ଉମରକୋଟ ଅନ୍ତର୍ଗତ କେଶରୀବେଡା ସରକାରୀ ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ………

ଛାତ୍ରଛାତ୍ରୀ ମାନଙ୍କ ସହ ସଙ୍ଗୀତର ତାଳେ ତାଳେ ଅତିଥି ନାଚିଲେ…..
ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକ ଅନ୍ତର୍ଗତ କେଶରୀବେଡା ସରକାରୀ ଆଶ୍ରମ ବିଦ୍ୟାଳୟରେ ୬୭ ତମ ବାର୍ଷିକ ଉତ୍ସବ ୨୦୨୫ ଓ ବାର୍ଷିକ କ୍ରିଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷାମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ ପାଢୀ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲାକା ରବିନ୍ଦ୍ର ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ନିବେଦିତା ବିଶ୍ଵାଳ, ଭରତ ଚନ୍ଦ୍ର ସାହୁ, ଉମରକୋଟ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଧୁ ଭୂଷଣ ବେହେରା, ଏବିଇଓ ପୁରୁଷୋତ୍ତମ ମାଝି, କୋପେନା ସରପଞ୍ଚ କିଆବତି ଗଣ୍ଡ ,ସମିତି ସଭ୍ଯା ମିଲନ୍ତି ଗଣ୍ଡ ,ଜିଲ୍ଲା ପରିଷଦ ସଦସ୍ୟ ଚନ୍ଦନ ରାୟ, ପରିଚାଳନା କମିଟି ସଭାପତି ବିଶ୍ଵନାଥ ପରଜା ଆସନ ଅଳଙ୍କୃତ କରିଥିଲେ । ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ
ରତିକାନ୍ତ ଦୁବେ ମଞ୍ଚ ପରିଚାଳନା ସହ ଅତିଥି ପରିଚୟ ପ୍ରଦାନ ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁନୀଲ ପାଢୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ସମୟାନୁବର୍ତିତା ହେବା ସହ ଜୀବନରେ ଶୃଙ୍ଖଳା ରକ୍ଷା କରିବାକୁ ଉପଦେଶ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ଜୀବନର ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଛାତ୍ରୀମାନଙ୍କୁ ଜୀବନରେ ୧୭ ବର୍ଷ ପର୍ଯ୍ୟନ୍ତ କଠିନ ପରିଶ୍ରମ କରି ଅଧ୍ୟବସାୟ କଲେ ପର ସମୟରେ ଖୁସିରେ ଜୀବନ ଯାପନ କରିପାରିବ ବୋଲି ଉପଦେଶ ଦେଇଥିଲେ । କୃତି ଛାତ୍ରୀମାନଙ୍କୁ ଟ୍ରଫି ସହିତ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଶେଷରେ ବିଦ୍ୟାଳୟର କୁନିକୁନି ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏଥିରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ସମସ୍ତ ଅତିଥି ସଙ୍ଗୀତ ର ତାଳେ ତାଳେ ନାଚିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ତଥା ପରିଚାଳନା କମିଟିର ସହଯୋଗ ପ୍ରଦାନ କରିଥିଲେ । ଶେଷରେ ସଭା ମୁଖ୍ୟ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଲ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସର ରେ ବିଭିନ୍ନ ସରକାରୀ ଉଚ୍ଚବିଦ୍ୟାଳୟ (ଏସ୍.ଏସ.ଡି.) ଓ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
