April 27, 2026

ମୋରଦା ଅବକାରୀ ବିଭାଗ ର ଅଚାନକ ଚଢାଉ,ତିନି ଗିରଫ ..

IMG-20250619-WA0021
Share

 

 

ମୟୂରଭଞ୍ଜ ଜିଲ୍ଲା ମୋରଡା ଅବକାରୀ ବିଭାଗ ଆଜି ଦୁଇଟି ସ୍ଥାନରେ ଚଢ଼ାଉ କରି ବେଆଇନ ଦେଶୀ ବିଦେଶୀ ମଦକୁ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛି l ଅବକାରୀ ଅଧିକାରୀ ଦୀପକ କୁମାର ରାଉତଙ୍କ ସୂଚନା ମୁତାବକ ଆଜି ଅବକାରୀ ବିଭାଗ ସୋନପୁରିଆ ଗ୍ରାମରେ ଚଢ଼ାଉ କରି ୧୫ ଲିଟର ଦେଶୀ ମଦ ଜବତ କରିବା ସହିତ ସାଳତି ହେମ୍ବ୍ରମ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଏନେଇ ଅବକାରୀ ଥାନାରେ ୫୩/୨୫ରେ ଏକ ମାମଲା ରୁଜୁ ହୋଇଛି l ଏହାପରେ ଅବକାରୀ ବିଭାଗ ପୁଟକିଶୋଳ ଗ୍ରାମରେ ଚଢ଼ାଉ କରି ସୁମନ୍ତ ରାଜ ଏବଂ କିଶୋର ଚନ୍ଦ୍ର ତୁଙ୍ଗ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଉଭୟଙ୍କ ନିକଟରୁ ମୋଟ ୯ ଲିଟର ବିଦେଶୀ ମଦ ଜବତ କରିଛି l ଏନେଇ ଥାନାରେ ୫୧/୨୫ ଓ ୫୨/୨୫ ରେ ଦୁଇଟି ମାମଲା ରୁଜୁ କରାଯାଇଛି ।

ରିପୋର୍ଟ ବିଭୂତି ରାଉତ