May 10, 2026

ଉମରକୋଟ ଠାରେ ପହଲଗାଁଓ ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ହିନ୍ଦୁ ସଂଘଟନ ପକ୍ଷରୁ ବିରୋଧ ପ୍ରଦର୍ଶନ…………

IMG-20250426-WA0008
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ପହଲଗାଁଓ ଆତଙ୍କବାଦୀ ଆକ୍ରମଣ ବରୋଧରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଉମରକୋଟ ଠାରେ ବିରୋଧ ପ୍ରଦର୍ଶନ କରାଯାଇଛି। ଏହି ସମୟରେ ସହର ର ସମସ୍ତ ଦୋକାନ ବଜାର ଦୁଇ ଘଣ୍ଟା ପାଇଁ ବନ୍ଦ କରାଯିବା ସହ ସହର ମଧ୍ୟରେ ଯାନବାହନ ଚଳ ଚଳ ବନ୍ଦ ରହିଥିଲା ଏବଂ ଶତାଧିକ ଲୋକେ କାର୍ଯ୍ୟକ୍ରମ ରେ ଯୋଗ ଦେବା ସହ ଡିଏନକେ ଗୋପବନ୍ଧୁ ଛକ ଠାରୁ ଏକ ବିଶାଳ ରାଲି ବାହାରି ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ପଥ ପ୍ରାନ୍ତ ସଭା କରାଯାଇ ମୃତକ ଙ୍କ ଆମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା। ଭାରତର ନିରୀହ ଲୋକଙ୍କୁ କାଶ୍ମୀର ରେ ନିର୍ମମ ଭାବେ ଧର୍ମ ପଚାରି ହତ୍ୟା କରିଛନ୍ତି ସେମାନଙ୍କ ବିରୋଧରେ ଏବଂ ଆତଙ୍କବାଦୀ ଙ୍କୁ ସହଯୋଗ କରୁଥିବା ପଡୋଶୀ ଦେଶ ପାକିସ୍ତାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ରାଜ୍ୟପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ବିରୋଧ ପ୍ରଦର୍ଶନ ସମୟ ରେ ସହରର ଶତାଧିକ ଯୁବକ ଅଂଶ ଗ୍ରହଣ କରିଥିଲେ।