September 18, 2026
IMG-20250428-WA0048
Share

 

 

ଖୋର୍ଦ୍ଧା: (ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଅଞ୍ଚଳ ର ସମାଜସେବୀ ତଥା ସୂତାକଳ ଶ୍ରମିକ ସଂଘ ର ପୂର୍ବତନ ସଭାପତି ପ୍ରଶାନ୍ତ କୁମାର ମହାନ୍ତି (କାଳୁ ଭାଇ )ଙ୍କ ଆଜି ସକାଳେ ହୃଦ୍ ଘାତ ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ବର୍ଷ ହୋଇଥିଲା। ସେ ଜଣେ ମେଳାପି, ସମାଜସେବୀ ତଥା ବିଭିନ୍ନ ଟ୍ରେଡ ୟୁନିଅନ୍ ର ସଂଗଠକ ଭାବେ ଶ୍ରମିକ ମାନଙ୍କ ହକ ପାଇଁ ସଂଗ୍ରାମ ଜାରି ରଖିଥିଲେ। ପ୍ରଶାନ୍ତ ମହାନ୍ତି ଙ୍କ ମୃତ୍ୟୁ ଖବର ପାଇ ବରିଷ୍ଠ ନାଗରିକ ମଞ୍ଚ ର କର୍ମକର୍ତ୍ତା ଙ୍କ ସମେତ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ସାମ୍ବାଦିକ, ରାଜନୈତିକ ନେତୃବୃନ୍ଦ, କାଉନସିଲର ପ୍ରବିଣା ଜଗଦେବ, ଶୁଭଲକ୍ଷ୍ମି ମହାରଣା, ସମେତ ବନ୍ଧୁ ପରିବାର ବର୍ଗ ତାଙ୍କ ମୁକୁନ୍ଦ ପ୍ରସାଦ ବାସଭବନ ରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସେ ମଧ୍ୟ ପ୍ରାଣନାଥ ସ୍ଵୟଂ ଶାସିତ ପରିଚାଳନା କମିଟି ରେ ପୂର୍ବତନ କର୍ମକର୍ତ୍ତା ଥିଲେ। ପ୍ରଶାନ୍ତ ମହାନ୍ତି କାଳୁ ଭାଇ ଭାବେ ସମସ୍ତଙ୍କ ସହ ପରିଚିତ ଥିଲେ। ପୁରୀ ସ୍ଥିତ ସ୍ବର୍ଗ ଦ୍ବାର ରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସଂପନ୍ନ କରାଯାଇଛି। ଏକମାତ୍ର ପୁତ୍ର ସୁଭ୍ରଜିତ ମହାନ୍ତି ମୁଖାଗ୍ନି ଦେଇଥିଲେ।