March 8, 2026

ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସମୁହ ଦୀପଦାନ 

IMG-20250622-WA0054
Share

 

 

ହାଟଡିହି (ମନ ମୋହନ ନାୟକ) ବିଜେଡ଼ି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ସୁସ୍ଥ ଆରୋଗ୍ୟ କାମନା କରି ଆଜି ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଛେନାପଦି ଛକ ସ୍ଥିତ ମା ବିଶ୍ଵତାରିଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ସମୁହ ଦୀପଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ପୁର୍ବତନ ଜିଲ୍ଲା ବିଜେଡ଼ି ସଭାପତି ବିମ୍ବାଧର ବିଶ୍ୱାଳ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ହାଟଡିହି ସରପଞ୍ଚ ଚିନ୍ମୟ ନାୟକ, ବରିଷ୍ଠ ବିଜେଡି ନେତା ବିଶ୍ୱନାଥ ନାୟକ, ଅକ୍ଷୟ ବରାଳ,ବିକ୍ରମ କିଶୋର ବିଶ୍ୱାଳ, ବିମଳ କିଶୋର ଜେନା, ମାର୍କଣ୍ଡ ଚରଣ ଓଝା, ଗୋପାଳ ନାୟକ, ଉଦୟନାଥ ସା, ସୁବୋଧ ପଣ୍ଡା, ଧୂଶାସନ ସାହୁ, ଦୀପ୍ତି ରଞ୍ଜନ ଦାସ, ମୂଷା ପଣ୍ଡା, କାମପାଳ ନାୟକ, ଶ୍ରୀକାନ୍ତ ନାୟକ, ଗୌରାଙ୍ଗ ରଣା, ବରାଦ ପ୍ରସନ୍ନ ନାୟକ, ବିନୟ କୁମାର ନାୟକ, ଅନାଦି ଚରଣ ବରାଳ, କୈଳାସ ରାଉତ, ବିନୟ ସିଂ, ଜଗନ୍ନାଥ ନାୟକ, ମନୋଜ ବରାଳ, ରମେଶ ଦାସ, ଟୁନା ସା, ନଟବର ସାଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ସାମିଲ୍ ହୋଇ ନବୀନ ବାବୁଙ୍କ ଅତିଶିଘ୍ର ସୁସ୍ଥ ହୋଇ ଫେରନ୍ତୁ ବୋଲି ମା ତାରିଣୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ।