ଉମରକୋଟ ଠାରେ ସରକାରୀ ସୀକୃତି ପ୍ରାପ୍ତ ଓ.ଏସ.ସି.ଆଇ.ଟି କୋମ୍ପୁଟର ଶିକ୍ଷ୍ୟାର ବହୁଳ ପ୍ରସାର ନିମନ୍ତେ କୌଶଳ ପ୍ରଚାର ରଥର ଶୁଭାରମ୍ଭ…………..

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ହାଇଟେକ କୋମ୍ପୁଟର ଟ୍ରେନିଂ ଇନ୍ସଟିଟିଉଟ, ଉମରକୋଟ ତରଫରୁ ଓ.ଏସ.ସି.ଆଇ.ଟି (ଓଡିଶା ସ୍ଟେଟ ସାର୍ଟିଫିକେଟ ଇନ ଇନଫର୍ମେଶନ ଟେକନୋଲଜି ) ପାଠ୍ୟକ୍ରମ ନିମନ୍ତେ ଏକ ପ୍ରଚାର ରଥର ଶୁଭ ଉଦ୍ଧଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେବିନେଟ ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଅଶୋକ କୁମାର ପାଢୀ, ସାଂସଦ ପ୍ରତିନିଧି ଶ୍ରୀ ରାମ ନାୟକ, ବରିଷ୍ଠ ରାଜନେତା ଶ୍ରୀ ମୁନା ପାଢୀ, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଉମରକୋଟ ର ଅଦ୍ଧକ୍ଷ ଶ୍ରୀ ସଞ୍ଜୟ କୁମାର ଠାକୁର, ସରକାରୀ ମହିଳା ମହାବିଧ୍ୟଳୟ ର ଅଦ୍ଧକ୍ଷ୍ୟା ଶ୍ରୀମତୀ ନମିତା ମହାପାତ୍ର, ବରିଷ୍ଠ ଲେଖିକା ଶ୍ରୀମତୀ ଶାନ୍ତିଲତା ମହାନ୍ତି, ବରିଷ୍ଠ ପ୍ରାଧ୍ୟାପକ ଡ. ରବୀନ୍ଦ୍ର ମିଶ୍ର ପେଣ୍ଡରାଣୀ ଡିଗ୍ରୀ ମହାବିଧ୍ୟଳୟ ଉମରକୋଟ, ରାଇଘର ପଞ୍ଚାୟତ ମହାବିଧ୍ୟଳୟର ବରିଷ୍ଠ ଅଧ୍ୟାପକ ଶ୍ରୀ ରମେଶ ପଟ୍ଟନାୟକ, ସେକ୍ଶନ ଅଫିସର ଶ୍ରୀ ସଞ୍ଜୟ ପରିଡା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଚନ୍ଦାହାଣ୍ଡି, ଟ୍ରେନିଂ ଅଫିସର ଶ୍ରୀ ପି.କେ. ବର୍ମନ, ହେଲ୍ପ ଲାଇନ ସଂସ୍ଥାର ଉପସଭାପତି ଈ. ଚନ୍ଦନା ମଲ୍ଲିକ ପ୍ରମୁଖ ସନମାନନୀୟ ଅତିଥି ଭାବେ ଯୋଗଦେଇ ରିବନ ଫିତା କାଟି କୌଶଳ ରଥର ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରାଧ୍ୟାପକ ତଥା ହାଇଟେକ କୋମ୍ପୁଟର ଟ୍ରେନିଂ ଇନ୍ସଟିଟିଉଟର ଚେୟାରମ୍ୟାନ ଡ. ପଙ୍କଜ ଲୋଚନ ମିଶ୍ର ଅତିଥି ମାନଙ୍କୁ ସ୍ଵାଗତ କରିବା ସହିତ ଏହି କୋମ୍ପୁଟର କୋର୍ସ ର ତାତ୍ପର୍ଜ୍ୟ, ସରକାରୀ ନିଯୁକ୍ତି ସୁବିଧା, ଡିଜିଟାଲ ଶିକ୍ଷ୍ୟାର ଲାଭ ବିଷୟରେ ଆଲୋକପାତ କରି ଛାତ୍ର ଛାତ୍ରୀଙ୍କୁ ସଚେତନ କରାଇଥିଲେ। ଏଥିରେ ଅନୁଷ୍ଠାନର ସଞ୍ଜଯୋଗ ଶ୍ରୀ ଜଗଦୀଶ ହାଲଦାର, ଫେଷିଲଟୋର ଶ୍ରୀମତୀ ସୋନାଲି ଦାସ, ଶ୍ରୀ ସନତ ଗନ୍ତାୟତ ପ୍ରମୁଖ ସହଯୋଗ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଏହି କୌଶଳ ରଥ ତିନି ଦିନ ଧରି ସହରର ବିଭିନ୍ନ ଶିକ୍ଷ୍ୟା ଅନୁଷ୍ଠାନରେ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଇବ। ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ସ୍ଵେଛାସେବି ଶ୍ରୀ ବାଲାଜୀ ବେହେରା, ଏସ. ସିଂହାର, ଶ୍ରୀ ରଞ୍ଜିତ ମଜୁମଦର, ଶ୍ରୀ ଏ.କେ ନାୟକ, ଶ୍ରୀ ସ. ମୁର୍ମୁ, ଶ୍ରୀ ପ୍ରଦୋଶ କୁ.ମହାପାତ୍ର ଏବଂ ଶତାଧିକ ଛାତ୍ର ଛାତ୍ରୀଙ୍କ ସମେତ ସହରର ବୁଦ୍ଧିଜୀବୀ ଗଣମାଧ୍ୟମ ପତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।