ଯୀଶୁ ଙ୍କ ସ୍ଵର୍ଗାରୋହଣ ଦିବସ ପାଳିତ*

ନୀଳଗିରି ( ଦେବାଶିଷ ଦାଶ )
ଆଜି ସମଗ୍ର ବିଶ୍ବ ପାଳନ କରୁଛି ଯୀଶୁ ଙ୍କ ସ୍ଵର୍ଗାରୋହଣ ଦିବସ ବା ‘ଶୁଭ ଶୁକ୍ରବାର’ । ସେହି କ୍ରମରେ ନୀଳଗିରି ଏନ୍ ଏ ସି ର ୧୧ ନମ୍ୱର୍ ୱାର୍ଡର ‘ନ୍ୟୁ ଲିଭିଂ’ ଚର୍ଚ୍ଚରେ ଉକ୍ତ ଦିବସ ମହା ସମାରୋହ ରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଉକ୍ତ ଚର୍ଚ୍ଚ ର ଫାଦର୍ ଆଚାର୍ଯ୍ୟ ସାଧୁ ସୁନ୍ଦର୍ ସିଂହ ତାଙ୍କର ବକ୍ତବ୍ୟ ମାଧ୍ୟମରେ, ଈଶ୍ୱର ପୁତ୍ର ପ୍ରଭୁ ଯିଶୁ ଧରା ପୃଷ୍ଠରେ ପାପି ମାନଙ୍କ ଉଦ୍ଦେଶ୍ୟରେ ଧରାବତରଣ କରିଥିଲେ। ତାଙ୍କର କାର୍ଯ୍ୟ ଶେଷ ଦିବସ ମଧ୍ୟ ଧାର୍ଯ୍ୟ ଥିଲା । କାର୍ଯ୍ୟ ଶେଷ କରି ସେ ସ୍ଵର୍ଗାରୋହଣ କରିଥିଲେ। ମାତ୍ର ପାପି ମାନେ ତାଙ୍କୁ କୃଶ ବିଦ୍ଧ କରି ଯାହା ଚିନ୍ତା କରି ଥିଲେ ,ପରେ ସେଥି ପାଇଁ ଅନୁତାପ କରି ପାପରୁ ମୁକ୍ତି ପାଇଁ ତାଙ୍କର ପଶ୍ଚାତ ଧାବନ କରିଥିଲେ। ଏଥି ନିମନ୍ତେ ଦିବସ ବ୍ୟାପି କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଶାଖାପାଟଣା ରୁ ଆସିଥିବା ଦୀପଙ୍କର ପାଉଲ, ବିନିତା କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ଥିବା ବେଳେ, ଅନ୍ୟ ମାନଙ୍କ ମଧ୍ୟରେ ମଧୁ ସୁନ୍ଦର ସିଂହ , ପ୍ରତ୍ୟୁଷ ସୁନ୍ଦର ସିଂହ , ଅଭିଷେକ ସୁନ୍ଦର ସିଂହ , ସୁରେଶ ବିଶ୍ଵାଳ , ସୁରେଶ ସିଂ, ପ୍ରଶାନ୍ତ ସିଂ , ଶିବ ସିଂ ପ୍ରମୁଖ କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ସଂପାଦନ କରିବା ଦିଗରେ ସହଯୋଗ କରିଥିବା ଦେଖା ଯାଇଛି।