ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ହୋଇଯାଇଥିବା ବେଳେ ଅଯୋଧ୍ୟା ଓ ବାରଣାସୀ ଯାତ୍ରା କରିଛନ୍ତି କୋରାପୁଟ ଜିଲାର ୧୬୮ ଜଣ ବରିଷ୍ଠ ନାଗରିକ..

କୋରାପୁଟ,୭/୪ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ହୋଇଯାଇଥିବା ବେଳେ ଅଯୋଧ୍ୟା ଓ ବାରଣାସୀ ଯାତ୍ରା କରିଛନ୍ତି କୋରାପୁଟ ଜିଲାର ୧୬୮ ଜଣ ବରିଷ୍ଠ ନାଗରିକ… ସୋମବାର ସଂନ୍ଧ୍ୟାରେ ସ୍ଥାନୀୟ ସଂସ୍କୃତି ଭବନ ସମ୍ମୁଖରେ ଆୟୋଜିତ ଶୁଭାରମ୍ଭ ଉତ୍ସବରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୂଜା ଅର୍ଚ୍ଚନା କରିବା ପରେ ସବୁଜ ପତକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ… ଏହି ଯାତ୍ରା ରେ ଜିଲ୍ଲା ର 14 ଟି ବ୍ଲକ ଏବଂ 4 ଟି ପୌରପାଳିକା ରୁ 168 ଜଣ ବରିଷ୍ଠ ନାଗରିକ ୪ ଟି ବସରେ ରାୟଗଡା ଯାତ୍ରା କରିଛନ୍ତି… ମଙ୍ଗଳବାର ସକାଳେ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅଯୋଧ୍ୟା ଓ ବାରଣାସୀ ଯାତ୍ରା କରିବେ ବୋଲି ଜିଲା ପର୍ଯ୍ୟଟନ ଅଧିକାରୀ ତାଲିନା ପ୍ରଧାନୀ ପ୍ରକାଶ କରିଛନ୍ତି… ଜିଲାର ଏହି ତ୍ରିଥଯାତ୍ରୀଙ୍କ ସହ ୫ ଜଣିଆ ଗାଇଡ ଟିମ ସେଠାକୁ ଯାଇଛନ୍ତି,, ସେମାନେ ବରିଷ୍ଠ ନାଗରିକଙ୍କ ସୁବିଧା ଅସୁବିଧା ବୁଝିବେ ବୋଲି ଜିଲା ପର୍ଯ୍ୟଟନ ଅଧିକାରୀ ପ୍ରକାଶ କରିଛନ୍ତି..