ଆଜିର ଖବର..
୧-ପୁରୀ ରଥଯାତ୍ରା ପାଇଁ ୩୬୫ ସ୍ୱତନ୍ତ୍ର ଟ୍ରେନ୍, ନିୟୋଜିତ ହେବେ ୩୦୦ ଅଧିକ ଡାକ୍ତର, ମାଗଣା ଅଟୋ ରିକ୍ସା ସେବା ଉପଲବ୍ଧ ହେବ, ସମନ୍ବୟ ବୈଠକରେ ନିଷ୍ପତ୍ତି।
୨-ରାଜ୍ୟରେ ସୋମବାର ଆଉ ୭ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୬କୁ ବୃଦ୍ଧି।
୩-ବାସଗୃହ କ୍ଷତିଗ୍ରସ୍ତ ହେଲେ ମିଳିବ ଅନ୍ତ୍ୟୋଦୟ ଗୃହ ଯୋଜନା,ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି, ଏଣିକି ମିଳିବ ୧୦ ଲକ୍ଷ।
୪-ପୁରୀ:ମୋଦି ସରକାରଙ୍କୁ ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ, ମୋଦି ସରକାରଙ୍କ ୧୧ବର୍ଷ ପୂର୍ତ୍ତି।
୫-ରାଉରକେଲା:ହୋମଗାର୍ଡ ଚାକିରି ପାଇଁ ବି-ଟେକ୍,ଏମବିଏ, ଏମସିଏ, ଡିପ୍ଲୋମା ଓ ଆଇଟିଆଇ ଛାତ୍ରଛାତ୍ରୀ ଆଶାୟୀ ! ୧୦୭ ପଦବୀ ପାଇଁ ୯, ୦୬୧ ଜଣ ପରୀକ୍ଷାର୍ଥୀ।
୬-ପୁରୀ:ଆଜି ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଜଗନ୍ନାଥ ଦର୍ଶନ, ସେନାପଟା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି।
୭-ଭୁବନେଶ୍ୱର:ଘରେ ବସି ମିଳିବ ରାଜସ୍ବ ବିଭାଗର ପ୍ରମାଣପତ୍ର, ମୋବାଇଲ୍ ଆପରେ ମିଳିବ ୧୮ ପ୍ରକାର ସେବା।
୮-କେନ୍ଦ୍ରାପଡ଼ାରେ ହେବ ମେଡିକାଲ କଲେଜ, ତ୍ବରାନ୍ବିତ ହେବ ଆର୍ସେଲର ମିତ୍ତଲ ଷ୍ଟିଲ ପ୍ଲାଣ୍ଟ କାର୍ଯ୍ୟ: ମୁଖ୍ୟମନ୍ତ୍ରୀ
୯-ଆସିବ ମହାପୁରୁଷ ଆଦର୍ଶ ଗାଁ ଯୋଜନା, ସାମିଲ ହେବ ୧୦୦ରୁ୧୫୦ ଐତିହାସିକ ଗ୍ରାମ୍ଯ।
୧୦-ନବୋଦୟ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀ ନାମଲେଖା: ଆବେଦନର ଶେଷ ତାରିଖ ଜୁଲାଇ ୨୭।
୧୧-ଉଚ୍ଚ ଶିକ୍ଷା ବିଭାଗ -ଇଗ୍ନୋ ମଧ୍ୟରେ ବୁଝାମଣା: ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ଲାଭ କରିପାରିବେ ଛାତ୍ରଛାତ୍ରୀ।
୧୨-ଭୁବନେଶ୍ୱର:୨୯ OAS ଅଧିକାରୀଙ୍କର ହେଲା ବଦଳି, ସୁକାନ୍ତ କୁମାର ବେହେରା ହେଲେ କଟକ RDC।
୧୩-ବାରବାଟୀକୁ ଫେରିଲା ଟ୍ବେଣ୍ଟି -୨୦, ଡିସେମ୍ବର ୯ରେ ହେବ ଭାରତ -ଦକ୍ଷିଣ ଆଫ୍ରିକା ମ୍ୟାଚ୍।
୧୪-ଲାଞ୍ଚ ମାମଲାରେ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
୧୫-ଟ୍ରେଣ୍ଡ୍ସରେ ଆରମ୍ଭ ହେଲା ‘ରଜ ମଉଜ’, କିଣାକିଣି ଉପରେ ମିଳୁଛି ଆକର୍ଷଣୀୟ ଉପହାର।
୧୬-ଏମଏସ ଧୋନୀଙ୍କୁ ମିଳିଲା ବଡ଼ ସମ୍ମାନ, ICC ହଲ୍ ଅଫ୍ ଫେମରେ ହେଲେ ସାମିଲ।
୧୭-ବେଙ୍ଗାଲୁରୁ:ପରକୀୟା ପ୍ରୀତି ପାଇଁ ମହିଳାଙ୍କୁ ୧୩ ଥର ଛୁରି ଭୁସି ହତ୍ୟା କଲା ପ୍ରେମିକ।
୧୮-ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରେ ରଖି ରେଳ ବିଭାଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏଣିକି ଟ୍ରେନ୍ରେ ଲାଗିବ ଅଟୋମେଟିକ୍ ଡୋର୍ ।
୧୯-ଆଜି ମହାକାଶ ଯିବେ ଶୁଭ୍ରାଂଶୁ ଶୁକ୍ଳା। ରାକେଶ ଶର୍ମାଙ୍କ ପରେ ଦ୍ଵିତୀୟ ଭାରତୀୟ ଭାବେ ସେ ମହାକାଶ ଯାତ୍ରା କରିବେ, ଆମେରିକାର ଆକ୍ସିୟମ ଯାନରେ।
୨୦-ୟୁକ୍ରେନ ଉପରେ ରୁଷର ସବୁଠୁ ବଡ଼ ଆକ୍ରମଣ।ରୁଷ ପକ୍ଷରୁ ୪୭୯ ଡ୍ରୋନ ଏବଂ ୨୦ କ୍ଷେପଣାସ୍ତ୍ର ଦ୍ଵାରା ୟୁକ୍ରେନ ଉପରେ ହୋଇଛି ଘନ ଘନ ଆକ୍ରମଣ।
