ବାଂଲାଦେଶୀ: କିଏ ଯିବ, କିଏ ରହିବ? ବଢୁଛି ଦ୍ୱନ୍ଦ୍ୱ, ପଶିଛି ଛନକା..

ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କୁ ଓଡିଶାରୁ ବିଦା କରାଯିବ । ରାଜ୍ୟ ସରକାରଙ୍କ ଏଭଳି ଘୋଷଣା ପରେ ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କ ମନରେ ଛନକା ପଶିଛି । ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଖୁନ୍ଦି ହୋଇ ରହିଛନ୍ତି ବାଂଲାଦେଶୀ ।
ବେଆଇନ ଭାବେ ରହୁଥିବା ବାଂଲଦେଶୀଙ୍କୁ ରାଜ୍ୟରୁ ବିଦା କରାଯିବ ବୋଲି ସରକାରଙ୍କ ଘୋଷଣା ପରେ ପଶିଛି ଛନକା । ଉପକୂଳବର୍ତ୍ତୀ ଅଂଚଳରେ ରହୁଥିବା ବାଂଲାଦେଶୀ ଏବେ ଦ୍ୱନ୍ଦ୍ବରେ ଅଛନ୍ତି । ପ୍ରକୃତରେ କିଏ ଯିବ ଆଉ କିଏ ରହିବ ସେ ନେଇ ଚର୍ଚ୍ଚା ବଢିଛି ।
ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କୁ ଓଡ଼ିଶାରୁ ବିଦା କରାଯିବ । ରାଜ୍ୟ ସରକାରଙ୍କ ଏଭଳି ଘୋଷଣା ପରେ ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କ ମନରେ ଛନକା ପଶିଛି । ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଖୁନ୍ଦି ହୋଇ ରହିଛନ୍ତି ବାଂଲାଦେଶୀ । କେନ୍ଦ୍ରାପଡ଼ାରେ ବାଂଲାଦେଶ ଭର୍ତ୍ତି ହୋଇ ରହିଛନ୍ତି । ୧୯୭୧ ବଙ୍ଗ ବିଭାଜନ ପରେ ଅନେକ ଶରଣାର୍ଥୀ କେନ୍ଦ୍ରାପଡ଼ାରେ ରହୁଛନ୍ତି । ସେମାନଙ୍କୁ ଘର ଓ ଚାଷଜମି ବି ଦିଆଯାଇଥିଲା । ଅନେକ ଭାରତୀୟ ନାଗରିକ ଭାବେ ସୁବିଧା ବି ପାଉଛନ୍ତି । ଏହାର ସୁଯୋଗ ନେଇ ସମୁଦ୍ର ଦେଇ ପଶି ଆସିଛନ୍ତି ବହୁ ବାଂଲାଦେଶୀ । ୨୦୦୬ ମସିହାର ତଥ୍ୟ ଅନୁସାରେ କେନ୍ଦ୍ରପଡାରେ ୧୬୪୯ ଅନୁପ୍ରବେଶକାରୀ ଚିହ୍ନଟ ହୋଇଥିଲେ । କିନ୍ତୁ ରାଜନୈତିକ ଆକ୍ରୋଶ ରଖି ତାଲିକା ପ୍ରସ୍ତୁତ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହୋଇନି । ଏବେ ସରକାରଙ୍କ ଘୋଷଣା ନୂଆ ଦ୍ୱନ୍ଦ୍ବ ସୃଷ୍ଟି କରିଛି ।
କୋରାପୁଟରେ ଅପରିଚିତ ବ୍ୟକ୍ତି ଓ ବାଂଲାଦେଶୀଙ୍କ ସଂଖ୍ୟା ପ୍ରଶାସନର ନିଦ ହଜାଇଦେଇଛି । କିଏ ଫେରିବାଲା ତ ଆଉ କିଏ ଜରିବାଲା । ଏଭଳି ପରିଚୟ ଲୁଚାଇ ଘୁରିବୁଲୁଛନ୍ତି ବାଂଲାଦେଶୀ । ପରିଚୟ ମାଗିଲେ, କିଏ କହୁଛି ରାଞ୍ଚିରୁ ଆସିଛି ତ ଆଉ କିଏ କହୁଛି ହଜିଯାଇଛି ଆଧାରକାର୍ଡ଼ । ଜିଲ୍ଲାରେ ଥିବା ଅନୁପ୍ରବେଶକାରୀଙ୍କ ତାଲିକା ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନକୁ ଦେଇ ସାରିଛି ହିନ୍ଦୁ ସଂଗଠନ । ଆଉ ଯେଉଁମାନେ ବର୍ଷ ବର୍ଷ ଧରି ବୈଧ କାଗଜପତ୍ର ସହ ରହୁଛନ୍ତି ସେମାନେ ଅସୁବିଧାରେ ପଡ଼ିଛନ୍ତି ।
ମାଳମାଳ ବାଂଲାଦେଶୀ ସୀମା ଡେଇଁ ଓଡ଼ିଶାରେ ପଶୁଛନ୍ତି। ଅନେକ ବାଂଲାଦେଶୀ ବର୍ଷ ବର୍ଷ ଧରି ଆବଶ୍ୟକ କାରଗଜପତ୍ର ସହ ରାଜ୍ୟରେ ରହୁଛନ୍ତି । ପ୍ରଶ୍ନ ଉଠୁଛି,
– ଅନୁପ୍ରେଶକାରୀ କିଏ, ଶରଣାର୍ଥୀ କିଏ ?
– ବେଆଇନ ବାଂଲାଦେଶୀଙ୍କୁ ଚିହ୍ନଟ ସହଜ ହେବ ତ?