March 13, 2026

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରେ ଜଙ୍ଗଲ ମଧ୍ୟରେ ଅବାଧ ଗୃହ ଉଛେଦ କଲେ ବନବିଭାଗ, ଏକ୍ସନ ମୋଡ଼ ରେ ଝରୀଗାଁ ବନବିଭାଗ, ଅବାଧ 28 ଟି ଗୃହ ହେଲା ଉଛେଦ…………

IMG-20250602-WA0005
Share

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ଝରୀଗାଁ ବ୍ଲକ ଝରୀଗାଁ ଗ୍ରାମପଂଚାୟତ ଅନ୍ତର୍ଗତ ହାତିବାଡ଼ି ଠାରେ ବେଆଇନ ଭାବେ ଜଙ୍ଗଲ ଜମିରେ ନିର୍ମାଣ କରାଯାଇଥିବା ଗୃହ ଏବଂ ଦୋକାନ ଗୃହ ଗୁଡିକ ଉଛେଦ କରାଯାଇଛି, ଏବେ ପୁରା ଆକ୍ସନ ମୋଡ଼ ରେ ରହିଛି ଝରୀଗାଁ ବନବିଭାଗ। ଝରୀଗାଁ ବନାଞ୍ଚଳ ଝରୀଗାଁ ରେଞ୍ଜ ଝରୀଗାଁ ବିଟ ହାତିବାଡ଼ି ମୁଖ୍ୟ ସଡ଼କ ଉଭୟ ପାର୍ଶ୍ୱରେ ବେଆଇନ ଭାବେ ଜଙ୍ଗଲ ଜମି ରେ ନିର୍ମାଣ ହୋଇଥିଲା ଗୃହ ଏବଂ ଦୋକାନ ଗୃହ, ଯାହାକୁ ରବିବାର ସକାଳ ଦଶ ଘଣ୍ଟା ସମୟରୁ ପୋଲିସ ଛାଉଣୀ ମଧ୍ୟରେ ଉଛେଦ କରାଯାଇଥିଲା,ଉଛେଦ ବେଳେ ଝରୀଗାଁ ରାଜସ୍ବ ବିଭାଗ, ପୋଲିସ ବିଭାଗ ଏବଂ ବନବିଭାଗ ର ଉପସ୍ଥିତି ରେ ମୋଟ ୨୮ଟି ଅବାଧ ଗୃହ ଗୁଡିକୁ ଉଛେଦ କରାଯାଇଥିଲା. ଉଛେଦ ସମ୍ପର୍କରେ ଗତ ୧୮ମଇ ୨୦୨୫ରେ ଜବରଦଖଲକାରୀ ଙ୍କୁ ନୋଟିସ ମଧ୍ୟ କରାଯାଇଥିଲା, ନବରଙ୍ଗପୁର ଜିଲ୍ଲା ବନ ବିଭାଗ ଅଧିକାରୀ ଶୁବେନ୍ଦୁ ପ୍ରସାଦ ବେହେରା, ଝରୀଗାଁ ତହସିଲଦାର ସୁମନ୍ତ ପାତ୍ର ଏବଂ SCF ସୁବାସ ଚନ୍ଦ୍ର ଖୁଣ୍ଟିଆ, ଏବଂ ଛଅ ଗୋଟି ରେଞ୍ଜ ନବରଙ୍ଗପୁର, କୋଡିଗାଁ, ଡାବୁଗାଁ, ଉମରକୋଟ, ରାଇଘର, ଝରୀଗାଁ ର

ରେଞ୍ଜର,ଫୋରେଷ୍ଟର ଏବଂ ଫୋରେଷ୍ଟ ଗାର୍ଡ, ଝରୀଗାଁ ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ. ଏହା ଝରୀଗାଁ ରେ ବନବିଭାଗ ତରଫରୁ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଝରୀଗାଁ ସଦର ମହକୁମା ର ଝରୀଗାଁ ଚନ୍ଦାହାଣ୍ଡି ରାସ୍ତା ଏବଂ ଝରୀଗାଁ ଡାବୁଗାଁ ରାସ୍ତା ରେ ସରକାରୀ ଜମିକୁ ଜବରଦଖଲ କରି ଉଧେଶ୍ୟ ମୂଳକ ଭାବେ ନିର୍ମାଣ ଗୃହ ଗୁଡିକ ର ଉଛେଦ ଲାଗି ରାଜସ୍ବ ବିଭାଗ କେତେ ତତ୍ପରତା ଦେଖାଉଛି,

ଏବେ ଅପେକ୍ଷାରେ।