May 14, 2026

ଜରଡ଼ା ବୈଦିକ ସତସଙ୍ଗ ସମିତି ପକ୍ଷରୁ ରୌପ୍ୟ ଜୟନ୍ତୀ ପାଳନ 

IMG-20250330-WA0006
Share

 

ପାତ୍ରପୁର ୨୯/୦୩/୨୫

ପାତ୍ରପୁର ବ୍ଳକ ଜରଡ଼ା ବୈଦିକ ସତସଙ୍ଗ ସମିତି ପକ୍ଷରୁ ରୌପ୍ୟ ଜୟନ୍ତୀ ଶନିବାର ଆରମ୍ଭ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ୩ ଦିନ ବ୍ୟାପି ହେବାକୁ ଥିବାବେଳେ ଓ୩ମ୍ ଧ୍ଵଜା ଉତ୍ତୋଳନ କରାଯାଇ ବ୍ରହ୍ମ ପାରାୟଣ ମହାଯଜ୍ଞ ର ଶୁଭାରମ୍ଭ ହୋଇଥିଲା। ସନ୍ଧ୍ୟା ସମୟରେ ସାମୁହିକ ସନ୍ଧ୍ୟା, ପ୍ରାର୍ଥନା, ଭଜନ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଧ୍ଵଜା ଉତ୍ତୋଳନ ସମୟରେ ଆଚାର୍ଯ୍ୟ କୃଷ୍ଣ ଦେବ ଶାସ୍ତ୍ରୀ, ସ୍ବାମୀ ଆତ୍ମାନନ୍ଦ ସରସ୍ଵତୀ କୁଳମଣି ବାନପ୍ରସ୍ଥୀ ସୁଦର୍ଶନ ମୁନି, ବିଦୁଷୀ ମଞ୍ଜୁଳା ବାନପ୍ରସ୍ଥିନୀ, ପଣ୍ତିତ ଲକ୍ଷ୍ମଣ କୁମାର ଶାସ୍ତ୍ରୀ, ପଣ୍ତିତ ବ୍ରଜବନ୍ଧୁ ପଣ୍ଡା, ପଣ୍ଡିତ ବିରେନ୍ଦ୍ର କର, ବିଦୁଷୀ ଲିତା ଦାସ୍, ପଣ୍ତିତ ହରିବନ୍ଧୁ ମହାପାତ୍ର ଙ୍କ ସମେତ ବହୁ ବାନପ୍ରସ୍ଥୀ ପଣ୍ତିତ ମାନେ ଉପସ୍ଥିତ ଥିଲେ। ଜରଡ଼ା ବେଦ ମନ୍ଦିର ର ସଭାପତି ଟି ବୈକୁଣ୍ଠ ରାଓ ସୁବୁଦ୍ଧି ସମ୍ପାଦକ ନରସିଂହ ଗୌଡ ଙ୍କ ସମେତ ଶତାଧିକ ସଭ୍ୟ ସଭ୍ୟା ଏହି କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି।