କାଳ ବୈଶାଖୀ ସାଜିଲା କାଳ, ଚାଷୀ ଙ୍କ ଉଜାଡି ଦେଲା ସୁନାର ଫସଲ।

ନୀଳଗିରି ( ଦେବାଶିଷ ଦାଶ )
ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅଧୀନ ରସାଳପୁର ପଞ୍ଚାୟତ ରେ। ଏଠାକାର ଚାଷୀ ମାନେ ଦୀର୍ଘ ବର୍ଷ ଧରି ଧାନ ଚାଷ ପରେ ପରେ ବିଲାତି ଚାଷ କରିଥାନ୍ତି। ଚଳିତ ବର୍ଷ ମଧ୍ୟ୍ୟ ଏଠି ବହୁ ମାତ୍ରା ରେ ବିଲାତି ଚାଷ ହୋଇଥିଲା। ଫଳ ଆମଦାନୀ ସମୟ ରେ ଅଦିନିଆ ବର୍ଷା ଯୋଗୁଁ ବିଲରେ ଆଣ୍ଠୁଏ ଉପରକୁ ପାଣି ମାଡିଯିବାରୁ ଏକର ଏକର ବିଲାତି ଚାଷ ନଷ୍ଟ ହୋଇଯାଇଛି। ଯାହା ଫଳରେ ଚାଷୀ ଏବେ ଚିନ୍ତାରେ। କେମିତି ସୁଝିବେ ଋଣ। ଏପଟେ ଲକ୍ଷାଧିକ ଟଙ୍କାର ବିଲାତି ପାଣିରେ ନଷ୍ଟ ହୋଇଥିବା ବେଳେ। ବିଭିନ୍ନ ଗ୍ରୁପ ଏବଂ ହାତ ଉଧାରୀ ଠାରୁ ଆଣିଥିବା ଋଣ ପରିଶୋଧ ପାଇଁ ଚାଷୀ ଚିନ୍ତାରେ କାଳାତିପାତ କରୁଛି। ତେବେ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ଶହ କ୍ଷତି ହୋଇଥିବା ଚାଷୀ ଙ୍କୁ ସହାୟତା ଯୋଗାଇଲେ ଚାଷୀ ମାନେ ଉପକୃତ ହେବେ ବୋଲି ମତ ବ୍ୟକ୍ତ କରିଛନ୍ତି।