April 28, 2025

ସାହାରପଡା ଶିବ ମନ୍ଦିରରେ ଭକ୍ତଙ୍କ ଗହଳି l ବିଭିନ୍ନ ସ୍ଥାନରେ ପଣା ବଣ୍ଟନ 

Share

 

କେନ୍ଦୁଝର : (ରତି ରଞ୍ଜନ ମହାନ୍ତ ) ପବିତ୍ର ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ । ଓଡ଼ିଆ ପରମ୍ପରା ଅନୁସାରେ ପଣା ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଛି ନୂଆବର୍ଷ । ଏହି ଦିନକୁ ସମସ୍ତେ ପାଳନ କରିବାକୁ ବେଶ୍ ଉତ୍ସାହିତ। କାରଣ ଏହି ଦିନରେ ପବନ ପୁତ୍ର ହନୁମାନଙ୍କ ଜୟନ୍ତୀ ।

 

ଏଥିପାଇଁ ସାହାରପଡା ମୁଖ୍ୟଳୟରେ ଥିବା ବାବା ସ୍ବର୍ବେଶ୍ୱର ଶିବ ମନ୍ଦିର ଭକ୍ତଙ୍କ ବେଶ ଭିଡ଼ ଦେଖିବାକୁ ମିଳିଥିଲା l ଭକ୍ତ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଧାଡିରେ ଯାଇ ପ୍ରଭୁ ଶିବଙ୍କୁ ଦର୍ଶନ କରିବା ସହ ମାନସିକ କରିଛନ୍ତି ଶ୍ରଦ୍ଧାଳୁ l

 

ସାହାରପଡା : ହନୁମାନ ଜୟନ୍ତୀ ଥିବାରୁ ସାହାରପଡା ହନୁମାନ ପିଣ୍ଡି କମିଟି ପକ୍ଷରୁ ପିଣ୍ଡି ନିକଟରେ ବେଲ ପଣା ଆୟୋଜନ କରି ପଥଚାରି ମାନଙ୍କୁ ପଣା ବଣ୍ଟନ କରିଥିଲେ l ଏହି ପଣା ବଣ୍ଟନ କାର୍ଯ୍ୟକ୍ରମରେ ବାବୁଲି ମହାନ୍ତ, ମୁନା ମହାନ୍ତ, ଉମେଶ ମହାନ୍ତ, କାଳିଆ ମହାନ୍ତ, ସତୀଶ ଚନ୍ଦ୍ର ବେହେରା, ଦୟାନିଧି ମହାନ୍ତ ପ୍ରମୁଖଙ୍କ ସହ ଅନ୍ୟ ସଦସ୍ୟ ମାନେ ସାମିଲ ହୋଇଥିଲେ l

 

ସାହାରପଡା ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଚାରି ଚକିଆ ଯାନ ଷ୍ଟାଣ୍ଡ ନିକଟରେ ଅସହାୟ ତାତିକୁ ଦୃଷ୍ଟିରେ ରଖି ଜଳ ଛତ୍ର ଖୋଲି ପଥଚାରୀ ମାନଙ୍କର ଶୋଷ ମେଣ୍ଟାଇବା ନିମନ୍ତେ ମାଟି ହାଣ୍ଡିରେ ଥଣ୍ଡା ପାନୀୟ ଜଳ ର ବ୍ୟବସ୍ଥା କରିଛନ୍ତି l ପବିତ୍ର ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଥିବାରୁ ପଥଚାରୀ ମାନଙ୍କୁ ପଣା ବଣ୍ଟନ କରିଥିଲେ l

ଜୟ ହନୁମାନ ଜ୍ଞାନ ଗୁନ ସାଗର ଶ୍କୋକରେ ଗୁଞ୍ଜରିତ ହେଉଛି ମନ୍ଦିର । ହନୁମାନ ଜୟନ୍ତୀ ପାଇଁ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । କେତେକ ସ୍ଥାନରେ ଭକ୍ତଙ୍କୁ ପଣା ଓ ଭୋଗ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ଘରେ ଘରେ ମଧ୍ୟ ପଣା ସଂକ୍ରାନ୍ତି ପାଳନ କରାଯାଉଛି । ବୃନ୍ଦାବତୀଙ୍କ ଉପରେ କଳସ ବସାଇ ସେଥିରେ ପଣା ଭୋଗ ଲଗାଯାଏ ।

 

ଓଡିଆ ପରମ୍ପରା ଅନୁସାରେ ଏହି ଦିନର ଏକ ବିଶେଷତ୍ୱ ରହିଛି । ଭଗବାନ୍ ରାମଚନ୍ଦ୍ରଙ୍କ ପରମ ଭକ୍ତ ଭଗବାନ୍ ହନୁମାନଙ୍କ ଜନ୍ମଦିନ ବୋଲି ଓଡିଶାବାସୀ ବିଶ୍ୱାସ କରନ୍ତି । ତେଣୁ ହନୁମାନ ମନ୍ଦିରରେ ମହାସମାବେଶର ଆୟୋଜନ ହୁଏ । ଦିନସାରା ମନ୍ଦିରରେ ହୋମ-ଯଜ୍ଞ ଏବଂ ଭଜନ କୀର୍ତ୍ତନ ଆଦି ଚାଲିଥାଏ । ନୂତନ ବର୍ଷରେ ଅନେକ ଭକ୍ତ ହନୁମାନ ମନ୍ଦିର, ଶିବ ଏବଂ ସୂର୍ଯ୍ୟ ଦେବତା ମନ୍ଦିର ଯାଆନ୍ତି ।

 

ଏହା ସହ କେତେକ ସ୍ଥାନରେ ବୁଡ ପକାଇବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ପବିତ୍ର ନଦୀ ଗୁଡିକରେ ବଡି ଭୋରରୁ ଶ୍ରଦ୍ଧାଳୁ ମାନେ ସ୍ନାନ କରି ମନୋସ୍କାମନା ପୂରଣ ନିମନ୍ତେ ପ୍ରାର୍ଥନା କରନ୍ତି ।