାରଙ୍କ ପ୍ରତିଶୃତି ଭିତ୍ତିରେ କୃଷି ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ ଇତ୍ୟାଦି ଦାବିରେ ଜୁଲାଇ ୯ ତାରିଖରେ ଏହି ସାଧାରଣ ଧର୍ମଘଟ ଓ ହରତାଳ ସମଗ୍ର ଓଡ଼ିଶାର, ସମସ୍ତ ଶିଳ୍ପ, କଳ କାରଖାନା, ଵ୍ରଵସାୟ ଓ ବାଣିଜ୍ୟ ପ୍ରତିଷ୍ଠାନ, ସମସ୍ତ ସହର ବଜାର, ଵ୍ଲକ, ତହସିଲ ଠାରୁ ଆରମ୍ଭକରି ଜିଲ୍ଲା ଓ ରାଜ୍ଯ ସଦର ମହକୁମାରେ ହରତାଳ ଓ ସାଧାରଣ ଧର୍ମଘଟ କରାଯିଵ ବୋଲି ଆହ୍ଵାନ ଦେଇଥିଲେ। ଏହି ବୈଠକରେ ଏଆଇଟିୟୁସି ଜିଲ୍ଲା ଆବାହକ ରଞ୍ଜନ ମହାପାତ୍ର, ନିଖିଳ ଓଡ଼ିଶା ଆଶା କର୍ମୀ ସଂଘର ଇସ୍ରାଏଲ ମାଲୀ, ପ୍ରାଚିସ୍କା ନାଏକ, ନୀରଞ୍ଜନୀ ମାଲୀ,ସର୍ମିଷ୍ଠା ମିଶ୍ର, ଗଜପତି ଜିଲ୍ଲା ମୋଟର କର୍ମଚାରୀ ସଂଘର ଜଗନ୍ନାଥ ରାଓ, ସରୋଜିନୀ ବେହେରା, କୁମୁଦିନୀ ଲିମା,ପନିନା ସଵର, ହେମାମାଳିନୀ ପରିଛା,ଜ୍ୟୋତ୍ସ୍ନା ପାଇକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।