November 3, 2026

ତିର୍ତୋଲ ପୋଲିସ କୁ ବଡ ସଫଳତା,ବ୍ୟବସାଇ ଓ ଦୁଇ ସହଯୋଗୀ ଗିରଫ

IMG-20261103-WA0003
Share

 

 

ତିର୍ତୋଲ, ୦୨/୧୧/୨୦୨୬

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସଅଁରା ଛକ ରେ ଦୀର୍ଘ ଦିନ ଧରି ବାଣ ବ୍ୟବସାୟ କରି ଆସୁଥିବା ରମେଶ ଚନ୍ଦ୍ର ପୃଷ୍ଟି ଙ୍କ ଗୋଦାମ ଉପରେ ତିର୍ତ୍ତୋଲ ପୋଲିସ ଅଚାନକ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବାଣ ସହିତ ୨୦ କିଲୋ ଗନ୍ ପାଉଡର, ୭୫ କିଲୋ ଆଲୁମିନିୟମ ପାଉଡର, ଲାଇମ୍ ପାଉଡର, ୧୦୦ କିଲୋ ଚାରକୋଲ ପାଉଡର ଏବଂ ହାତତିଆରି ସୁତୁଲି ବୋମା ଓ ଅନ୍ୟାନ୍ୟ ବାଣ ଜବତ କରିବା ସହିତ ଉକ୍ତ ଗୋଦାମ ଓ ଦୋକାନ କୁ ସିଲ କରିଥିଲା ତିର୍ତୋଲ ପୋଲିସ । ଆଜି ଏସ୍ପି. ଅଙ୍କିତ କୁମାର ବର୍ମା ଏ ସମ୍ପର୍କରେ କନକପୁର ଫାଣ୍ଡିରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏସ୍ପି. ଙ୍କ କହିବା ଅନୁଯାୟୀ ବେଆଇନ ଭାବେ ରମେଶ ପୃଷ୍ଟି ଓ ତାଙ୍କ ପରିବାର ଦୀର୍ଘ ଦିନ ହେବ ବାଣ ବ୍ୟବସାୟ କରି ଆସୁଥିଲେ । ଏମାନେ ସଅଁରା ଛକରୁ ପ୍ରାୟ ୨୫ ରୁ ଅଧିକ ସବ୍-ଡିଲର ଙ୍କୁ ଆଗାମୀ ଦୀପାବଳି ପାଇଁ ବାଣ ଯୋଗାଉଥିଲେ । ଏହାସହ ବିନା ଲାଇସେନ୍ସରେ ସେ ବାଣ ବ୍ୟବସାୟ କରିବା ସହ ବାଣ ମଧ୍ୟ ତିଆରି କରୁଥିଲେ । ଦୀପାବଳି ପୂର୍ବରୁ ତିର୍ତ୍ତୋଲ ପୋଲିସ ର ଏହା ଏକ ବଡ଼ ସଫଳତା ବୋଲି ଏସ.ପି. ଅଙ୍କିତ ବର୍ମା କହିଛନ୍ତି । ଆଗକୁ ବେଆଇନ ବାଣ Such ଏଭଳି ଚଢ଼ାଉ ଜାରି ରହିବ ବୋଲି ଏସ୍ପି. ଅଙ୍କିତ କୁମାର ବର୍ମା ମତ ପ୍ରକାଶ କରିଛନ୍ତି…..।