April 28, 2026
ajiro khabar
Share

 

 

୧-ଜୁନ୍ ୧୮ ରୁ ୨୩ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ବଜ୍ରପାତ ଏବଂ ପବନ ବହିବାର ସମ୍ଭାବନା ଥିବାରୁ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ଆସାମ ଏବଂ ମେଘାଳୟ ପାଇଁ ରେଡ୍ ଆଲର୍ଟ ଜାରି କରିଛି ଆଇଏମଡି।

 

୨-ଭୁବନେଶ୍ୱର:ଦୂଷିତ ପାଣି ଯୋଗୁ ଡାଇରିଆ ବ୍ୟାପିଥିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଲେ କେନ୍ଦ୍ରୀୟ ଟିମ୍ ।

 

୩-କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା ହେଲା ଯୁବ ଓ ବାଲ୍‌ ସାହିତ୍ୟ ପୁରସ୍କାର, ସୁବ୍ରତ ସେନାପତିଙ୍କୁ ଯୁବ ପୁରସ୍କାର ଓ ରାଜକିଶୋର ପାଢୀଙ୍କୁ ମିଳିବ ବାଲ୍‌ ସାହିତ୍ୟ ପୁରସ୍କାର।

 

୪-ଭୁବନେଶ୍ୱର:ଡାଇରିଆ ଡ଼ର ଯାଇନି ଏପଟେ ରାଜଧାନୀରେ ମାଡ଼ିଲାଣି ଜଣ୍ଡିସ୍‌; ୫୦ ଆକ୍ରାନ୍ତ ଚିହ୍ନଟ ପରେ ଚିନ୍ତାରେ ସ୍ୱାସ୍ଥ୍ୟବିଭାଗ।

 

୫-ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ନବୀନ ପଟ୍ଟନାୟକ: ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟା ନେଇ ହେବେ ଚିକିତ୍ସିତ।

 

୬-ଦୀଘା ମୁହାଁଣରେ ମତ୍ସ୍ୟଜୀବିଙ୍କ ଜାଲରେ କୁଇଣ୍ଟାଲ କୁଇଣ୍ଟାଲ ଇଲିସି , ଶସ୍ତା ହୋଇପାରେ ଦାମ।

 

୭-କଟକ:CMC ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି କମ୍ପାନୀରେ ରେଡ୍; ବିଶୁଦ୍ଧ ନ କରି ବିକ୍ରି କରୁଥିବାର ହୋଇଥିଲା ଅଭିଯୋଗ।

 

୮-ମାଷ୍ଟରକ୍ୟାଣ୍ଟିନ ରେଲୱେ ଷ୍ଟେସନ:ରାତାରାତି ୮ ଗୁଣ ବଢିଗଲା ପାର୍କିଂ ଫି’, ମୁଣ୍ଡରେ ହାତ ଦେଲେଣି ଲୋକେ।

 

୯-ନନ୍ଦନକାନନ-ବାରଙ୍ଗରେ ନିମ୍ନମାନର ଖାଦ୍ୟ ବିକ୍ରି, ଆଶଙ୍କାରେ ପର୍ଯ୍ୟଟକ ଓ ଅଞ୍ଚଳବାସୀ।

 

୧୦-ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା : ଘଟଣାସ୍ଥଳରେ ଯାଞ୍ଚ କଲା ଟିମ୍।

 

୧୧-ମଞ୍ଚେଶ୍ବର, ସମେଇଗାଡିଆ ବଜାର:ଠେଲିଲେ ଚାଲୁଛି PCR, ସ୍ମାର୍ଟ ସିଟିରେ ଏମିତି; ଉପାନ୍ତରେ କେମିତି?

 

୧୨-ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ AI ଭିଡିଓ ପୋଷ୍ଟ କରି ବନ୍ଧା ହେଲେ ରାୟଗଡ଼ାର ଯୁବକ କିଶୋର କୌଶଲ୍ୟ।

 

୧୩-ବ୍ରହ୍ମପୁର:ପାଳଝଡ଼ି ଡବଲ୍ ମର୍ଡର ଘଟଣା, ଚାରି ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍।

 

୧୪-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ନଜରରେ ରଖି ୨୦ ତାରିଖରେ କଟକ ଓ ଭୁବନେଶ୍ବରରେ ସମସ୍ତ ସ୍କୁଲ ଛୁଟି ଘୋଷଣା।

 

୧୫-ବଦଳିଲା ଫାଷ୍ଟ୍ୟାଗ୍‌ ନିୟମ, ଅଗଷ୍ଟ ୧୫ରୁ ବାର୍ଷିକ ଫାଷ୍ଟାଗ୍‌ ବ୍ୟବସ୍ଥା ହେବ, ଏଣିକି ବାର୍ଷିକ ୩ ହଜାର ଟଙ୍କା ଦେଇ ପାଇପାରିବେ ସୁବିଧା।

 

୧୬-୧୫ ଦିନରେ ମିଳିବ ସଂଶୋଧିତ ଭୋଟର ଫଟୋ ପରିଚୟ ପତ୍ର।

 

୧୭-ଭାରତ-କାନାଡ଼ା ସରକାରଙ୍କ ବଡ଼ ନିଷ୍ପତ୍ତି, ଉଭୟ ଦେଶରେ ପୁଣି ଖୋଲାଯିବ ଦୂତାବାସ।

 

୧୮-ଡେରାଡୁନ:କେଦାରନାଥ ଯାତ୍ରା ହେଲା ଶେଷଯାତ୍ରା,ଭୂସ୍ଖଳନରେ ଦୁଇ ମୃତ, ୩ ଆହତ।

 

୧୯-୨୦୩୦ ସୁଦ୍ଧା ସଡକ ଦୁର୍ଘଟଣା ୫୦% ହ୍ରାସ ଲକ୍ଷ୍ୟ – ନୀତିନ ଗଡକରୀ।

 

୨୦-ଅହମଦାବାଦ:ଚିହ୍ନଟ ହେଲା ୧୯୦ ଯାତ୍ରୀଙ୍କ DNA, ପରିଜନଙ୍କୁ ଦିଆଯାଇଛି ୧୫୯ ଶବ

 

୨୧-ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ଅପରେସନ ସିନ୍ଧୁ ଆରମ୍ଭ, ଫେରୁଛନ୍ତି ୧୧୦ ଭାରତୀୟ ଛାତ୍ର – ହେଲ୍ପଲାଇନ ନମ୍ବର ଜାରି:+୯୮ ୯୧୨୮୧୦୯୧୧୫,ଓ +୯୮ ୯୧୨୮୧୦୯୧୦୯

 

*🙏 ସୁପ୍ରଭାତ 🙏*

You may have missed