May 14, 2026

ଅଙ୍ଗନଓ୍ବାଡି କର୍ମୀଙ୍କ ଦକ୍ଷତା ବିକାଶ ତାଲିମ ଶିବିର ଉଦଯାପିତ 

IMG-20250328-WA0045
Share

 

ବୁଗୁଡ଼ା : ତା ୨୮/୦୩/୨୫ : ସ୍ଥାନୀୟ ବ୍ଲକ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଆସିଡିଏସ୍ କାର୍ଯାଳୟ ପକ୍ଷରୁ ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଅଙ୍ଗନଓ୍ବାଡି କର୍ମୀଙ୍କ ଦକ୍ଷତା ବିକାଶ ଓ ପୁନଃସ୍ତୃତି ପାଠ୍ଯକ୍ରମ ଶିବିର ଆଜି ଉଦଯାପିତ ହୋଇଯାଇଛି। ଉକ୍ତ ଦ୍ବିଦିବସୀୟ ତାଲିମ ଶିବିରରେ ବୁଗୁଡା ଏନ୍ଏସି ସାଙ୍ଗକୁ ବ୍ଲକର ପ୍ରତି ପଞ୍ଚାୟତରୁ ଜଣେ ଲେଖାଏଁ ହିସାବରେ ମୋଟ ୨୫ ଜଣ ଅଙ୍ଗନଓ୍ବାଡି କର୍ମୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ପ୍ରଶିକ୍ଷିକା ଭାବେ ଅଞ୍ଚଳ ପରିଦର୍ଶିକା ଜି.ରଶ୍ମି ଓ, କୁସୁମ ପଣ୍ଡା , ଲିଲି ସାବତ ଓ ଜାନକୀ ଦେବୀ ପ୍ରମୁଖ ଯୋଗ ଦେଇ କିଶୋର, କିଶୋରୀଙ୍କ ସଶକ୍ତିକରଣ ମାର୍ଗ ସମ୍ପର୍କେ ଅଙ୍ଗନଓ୍ବାଡି କର୍ମୀଙ୍କୁ ବିଭିନ୍ନ ଦୃଷ୍ଟାନ୍ତମୂଳକ ତଥ୍ଯ ଉପସ୍ଥାପନ ପୂର୍ବକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏଥି ସହ ମାସ ଅନୁକ୍ରମ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ।