ଢମଣାହାଣ୍ଡି ଗ୍ରାମରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମାପନ ଛତିଶଗଡ଼ ଏବଂ ଓଡିଶା ର ହଜାର ହଜାର ଭକ୍ତଙ୍କ ସମାଗମ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଧାନ ସଭା ନର୍ବାଚନ ମଣ୍ଡଳିର ଢ଼ାମଣା ହାଣ୍ଡି ଗ୍ରାମ ରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ତିନିଦିନ ଧରି ମହାଆଡ଼ମ୍ବର ରେ ପାଳିତ ହୋଇଯାଇଛି I ଏହି ଅବସର ରେ ଦୀକ୍ଷା ଗ୍ରହଣ. କଳସ ଯାତ୍ରା. ବନଜାଗ. ଅଙ୍କୁର ରୋପଣ. ଗୋ ପୂଜା କର୍ମାରମ୍ଭ. ଧାନ୍ୟାଧିବାସ. ରାମ ଚରିତ ମାନସ. ଦେବତା ସ୍ଥାପନ. ପୂର୍ଣ୍ଣାହୁତି. ଶାଲା ଉତ୍ସର୍ଗ ଇତ୍ୟାଦି ବହୁ ପୂଜା ପାଠ ହୋମ ଯଜ୍ଞ ତିନି ଦିନ ଧରି ଚାଲିଥିବା ଏହି ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ସମାପନ ହୋଇଥିଲା I ଜାତୀୟ ରାଜ ପଥ କଡ଼ ରେ ଅନୁଷ୍ଠିତ ଏହି ଉତ୍ସବ ରେ ଛତିଶଗଡ଼ ରାଜ୍ୟ ସୁକମା ରଜା କୁମାର ଜୟଦେବ ଏବଂ ସୁପୁତ୍ର ବିଦିତ ଦେବ ଙ୍କ ସମେତ ଜୟପୁର ରାଜମାତା ସରିକା ଦେବୀ ସ୍ଥାନୀୟ ବିଧାୟକ ରୁପୁ ଭତରା. ଗୋଷ୍ଟି ଉନ୍ନୟନ ଅଧିକାରୀ ବିକ୍ରମ ଦୋରା. ସାଂସଦ ପ୍ରତିନିଧି ରାମେଶ୍ୱର ଜେନା.କୋଟପାଡ଼ ବ୍ଲକ ମିଡ଼ିଆ ଏସଓ ସିଏସଏନ ସଭାପତି ରଞ୍ଜିତ କୁମାର ପଟ୍ଟନାୟକ.ବ୍ଲକ ଉପାଧକ୍ଷ ବାବୁଲି ପାଣିଗ୍ରାହୀ ଙ୍କ ସମେତ ଓଡିଶା ଏବଂ ଛତିଶ ଗଡ଼ ରାଜ୍ୟ ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ଭଗବାଙ୍କ ଆଶ୍ରିବାଦ କୃପା ଲାଭ କରିଥିବା ଜଣାଯାଇଛି Iତାପସ ପାଢ଼ୀ,ସଂଜୀବ କୁମାର ବିଶୋଇ. ଉମେଶ ଚନ୍ଦ୍ର ବ୍ରହ୍ମା. ତୀର୍ଥ ବାସୀ ଚୌଧୁରୀ. ଗୌରଭ କୁମାର ପୂଜା ପଣ୍ଡା ଙ୍କ ସମେତ ଗ୍ରାମବାସୀ ପରିଚାଳନା କରିଥିଲେ ହଜାର ହଜାର ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି i କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା