April 27, 2026

ମୋ ଘରେ କେହିନଥିବା ସମୟରେ ମୋ ଜମିରେ ହଳ ବୁଲାଇଲା ସୁରେନ୍ଦ୍ର ପାଇକରାୟ l

IMG-20250518-WA0013
Share

    ପୁରୀ ସଦର ବାଲିପୁଟ ଗ୍ରାମପଞ୍ଚାୟତର ମନୋରମା ପଣ୍ଡା ଚୂନଡିହ ଗ୍ରାମର ପୂର୍ଣଚନ୍ଦ୍ର ସାହୁଙ୍କ ଠାରୁ ଜମାରସୁଆଁ ମୌଜାରେ ୧୦୭୯ ପ୍ଲଟ ୪୪ଡ଼ିସିମିଲର ଜମି କିଣିଥିଲେ l ନିଜ ଜମିର ଚିହ୍ନଟ ଏବଂ ମାପଚୁପ ପାଇଁ ପୁରୀ ସଦରବ୍ଲକ ତହସିଲଦାରଙ୍କୁ ନିବେଦନ କରିଥିଲେ ସୁଲୋଚନା l ଗତ ମେ୧୪ତାରିଖ ରେ ତହସିଲଦାରଙ୍କ ନିର୍ଦେଶକ୍ରମେ ସ୍ଥାନୀୟ ସରକାରୀ ଆର ଆଇ, ଅମିନ, ଜମି ଚତୁଃପାର୍ଶ୍ଵର ଜମି ମାଲିକମାନେ ଏବଂ ବାଲିଘାଇ ପୋଲିସ ବିଟହାଉସ ଅଧିକାରୀ ଉପସ୍ଥିତ ଥିବାବେଳେ କୌଣସି କାଗଜପତ୍ର ନଦେଖାଇ ନିଜର ଜମି କହୁଥିବା ଜମାରସୁଆଁ ଗ୍ରାମର ସୁରେନ୍ଦ୍ର ପାଇକରାୟ ଙ୍କୁ ସରକାରୀ ନୋଟିସ ଦିଆଯାଇଥିଲେ ମଧ୍ୟ ସେ ଉପସ୍ଥିତ ନଥିବାରୁ ଥାନାଧିକାରୀ ସୁରେନ୍ଦ୍ରକୁ ଫୋନ କରି ବୁଝିଲେ ଯେ ସେ ନୋଟିସ ପାଇନାହାନ୍ତି, ପୁରୀରେ ଅଛନ୍ତି ପହଞ୍ଚିପାରିବେନି l ପରେପରେ ତହସିଲଦାରଙ୍କ ନିର୍ଦେଶକ୍ରମେ ମନୋରମା ପଣ୍ଡାଙ୍କ ଜମିର ଚିହ୍ନଟ କରାଯାଇ ତାଙ୍କ ଜମିର ସୀମା ନିଧାରଣ କରାଯାଇଥିଲା l ଜମିର ସୀମାନିଧାରଣ ପରେ ସମସ୍ତଙ୍କ ଉପସ୍ଥିତି ରେ ମନୋରମା ପଣ୍ଡାଙ୍କ ପକ୍ଷରୁ ସୀମା ଚତୁଃପାର୍ଶ୍ୱରେ କିଳା ପୋତାଯାଇ ଥିଲା l ମେ ପନ୍ଦର ତାରିଖ ସକାଳେ ମନୋରମା ପଣ୍ଡାଙ୍କ ପଟାନମ୍ବର୧୦୭୯ ଯେଉଁଟିକୁ ସୀମା ନିର୍ଧାରଣ କରାଯାଇ ଖୁଣ୍ଟି ପୋତା ଯାଇଥିଲା ସେଇ ସିମେଣ୍ଟ ଖୁଣ୍ଟିକୁ କେହି ଦୁର୍ବୁତ୍ତ ଭାଙ୍ଗି ଫୋପାଡି ଦେବାସହିତ କାଠ କିଳା ଗୁଡିକୁ କେହି ଉପାଡି ଫିଙ୍ଗି ଦେଇଥିଲେ ବୋଲି ମନୋରମା ଗଣମାଧ୍ୟମକୁ ସୂଚନା ଦେବା ସହିତ ଏହି ସମ୍ବାଦ କୁ ପରିବେଷଣ ପାଇଁ ନିବେଦନ କରିଥିଲେ l ଆମ ଚାନେଲ ପ୍ରତିନିଧି ଗତକାଲି ବାଲିପୁଟ ଗ୍ରାମକୁ ଯାଇ ମନୋରମା ପଣ୍ଡାଙ୍କ ସହିତ ସେହି ଜମି ନିକଟରେ ପହଞ୍ଚି ଦେଖିଲେ ସେହି ଜମିରେ ଟ୍ରାକ୍ଟର ହଳ କରୁଛି l

ସେଠାରେ ହଳ କରୁଥିବା ଟ୍ରାକ୍ଟର ଡ୍ରାଇଭର କୁ ମନୋରମା ଏବଂ ତାଙ୍କ ସ୍ୱାମୀ ରବିନାରାୟଣ ପଣ୍ଡା ପଚାରିଲେ ହଳ କରିବାକୁ କିଏ କହିଲା ସିଏ ଉତ୍ତର ଦେଇଥିଲାଯେ ମୋତେ ଜମାରସୁଆଁ ଗ୍ରାମର ସୂରିଆ ବଡବାପା ଅରଫ ସୁରେନ୍ଦ୍ର ପାଇକରାୟ ମୋତେ ହଳ କରିବାକୁ କହିଛନ୍ତି l ପରେପରେ ଟ୍ରାକ୍ଟର ନେଇ ପଳେଇଥିଲା l ମନୋରମା ଗଣମାଧ୍ୟମକୁ ବାଇଟ ଦେଉଥିବା ସମୟରେ ସୁରେନ୍ଦ୍ର ପାଇକରାୟ ଆସି ମନୋରମାଙ୍କୁ ଗାଳିଗୁଲଜ କରିବା ସହିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବ୍ୟବହାର ଖରାପ କରିଥିଲେ l ପରେପରେ ମନୋରମା ବାଲିଘାଇ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ସହିତ ସରକାର ତୁରନ୍ତ ନ୍ୟାୟ ଦେବା ସହିତ ଦୋଷୀକୁ ଉଚିତ ଦଣ୍ଡ ଦିଆଯାଉ ବୋଲି ପ୍ରକାଶ କରିଥିବାବେଳେ ନିଜ ଝିଅ ବାହାଘର ପାଇଁ ପଟାନମ୍ବର 1079 ଜାଗାଟି ସେ ମନୋରମା ପଣ୍ଡାଙ୍କୁ ବିକ୍ରି କରିଛନ୍ତି ସୁରେନ୍ଦ୍ର ପାଇକରାୟ ପାଖରେ କୌଣସି କାଗଜପତ୍ର ନଥିବାବେଳେ ଜୋର ଜବରଦସ୍ତ ଏଭଳି କରୁଥିବାର କହିଛନ୍ତି ଜମି ମାଲିକ ପୂର୍ଣଚନ୍ଦ୍ର ସାହୁ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ