March 11, 2026

ସବୁଜ ସଂକଳ୍ପ ର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ (ବିଶ୍ୱ ପରିବେଶ ଦିବସ ଛାତ୍ର ଛାତ୍ରୀଙ୍କୁ ସାମିଲ କଲେ )

Share

     ସବୁଜ ସଂକଳ୍ପ ର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ (ବିଶ୍ୱ ପରିବେଶ ଦିବସ ଛାତ୍ର ଛାତ୍ରୀଙ୍କୁ ସାମିଲ କଲେ ) ଗୋପ :- ଗୋପ ବ୍ଲକ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଯୁବଅନୁଷ୍ଠାନ ସବୁଜ ସଂକଳ୍ପ ପକ୍ଷରୁ ବିଶ୍ୱ ପରିବେଶ ଦେଶ ପାଳିତ l ପ୍ରତି ବର୍ଷ ଭଳି ଚଳିତ ବର୍ଷ ସବୁଜ ସଂକଳ୍ପ ର ଜନ୍ମଦିନ ପାଳିତ କରିଥାଏ l ଏଥର ଅନୁଷ୍ଠାନ ର ପଞ୍ଚମ ବାର୍ଷିକୋତ୍ସବ ଉତ୍କଳମଣି ଗୋପବନ୍ଧୁ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଛି।

ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ଅଗ୍ରଣୀ ସଙ୍ଗଠନ ସବୁଜ ସଂକଳ୍ପ ଛୋଟ ଛୋଟ ବିଦ୍ୟାର୍ଥୀ ମାନଙ୍କ ମଧ୍ୟ ରେ ଏକ ପରିବେଶ ସଚେତନତା ର ବାର୍ତ୍ତା ପ୍ରସାର କରିବା ପାଇଁ ଏହି ବିଦ୍ୟାଳୟ ରେ ନିଜର ବାର୍ଷିକ ଉତ୍ସବ ପାଳନ କରିଛି।

ସଭା ର ସଭାପତି ଉତ୍କଳମଣି ଗୋପବନ୍ଧୁ ନୋଡାଲ ଉଚ୍ଚ ବିଦ୍ୟାଳୟ, ଓଲଣ୍ଡି ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ସେଠି ସଭାକାର୍ଯ୍ୟ ପରିଚାଳନା କରିଥିଲେ ।ମୁଖ୍ୟ ଅତିଥି ସାମାଜିକ କର୍ମୀ ଶ୍ରୀମତୀ ଆମୀୟବାଳ ପରିଡ଼ା ଛୋଟ ଛୋଟ ଶିଶୁମାନଙ୍କୁ ପରିବେଶ ସମ୍ପର୍କିତ ଉଦବୋଧନ ଦେବା ସହ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ବିଭିନ୍ନ ପରିବେଶ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଜାତିସଂଘ ତରଫରୁ ଚୟନିତ ହୋଇଥିବା ପରିବେଶ କର୍ମୀ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ବିଶ୍ଵାଳ ପିଲାମାନଙ୍କ ପାଖରେ ପର୍ୟା ବାରଣ ର ଅନେକ ସମସ୍ୟା ଏବଂ ତାର ସମାଧାନ ସମ୍ପର୍କ ରେ ବିସ୍ତାର ଭାବରେ ଅତି ସରଳ ଭାଷାରେ ପିଲାଙ୍କ ସହ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଶିକ୍ଷାବିତ୍ ତଥା ସମାଜସେବୀ ଶ୍ରୀଯୁକ୍ତ ରାମକୃଷ୍ଣ ମହାନ୍ତି ଶ୍ରୋତା ମାନଙ୍କ ମଧ୍ୟ ରେ ପ୍ଲାଷ୍ଟିକ ସମସ୍ୟା ଏବଂ ତାର ପୁନଃ ଚକ୍ରଣ କିପରି କରାଯାଇପାରିବ ସେ ସମ୍ବନ୍ଧ ରେ ବାର୍ତ୍ତା ଆଦାନ ପ୍ରଦାନ କରିଥିଲେ। ପରି ଶେଷ ରେ ସବୁଜ ସଂକଳ୍ପ ର ସଭାପତି ଶ୍ରୀଯୁକ୍ତ ରମେଶ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହାପରେ ବିଦ୍ୟାଳୟ ପରିସର ରେ ଅତିଥି ମାନଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟ କରାଯାଇଥିଲା

200 ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏବଂ 100 ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା କାର୍ଯ୍ୟକ୍ରମ ଟି ସମ୍ପାଦନ ହୋଇଥିଲା।

ସମ୍ମାନିତ ଅତିଥି ରୂପେ ଗୋପ ଉପ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀମତୀ ପୁଷ୍ପମିତ୍ର ମିଶ୍ର , ପୁରାତନ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସର୍ବେଶ୍ଵର ମଲ୍ଲିକ, ଶିକ୍ଷାବିତ୍ ତଥା ସମାଜ ସେବୀ ସୁଧାଂଶୁ ଶେଖର ବାରିକ, କ୍ଲଷ୍ଟର ସଂଯୋଜକ ଶ୍ରୀଯୁକ୍ତ ଗିରିଜା ଭୂଷଣ ସେଠି, ପରିବେଶ ବିତ୍ ଶ୍ରୀଯୁକ୍ତ ପ୍ରସନ୍ନ ମହାପାତ୍ର ଏବଂ ଯୁବ ଇଂଜିନିୟର ତଥା ପରିବେଶ ପ୍ରେମୀ ତାପସ ସାହୁ ପ୍ରମୁଖ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପରିବେଶ ସମ୍ପର୍କିତ ବାର୍ତ୍ତା ଦେଇ ଛାତ୍ର ଛାତ୍ରୀ ତଥା ସ୍ୱେଚ୍ଛାସେବି ମାନଙ୍କୁ ଅନୁପ୍ରେରିତ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ