May 10, 2026

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ 

IMG-20250428-WA0024
Share

 

ଆଜି କୋରାପୁଟ ଜିଲ୍ଲା ସଦର ମହକୁମା ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କ ନିକଟରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷମାଲ୍ୟ ଅର୍ପଣ କରିବା ସଙ୍ଗେ ସଙ୍ଗେ ସ୍ମୃତିଚାରଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ଗୌଡ଼, ପୂର୍ବତନ ବିଧାୟକ ନିମାଇଁ ସରକାର, ପ୍ରେସକ୍ଳବ ସଭାପତି ଭବାନୀ ଶଙ୍କର ମିଶ୍ର, ସମାଜସେବି ରୂପକ ତୁରୁକ, କାମାକ୍ଷା ପ୍ରସାଦ ମାଝୀ,ମଣ୍ଡଳ ସଭାପତି Y. ସତ୍ୟ ନାରାୟଣ, ବିଜୟ ମିଶ୍ର, ସ୍ମାରକୀ କମିଟି ସଭ୍ୟ ରମା ପ୍ରସାଦ ଶର୍ମା, ଅଧ୍ୟାପକ ରବି ଶତପଥି ପ୍ରମୁଖ ଯୋଗଦାନ କରିଥିଲେ l ମଧୁବାବୁ ଓଡ଼ିଶାର ପ୍ରଥମ ବାରିଷ୍ଟର ଥିଲେ ଏବଂ ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ପ୍ରମୁଖ ଭୂମିକା ଥିଲା ବୋଲି ବକ୍ତା ମାନେ ମତପ୍ରକାଶ କରିଥିଲେ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଅଲିଭା ବେହେରା ଓ ସନ୍ତୋଷ ସେଠି ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର