April 18, 2025

ସରକାରୀ ଉଚ୍ଚ ବିଦ୍ୟାଳୟରେ ସି.ଆର.ସି.ସି. କିଏ…ବୋଲି କହୁଛନ୍ତି ସହକାରୀ ଶିକ୍ଷକ…..

Share

 

ତିର୍ତ୍ତୋଲ

 

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ମଣ୍ଡଳ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ବିବାଦୀୟ ଭାବେ ବହୁ ଚର୍ଚ୍ଚାରେ ଥିବାବେଳେ, ଶିକ୍ଷIମଣ୍ଡଳ ଅଧୀନରେ ଥିବା ବିଦ୍ୟାଳୟ ମଧ୍ୟ ବାଦ ଯାଉନାହିଁ l କୌଣସି ନା କୌଣସି କାରଣ ପାଇଁ ବିଦ୍ୟାଳୟ ଚାଲି ଆସୁଛି ବିବାଦ ଘେରକୁ l ସେ ଶିକ୍ଷକ ଙ୍କ ଅଭାବ ନେଇ ତାଲା ବନ୍ଦ ଆନ୍ଦୋଳନ ହେଉ ଅବା ମଧ୍ୟାନ୍ନଭୋଜନ ଚାଉଳ ଘୋଟଲା ହେଉ l ଏବେ ଏବେ ସାମ୍ନାକୁ ଆସିଛି ଆଉ ଏକ ବିବାଦ l ବିଦ୍ୟାଳୟ ମଧ୍ୟରେ ବହୁ ସମୟରେ ଦେଖିବାକୁ ମିଳୁ ନାହାନ୍ତି ପ୍ରଧାନ ଶିକ୍ଷକ l ପାଠପଢାରେ ଅନିୟମିତତା ଲାଗିରହୁଛି l ଦୂର ଦୂରାନ୍ତରୁ ଅବସ୍ଥାପିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ଆଳ ଦେଖାଇ ନିଜ ଘର କଥା ଭାବି ଅନୁପସ୍ଥିତ ରହି ଆସୁଛନ୍ତି l ହେଡ଼ ମାଷ୍ଟର କୁଆଡେ ଗଲେ ବୋଲି କେହି ପଚାରିଲେ, ସହକାରୀ ଶିକ୍ଷକ ଜଣେ କହୁଛନ୍ତି ଯେ ସାର ଏବେ ଥିଲେ ଏବେ ଟିକେ କାମରେ ଯାଇଛନ୍ତି l ବାସ୍ତବ କଥା ହେଲେ ମେରିରାୟ ନୀତିରେ ଚାଲିଛି ବିଦ୍ୟାଳୟ l ସମସ୍ତ ଶିକ୍ଷକ ଉଭୟଙ୍କୁ ସୁହାଇଲା ପରି କାର୍ଯ୍ୟ କରିଚାଲିଛନ୍ତି l ଏହି ସ୍କୁଲର ସିଆରସିସି କିଏ ବୋଲି ପଚାରିଲେ ସହକାରୀ ଶିକ୍ଷକ କହୁଛନ୍ତି ଯେ ସିଆରସିସି କିଏ ? ଏଇଟା ପ୍ରାଥମିକ ସ୍କୁଲ ନୁହେଁ l ଏଠି ସିଆରସିସି କଣ କରିବେ…? ସବୁଠୁ ବଡ ବିଷୟ ଏହାଯେ ଛାତ୍ରୀ ମାନଙ୍କୁ ଡେସ୍କ ବେଞ୍ଚ ସଫେଇ କରିବାକୁ ନିୟୋଜିତ କରାଯାଉଛି l 5T ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚକରି ବିଦ୍ୟାଳୟ ଗୁଡିକୁ ଉନ୍ନତ କରାଗଲା କିନ୍ତୁ ଉନ୍ନତି ହୋଇପାରିଲାନି ଶିକ୍ଷାଦାନ ଏବଂ ଶିକ୍ଷକ ମାନଙ୍କର l ଏପରି ସଂଗୀନ ଦୃଶ୍ୟ ଦେଖିବାକୁ ମିଳିଛି ତିର୍ତ୍ତୋଲ ଶିକ୍ଷା ମଣ୍ଡଳ ଅଧିନସ୍ତ କନିମୂଳ ପଞ୍ଚାୟତ ର ଉଷାମଣୀ ଉଚ୍ଚ ବିଦ୍ୟାଳୟ ମଧ୍ୟରେ l ଜଗତସିଂହପୁର ମଣ୍ଡାସାହି ଅଞ୍ଚଳରୁ ଆସୁଥିବା ପ୍ରଧାନଶିକ୍ଷକ, ବିଦ୍ୟାଳୟ ପାଇଁ ସମୟ ନଦେଇ ପ୍ରବଳ ରାଜନୀତି ଚଲେଇଛନ୍ତି l ସେଥିପାଇଁ ବହୁ ସମୟରେ ବିଦ୍ୟାଳୟ ରେ ଅନୁପସ୍ଥିତ ରହିବାର ସ୍ଥାନୀୟ ଅବିଭାବକ ଜଣାଇଛନ୍ତି l ସ୍ମରଣଯୋଗ୍ୟ ଯେ ବିଶିଷ୍ଟ ଯନ୍ତ୍ରୀ ସୁସାହିତ୍ୟିକ ଇଂ. ପ୍ରଭାକର ସ୍ୱାଇଁ ଉକ୍ତ ସ୍କୁଲ ର ପ୍ରତିଷ୍ଠାତା ହୋଇଥିଲେ ମଧ୍ୟ ସ୍କୁଲ ର ଏପରି ଦୟନୀୟ ଅବସ୍ଥାରେ କୌଣସି ଦାୟିତ୍ୱରୁ ଦୂରରେ ଥିବାରୁ, ବାଘ ଘରେ ମିରିଗ ନାଟ ଚାଲିଛି ବୋଲି ଚର୍ଚ୍ଚା ହେଉଛି l ବିଭାଗୀୟ ଅଧିକାରୀ ଏହି ବିଦ୍ୟାଳୟ ପ୍ରତି ଯେବେ ଦୃଷ୍ଟି ନଦେବେ ତାହାହେଲେ ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀ ଙ୍କର ଭବିଷ୍ୟତ ଘୋର ଅନ୍ଧକାର ମୟ ହେବାରେ କେହି ବି ଅଟକେଇ ପାରିବେନି ।

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।