September 18, 2026

ଶ୍ରୀ ଗୋପୀନାଥ ବିଦ୍ୟାପୀଠରେ ପିଟିଏ ବୈଠକ 

IMG-20250419-WA0063
Share

 

ବୁଗୁଡ଼ା :ତା ୧୯/୦୪/୨୦୨୫ : ବୁଗୁଡ଼ା ବ୍ଳକ ମୋଟାବାଡି ଗ୍ରାମସ୍ଥ ଶ୍ରୀ ଗୋପୀନାଥ ବିଦ୍ୟାପୀଠ ପକ୍ଷରୁ ସ୍ବପରିସରରେ ଅଭିଭାବକ-ଶିକ୍ଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଉମାକାନ୍ତ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ବୈଠକ ଅବସରରେ ଶିକ୍ଷାର ମାନ ଅଭିବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ, ଓ୍ବଟସଆପ୍ ଗ୍ରୁପ୍ ଗଠନ, ଜେଆରସି ଏବଂ ସ୍କାଉଟ୍ ଦଳ ଗଠନ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଉପରେ ଗୁରୁତ୍ବ ପ୍ରଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥି ସହ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବ୍ଯବସ୍ଥାର କାର୍ଯ୍ୟକାରିତା ଏବଂ ପୁରାତନ ଛାତ୍ର ସଂଘ ‘ପଞ୍ଚସଖା ଶିକ୍ଷା ସେତୁ’ ଗଠନ ସମ୍ପର୍କେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ ଛାତ୍ରଛାତ୍ରୀଙ୍କ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ପ୍ରାକ୍ତନ ବିଦ୍ଯାର୍ଥୀଗଣ ଉପସ୍ଥିତ ରହିଥିଲେ।