ସପ୍ତାହ ବ୍ୟାପୀ ଶୂନ୍ୟ ଅକାଳ ମୃତ୍ୟୁରେ ଲକ୍ଷାଧିକ ଟଙ୍କା ଜରିମାନା, ୧ଟି ହାଇଓ୍ବା ଓ ୮ଟି ବାଇକ ଜବତ
ରାମନାଗୁଡା, ରାୟଗଡା ଜିଲ୍ଲାରେ ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭ ହୋଇ ୦୭ ତାରିଖରେ ଶେଷ ହୋଇଥିବା ସପ୍ତାହ ବ୍ୟାପି ଶୂନ୍ୟ ଅକାଳ ମୃତ୍ୟୁ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ତରଫରୁ ଜିଲ୍ଲାର ସମସ୍ତ ଥାନା ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା କଡାକଡି ଭାବେ ଯାଞ୍ଚ କରିବା ପାଇଁ ବିଭିନ୍ନ ଥାନାକୁ କଡା ନିର୍ଦ୍ଦେଶ ଦେଇଥିଲେ । ରାୟଗଡା ଜିଲ୍ଲା ରାମନାଗୁଡା ଥାନା ସଦର ମହକୁମାର ବାଙ୍ଗି ଛକ, ଚାକୁଣ୍ଡା ,ବ୍ଲକ ଛକ, ରାମନାଗୁଡା ମୁଖ୍ୟ ବଜାର ଛକ, କାରିଣୀଗୁଡ଼ା ଛକ, ତାଣ୍ଡିକଣା ଛକ ଆଦି ବିଭିନ୍ନ ଛକ ମାନଙ୍କ ରେ ବ୍ଲକ ପ୍ରଶାସନ ଓ ପୋଲିସ ପ୍ରଶାସନ ଙ୍କ ମିଳିତ ଭାବେ ଦିନରାତି ୨୪ ଘଣ୍ଟିଆ ହେଲମେଟ ,ଗାଡ଼ି କାଗଜପତ୍ର ଯାଞ୍ଚ, ଓଭରଲୋଡିଙ୍ଗ, ଗାଡ଼ିରେ ଅତ୍ୟଧିକ ଯାତ୍ରୀ ନେବା,ନିଶା ସେବନ କରି ଗାଡି ଚଳାଇବା ,ବାଇକ ରେ ତିନି ଜଣ ବସିବା ,ହେଲମେଟ ନପିନ୍ଧିବା, ସିଟ ବେଲ୍ଟ ନଲଗାଇବା ଭଳି ଦୋଷ କରୁଥିବା ଅମାନ୍ୟ ଗାଡ଼ି ଚାଳକ ମାନଙ୍କୁ ଜରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ରାସ୍ତା କଡରେ ମନଇଚ୍ଛା ଗାଡ଼ି ପାର୍କିଂ କରୁଥିବା ଗାଡି ଚାଳକ ଙ୍କ ଠାରୁ ମାମଲା ରୁଜୁ କରିବା ସହ ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି। ତେବେ ରାୟଗଡା ଜିଲ୍ଲା ରାମନାଗୁଡ଼ା ପୋଲିସ ପକ୍ଷରୁ ରାମନାଗୁଡା ଅଞ୍ଚଳ ର ବିଭିନ୍ନ ସ୍ଥାନରେ ସମସ୍ତ ପ୍ରକାର ଯାନବାହନ କଡାକଡି ଭାବେ ଯାଞ୍ଚ କରାଯାଇଥିଲା ।ରାମନାଗୁଡା ଥାନା ଅଧିକାରୀ ସୁଶ୍ରୀ ସୁନିତା ବେହେରାଙ୍କ ନେତୃତ୍ୱରେ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ଙ୍କ ସମେତ ତହସିଲ କାର୍ଯ୍ୟାଳୟ ର କର୍ମଚାରୀ ମାନଙ୍କ ସହ ଥାନା ଏସ ଆଇ ବାବୁଲା ପ୍ରଧାନ, ଏଏସଆଇ ପୃଥ୍ୱୀରାଜ ଝଙ୍କାର , ଏଏସଆଇ ଜଗନ୍ନାଥ ବେହେରା ଙ୍କ ସହ ସଦଳବଳେ ରାୟଗଡା ଏବଂ ମୁନିଗୁଡ଼ା ଠାରୁ ଗୁଣୁପୁର ଓ ବ୍ରହ୍ମପୁର କୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ଛକ ମାନଙ୍କ ରେ ଉପସ୍ଥିତ ରହି ସମସ୍ତ ପ୍ରକାର ବାଇକ,ଭ୍ୟାନ, ଟ୍ରକ, ବସ, କାର, ଭଳି ଚାରି ଚକିଆ ଗାଡ଼ି କୁ ଅଟକାଇ ହେଲମେଟ, ସିଟ ବେଲ୍ଟ, ଡ୍ରାଇଭିଂ ଲାଇସେନ୍ସ ସହ ଗାଡି ର କାଗଜପତ୍ର କଡାକଡି ଭାବେ ଯାଞ୍ଚ କରାଯାଇଥିବା ବେଳେ ରାମନାଗୁଡା ଥାନା ରେ ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବା ୮ ଟି ବାଇକ ଏବଂ ଗୋଟିଏ ହାଇହ୍ଵା ଜବତ କରାଯାଇଛି, ୧୫ ଜଣଙ୍କ ର ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରି ଜରିମାନା ଆଦାୟ କରିଥିବା ବେଳେ ୩ ଜଣ ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚାଳନା କରୁଥିବା ଅଭିଯୋଗରେ ଜରିମାନା ଆଦାୟ କରାଯାଇଛି ସେହିପରି ୬୯ ଜଣଙ୍କ ଠାରୁ ବିନା ହେଲମେଟରେ ଗାଡି କରିଥିବା ବ୍ୟକ୍ତି ଙ୍କ ନିକଟ ରୁ ୬୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।ସିଟ ବେଲ୍ଟ ବ୍ୟବହାର ନକରି ୬୯ ଜଣଙ୍କ ଠାରୁ ୬୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ଏବଂ ୫ ଜଣ ନାବାଳକଙ୍କ ପାଖରୁ ୧ ଲକ୍ଷ ୨୫ ହଜାର ଟଙ୍କା ଜରିମାନା ପଡିଥିବା ଜଣାପଡ଼ିଛି ।ରାମନାଗୁଡା ଥାନାରେ ଏହି ଯାଞ୍ଚ ସମୟରେ ମୋଟାମୋଟି କହିବାକୁ ଗଲେ ୩ ଲକ୍ଷ ୮୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ରାମନାଗୁଡା ଥାନା ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ରାସ୍ତାରେ ଦ୍ରୁତ ଗତିରେ ନାବାଳକ ମାନଙ୍କ ଧୂଳି ଉଡେଇ ଗାଡି ଚାଳନା କରୁଥିବାର ଦେଖିବାକୁ ମିଳିଛି ତେବେ ଏହି ନାବାଳକ ମାନଙ୍କ ଗାଡି ଚାଳନା ନେଇ ଜୋରଦାର ଯାଞ୍ଚ କରି ଜରିମାନା ଆଦାୟ କରିବାକୁ ଦାବି ହେଉଛି ।।
ରିପୋର୍ଟ ରାକେଶ କୁମାର ବେହେରା