May 14, 2026

ମା’ ବାସେଳୀ ମେଳଣ ମହୋତ୍ସବ-୨୦୨୫ ଉଦଯାପିତ l

IMG-20250418-WA0048
Share

 

ବ୍ରହ୍ମଗିରି, ଏପ୍ରିଲ୍ ୧୨ତାରିଖ ରୁ ୧୭ତାରିଖ ପର୍ଯ୍ୟନ୍ତ ଛଅ ଦିନ କାଳ ଅଠଦେଶ କୈବର୍ତ୍ତ ମହାସଂଘ,ପୁରୀ, ଚାରିବାଟିଆ ଗ୍ରାମବାସୀଙ୍କ ତରଫରୁ ମା’ ବାସେଳୀ ମେଳଣ ମହୋତ୍ସବ-୨୦୨୫,ଏକ ଐତିହାସିକ ସଂସ୍କୃତି ଚୈତ୍ର ପୂର୍ଣ୍ଣିମା ପାରମ୍ପାରିକ ମହୋତ୍ସବ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଖୁବ୍ ଧୁମ୍ ଧାମରେ ପାଳନ କରାଯାଇଅଛି। ଏହି ପାରମ୍ପାରିକ ଯାତ୍ରା ଦୀର୍ଘ ୧୪ ବର୍ଷ ଧରି ଚାରିବାଟିଆ ଗ୍ରାମବାସୀ ଙ୍କ ଚେଷ୍ଟା ରେ ପାଳନ କରାଯାଇ ଆସୁଛି।ଏହି ବାସେଳୀ ମେଳଣରେ ତେଲିସାହି, କମଲନୟନପୁର, ମୋଟୋ, ବିନ୍ଧେଇବସ୍ତ, ଦୋବନ୍ଦା, ବାଲିପାଟପୁର, ଜଲିପଡା, କରମଳା ଇତ୍ୟାଦି ବହୁତ ମାଆ ଠାକୁରାଣୀମାନେ ଏହି ଉତ୍ସବକୁ ଆସିଥିଲେ ଓ ପାଖାପାଖି ୩୦ ରୁ ୩୫ ସମସ୍ତ ଠାକୁରାଣୀ ମାନେ ମେଳଣରେ ଉପସ୍ଥିତ ଥିଲେ। ୨୦୨୫ ମସିହା ଏପ୍ରିଲ ୧୨ରୁ ୧୭ ତାରିଖ ରେ ମହୋତ୍ସବ ନିରନ୍ତର ଛଅ ଦିନ ଧରି ଅନୁଷ୍ଠିତ ସମ୍ପନ୍ନ ହୋଇଥିଲା। ମେଳଣରେ ସମସ୍ତ ଯୋଜନା, ପ୍ରସ୍ତୁତି, ବ୍ୟବସ୍ଥା ଅଠଦେଶ ମହାସଂଘର ସଭାପତି ଶ୍ରୀଯୁକ୍ତ କାଶୀନାଥ ବେହେରା, ସମ୍ପାଦକ ଶ୍ରୀଯୁକ୍ତ ମେରୁଚରଣ ବେହେରା, କମିଟି ସଦସ୍ୟ ଶ୍ରୀଯୁକ୍ତ ଅକ୍ଷୟ ବେହେରା, ଉପେନ୍ଦ୍ର ବେହେରା, ଅର୍ଜୁନ ବେହେରା ଏବଂ ଗ୍ରାମ କମିଟି ସଭାପତି ବୁଦ୍ଧିବାବନ ବେହେରା, ମାଗୁଣୀ ବେହେରା,ଦିନବନ୍ଧୁ ବେହେରା,କର୍ଣ୍ଣଦେବ ବେହେରା, ବିଦ୍ୟାଧର ବେହରା ଙ୍କ ଦ୍ୱାରା କରାଯାଇଥିଲା। ଏହି ମେଳାରେ ପ୍ରାୟ ୧୦ ରୁ ୧୫ ହଜାର ଲୋକ ଏକତ୍ରିତ ହୋଇଥିଲେ। ବହୁ ଦୂରଦୂରାନ୍ତରୁ ଲୋକମାନେ ଏକତ୍ରିତ ହୋଇ ମେଳଣ ଉପଭୋଗ କରିଥିଲେ। ପ୍ରଥମେ ସମସ୍ତ ମା’ ଠାକୁରାଣୀମାନେ ନିକଟବର୍ତ୍ତୀ ଗ୍ରାମଗୁଡ଼ିକୁ ପରିଦର୍ଶନ କରିଥିଲେ ଏବଂ ଲୋକମାନେ ବହୁ ପ୍ରକାରର ପ୍ରସାଦ ସହିତ ଫୁଲ ମାଳ ଅର୍ପଣ କରିଥିଲେ ଏବଂ କିଛି ପୂଜାପାଠ କରିଥିଲେ। ମେଳାରେ ପାରମ୍ପରିକ ଘୋଡା ନାଚା, ନାଗା ମେଢ଼ ସମେତ ରଙ୍ଗୀନ ଆଲୋକ, ବଣ, ଆତସବାଜି ସହିତ ଅନେକ ବହୁତ କିଛି କରାଯାଇଥିଲା। ଲୋକମାନେ ମଜା କରିଥିଲେ ତା ସହ ଉପଭୋଗ କରୁଥିଲେ, ଏବଂ ସେମାନେ ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟ ଉପଭୋଗ କରୁଥିଲେ। ଏହି ମେଳା ଏକ ଐତିହାସିକ ସାଂସ୍କୃତିକ ପରମ୍ପରା ମେଳା ଯାହା ଭାଇଚାରାର ଏକତାକୁ ଦର୍ଶାଏ ଏବଂ ଐତିହାସିକ କ୍ଷୟପ୍ରାପ୍ତ ପରମ୍ପରାକୁ ମଧ୍ୟ ଏହା ଦେଖିବାକୁ ଏକ ବିରଳ। ଏହି ମେଳାର ଉଦ୍ଦେଶ୍ୟ ହେଉଛି ପରମ୍ପରା ଏବଂ ଅଦୃଶ୍ୟ ବିରଳ ଲୋକନୃତ୍ୟକୁ ରକ୍ଷା କରିବା। ଯେହେତୁ ଏହା ଏକ ଅନନ୍ୟ ଉପାୟରେ ପାଳିତ ହୁଏ, ଏହାକୁ ସରକାରଙ୍କ ପାଖରେ ପହଞ୍ଚାଇବା ଏବଂ ଗଣମାଧ୍ୟମ ବନ୍ଧୁମାନଙ୍କ ସହାୟତାରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରାଯାଉଛି। ଏହି ମେଳାର ସମସ୍ତ ପରିଚାଳନା ଗ୍ରାମବାସୀ, ଆଠଦେଶ କୈବର୍ତ୍ତ ମହାସଂଘ, ପୁରୀ ଏବଂ ଗ୍ରାମ କମିଟି, ଗ୍ରାମ ଯୁବକ ସଂଘ, ମହିଳା ମଣ୍ଡଳ ସଂଘ, କିଶୋରୀ ସଂଘ, ଶାନ୍ତି ଶୃଙ୍ଖଳା ସଂଘ ଏବଂ ପୁରୀସଦର ଥାନା ପୋଲିସ ବାହିନୀ ଓ ଶ୍ରୀଯୁକ୍ତ ସୋନୁ ବାବୁ ଏବଂ ସେମାନଙ୍କ କର୍ମଚାରୀଙ୍କ ସହାୟତା ମଧ୍ୟ ମିଳିଥିଲା। ମେଳଣ ର ସ୍ଵତନ୍ତ୍ର ଦାୟିତ୍ଵ ମେରୁଚରଣ ବେହେରା, ଅକ୍ଷୟ ବେହେରାଙ୍କ ଦ୍ୱାରା ପରିଚାଳିତ କରାଯାଇଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ