May 22, 2025

ବିଜେପି ଉମରକୋଟ ନଗର ମଣ୍ଡଳ ର କାର୍ଯ୍ୟକାରିଣୀ ଅନୁଷ୍ଠିତ

Share


(ଉମରକୋଟ ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ତା 15.4.23 – ଇତି ମଧ୍ୟରେ ଉମରକୋଟ ନଗର ମଣ୍ଡଳ ର କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି. ଏହି ଅବସରରେ ନୂତନ ମଣ୍ଡଳ ସଭାପତି ଭାବେ ଗୋପୀନାଥ ସାହୁ ଏବଂ ଯୁବମୋର୍ଚ୍ଚା ସଭାପତି ଭାବେ ବାଦଲ ପଟ୍ଟନାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା. ଆଗାମୀ ଦିନରେ ଉମରକୋଟ ମୁନିସିପାଲିଟି ରେ ବିଜେପି କୁ ସୁଦୃଢ କରିବା ପାଇଁ ସଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା. ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ. ସଂଗଠନ ବିଷୟରେ ରମେଶ ସାହୁ, ଅଶୋକ ପାଢ଼ୀ ଏବଂ ସୁରେଶ ଆଚାର୍ଯ୍ୟ ବକ୍ତବ୍ୟ ରଖିଥିଲେ. କାର୍ଯ୍ୟକ୍ରମ କୁ ପ୍ରଭାତ ନାୟକ ପରିଚାଳନା କରିଥିଲେ. କନକଲତା ନାୟକ, ପବିତ୍ର ଗରଡ଼ା, ଆଶିଷ ରାଓ, ଲାଲୁ ସାହୁ, ମିଲୁ ପଣ୍ଡା, ସତ୍ୟ ବେହେରା, ଜଟି ପଟ୍ଟନାୟକ ତଥା ନଗର ମଣ୍ଡଳ ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ.