May 10, 2026

ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା, ମୃତ ପର୍ଯ୍ଯଟକଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ଯାଣ୍ଡେଲ ଶୋଭାଯାତ୍ରା 

IMG-20250424-WA0143
Share

ବୁଗୁଡା : ତା ୨୪/୦୪/୨୫ : ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପର୍ଯ୍ୟଟକଙ୍କ ମୃତ୍ୟୁ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ପଡୋଶୀ ଦେଶ ପାକିସ୍ତାନର ପ୍ରୋତ୍ସାହନରେ ଆତଙ୍କବାଦୀଙ୍କ ବର୍ବରତା ସବୁ ସୀମା ଟପି ଯାଇଥିବା ବେଳେ ଏଭଳି ଘଟଣାକୁ ଦୃଢ ନିନ୍ଦା କରି ସ୍ଥାନୀୟ ହିନ୍ଦୁ ସୁରକ୍ଷା ସମିତି ଏବଂ ଶ୍ରୀ ବଳଦେବସ୍ବାମୀ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଆକ୍ରମଣକାରୀ ଆତଙ୍କବାଦୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଭ୍ରମଣାର୍ଥେ ଯାଇଥିବା ନିରୀହ ପର୍ଯଟକଙ୍କ ପ୍ରତି ବର୍ବରୋଚିତ ଆକ୍ରମଣ କଦାପି ଗ୍ରହଣୀୟ ନୁହେଁ ବୋଲି ମତ ପ୍ରକାଶ ପାଇଛି । ଏଥି ସହ ଓଡିଶାର ଜଣେ ପର୍ଯଟକଙ୍କ ସମେତ ୨୬ରୁ ଉର୍ଦ୍ଧ ମୃତ ବ୍ଯକ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯିବା ସହିତ ଏକ କ୍ଯାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ବୁଦ୍ଧଖୋଲ ଛକଠାରୁ ବାହାରି ନୂଆଁ ବସଷ୍ଟାଣ୍ଡଠାରେ ଶେଷ ହୋଇଥିବା ବେଳେ ମଦନ ମୋହନ ଛକଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।