November 16, 2024
Share

*╭───────────────────╮*
*🌄ସକାଳର ଖବର, ୧୮-ଏପ୍ରିଲ-୨୦୨୩, ମଙ୍ଗଳବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜିଠାରୁ ରାଷ୍ଟ୍ରପତିଙ୍କ ୪ ଦିନିଆ ଶିମଲା ଗସ୍ତ, ଆସନ୍ତାକାଲି ଶିମଲାରେ ତୁଲିପ ଗାର୍ଡେନ ଉଦ୍‌ଘାଟନ କରିବେ ଏବଂ ସନ୍ଧ୍ୟାରେ ସେ ରାଜଭବନରେ ଏକ ନାଗରିକ ସମ୍ବର୍ଦ୍ଧନାରେ ଯୋଗ ଦେବେ।

➡️୨-ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ଅତ୍ୟାବଶ୍ୟକ ସେବା ଆଇନ । ଏଣିକି ଡାକ୍ତରଖାନାର କୌଣସି କର୍ମଚାରୀ ଆନ୍ଦୋଳନ କରିପାରିବେ ନାହିଁ ।

➡️୩-ରାଜ୍ୟରେ ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଏକକ ଗବେଷଣା ନୀତି ବା ‘Uniform Research Policy’ l ଏ ନେଇ ସମସ୍ତ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗ ଦେଲେ ନିର୍ଦ୍ଦେଶ l

➡️୪-ଏଣିକି ଡ୍ୟୁଟି କ୍ଷେତ୍ରରେ ଆଉ ମନମୁଖୀ ଶାସନ ଚଳିବନି l ରାଜ୍ୟର ସମସ୍ତ ମେଡିକାଲରେ ବାୟୋମେଟ୍ରିକ ବ୍ୟବସ୍ଥା ହେଲା ବାଧ୍ୟତାମୂଳକ l

➡️୫-ଗଞ୍ଜାମ ଜିଲ୍ଲାକୁ ମିଳିଲା ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩। ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

➡️୬-ଛଟପଟ ହେଉଛି ଓଡ଼ିଶା, ୪୩ ଡିଗ୍ରି ଉପରେ ରାଜ୍ୟର ୯ ସହର, ୨୧ଯାଏ ସ୍ଥିତି ଗମ୍ଭୀର l

➡️୭-ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଆଜିଠାରୁ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଟ୍ରିବ୍ୟୁନାଲ ୨୦ଟି ସ୍ଥାନ ପରିଦର୍ଶନ କରିବେ।

➡️୮-ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ୪୪.୨ଡିଗ୍ରି ସହ ବାରିପଦା ହେଲା ସବୁଠାରୁ ଉତ୍ତପ୍ତ ସହର l

➡️୯-ରାଜଧାନୀରେ ଆହୁରି କଡ଼ାକଡ଼ି ହେବ ଭିଭିଆଇପି ସୁରକ୍ଷା। ଏଥିପାଇଁ ସ୍ପେଶାଲ ସିକ୍ୟୁରିଟି ୱିଙ୍ଗ ତିଆରି କଲେ କମିଶନରେଟ୍ ପୁଲିସ।

➡️୧୦-ଭୁବନେଶ୍ବରରେ ଚଳିତମାସ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍‌ର ତୃତୀୟ ବୈଠକ ହେବ। ଏଥିରେ ଜି-୨୦ ସମୂହ ଦେଶର ପ୍ରତିନିଧି ଯୋଗଦେବେ।

➡️୧୧-ଆସନ୍ତାକାଲି ମୁମ୍ବାଇଠାରେ ଇଣ୍ଡିଆ ଷ୍ଟିଲ୍ ୨୦୨୩ର ଉଦ୍‌ଘାଟନ କରିବେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ l

➡️୧୨-କ୍ଷତିରେ ଚାଲୁଥିବା ବିମାନ କଂପାନି ‘ଗୋ ଫାଷ୍ଟ୍‌’ ହେବ ବିକ୍ରି l ଗୋ ଫାଷ୍ଟ୍‌ ହେଉଛି ୧୮ ବର୍ଷ ପୁରୁଣା ବିମାନ କଂପାନି।

➡️୧୩-ଦିଲ୍ଳୀ ମଦ ଦୁର୍ନୀତି ମାମଲାରେ ଜେଲରେ ରହିବେ ମନୀଷ ସିସୋଦିଆ, ୨୯ ଯାଏଁ ବିଚାର ବିଭାଗୀୟ ମିଆଦ ବଢ଼ାଇଲେ କୋର୍ଟ l

➡️୧୪-ପାଇକାରୀ ବଜାରରେ ଦରବୃଦ୍ଧିରୁ ମିଳିଲା ଆଶ୍ବସ୍ତି, ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି ୧.୩୪ ପ୍ରତିଶତକୁ ଖସିଛି ଯାହା ଗତ ୨୯ ମାସ ଭିତରେ ସର୍ବନିମ୍ନ।

➡️୧୫-ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯଇଥିବା ରିପୋର୍ଟ ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷରେ ଆମେରିକା ହେଲା ଭାରତର ସବୁଠାରୁ ବଡ ଟ୍ରେଡିଂ ପାର୍ଟନର l

➡️୧୬-ଷ୍ଟାର୍‌ ଇଣ୍ଡିଆ ସହିତ ହୋଇଥିବା ମିଡିଆ ଅଧିକାର ଚୁକ୍ତିରୁ ବିସିସିଆଇ ୭୮.୯୦ କୋଟି ଟଙ୍କା କଲା ଛାଡ଼ l

➡️୧୭-ଭାରତକୁ ଘେରିବାକୁ ଚାଲାକ୍ ଚୀନର ରଣନୀତି; ଅରୁଣାଚଳ ସୀମାରେ ବର୍ଡର ଡିଫେନ୍ସ ଫୋର୍ସକୁ ସ୍ବତନ୍ତ୍ର ତାଲିମ୍

➡️୧୮-ଡେଭନ୍‌ କନୱେ ଓ ଶିବମ ଦୁବେଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଗତକାଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) କୁ ରୋମାଞ୍ଚକ ଭାବେ ୮ ରନ୍‌ରେ କଲା ପରାସ୍ତ l

➡️୧୯-ଦିନେଶ ମୋଙ୍ଗିଆ ଓଡ଼ିଶା ପୁରୁଷ ସିନିୟର ଦଳର ଓ ରୁମେଲି ଧର ମହିଳା ଦଳର ପ୍ରଶିକ୍ଷକ ହେଲେ ନିଯୁକ୍ତ l

➡️୨୦-କ୍ବାଲାଲମ୍ପୁରରେ ଶେଷ ହୋଇଥିବା ମାଲେସିଆନ୍‌ ଆମନ୍ତ୍ରଣୀୟ ଏଜ୍‌ ଗ୍ରୁପ୍‌ ସନ୍ତରଣ ପ୍ରତିଯୋଗିତାରେ ବଲିଉଡ୍‌ ଅଭିନେତା ଆର୍‌ ମାଧବନ୍‌ଙ୍କ ପୁଅ ବେଦନାନ୍ତଙ୍କୁ ମିଳିଲା ୫ଟି ସ୍ବର୍ଣ୍ଣ ପଦକ l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ‘ଆନ୍ତର୍ଜାତିକ ସ୍ମାରକୀ ଓ ସ୍ଥଳୀ ଦିବସ’।
*🔅ଆଜି ଶିବ ଚତୁର୍ଦଶୀ ଉପବାସ ଓ ବେଢା ପରିକ୍ରମା ll*
*🔅ଆଜି ଜାତୀୟ ସ୍ତମ୍ଭକାର ଦିବସ ll*
*🔅ଆଜି ଗୁରୁ ଅଙ୍ଗଦ ଦେବଙ୍କ ଜନ୍ମଦିନ ll*
*🔅ଆଜି ଜିମ୍ବାୱେ ର ସ୍ବାଧୀନତା ଦିବସ ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*