May 10, 2026

ଗଜପତିରେ ୨ ଶିଶୁଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼….. ସନ୍ଦେହ ଘେରରେ ସାବତ ମା’, ତଦନ୍ତକୁ ଜୋରଦାର କଲା ପୋଲିସ ପ୍ରଶାସନ 

IMG-20250325-WA0036
Share

 

 

ପାରଳାଖେମୁଣ୍ଡି:୨୫/୩(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ରାମଗିରି ଥାନା ତୁଳସୀନଗର ଗାଁ ଅଙ୍ଗନବାଡ଼ି କେନ୍ଦ୍ରରୁ ମିଳିଥିବା ଖାଦ୍ୟ ଖାଇ ୨ ଶିଶୁକନ୍ୟା ପ୍ରାଣ ହରାଇବା ସହ ୨ ଜଣ ଅସୁସ୍ଥ ହେବା ଘଟଣାରେ ନୂଆ ମୋଡ଼ ନେଇଛି. ପୁଲିସ ଓ ପ୍ରାଶାସନିକ ଟିମ୍ ଖୋଳତାଡ଼ ଆରମ୍ଭ କରିଛନ୍ତି. ଗଜପତି ଏସ୍‌ପି ଯତୀନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ରା.ଉଦୟଗିରି ତହସିଲଦାର ଜ୍ୟୋତିର୍ମୟ ଦାସ, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ମନୋରମା ଦେବୀ, ରା.ଉଦୟଗିରି ସିଡିପିଓ ଲଳିତା ପୂଜାରୀ, ଫୁଡ୍ ଇନ୍ସପେକ୍ଟର ପ୍ରମୁଖ ରାମଗିରି ଯାଇ ବିଭିନ୍ନ ଦିଗରୁ ତଦନ୍ତ କରିଛନ୍ତି। ପରୀକ୍ଷା ପାଇଁ ଖାଦ୍ୟ ନମୁନା ପଠାଯାଇଛି. ସେମାନେ ଛତୁଆ ନୁହେଁ, ପିଲାଙ୍କ ପ୍ରି-ମିକ୍ସ ଖାଦ୍ୟ ଖାଇଛନ୍ତି. ଏ ସବୁକିଛି ତଥ୍ୟ ପାଇବା ପରେ ଜିଲ୍ଲାପାଳ ବିଜୟ କୁମାର ଦାସ ପରୀକ୍ଷା ପାଇଁ ପଠାଇଛନ୍ତି । ପରୀକ୍ଷଣ ରିପୋର୍ଟ ଆସିଲେ ଏଥିରେ କଣ ମିଶା ଯାଇଥିଲା, ଜଣାପଡ଼ିବ ବୋଲି କୁହାଯାଇଛି। ଏହାସହ ପ୍ରାଶାସନିକ ଅଧିକାରୀମାନେ ରାମଗିରି ହାଟପଦାସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ପାରିପାର୍ଶ୍ବକ ସ୍ଥିତି ପରଖିଛନ୍ତି। ତେବେ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ସୂଚନା ମୁତାବକ, ପୀଡ଼ିତ ପରିବାରର ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ କୌଣସି ଛତୁଆ ଦିଆଯାଇ ନଥିଲା। ଏହା ଏକ ପ୍ରି-ମିକ୍ସ ଖାଦ୍ୟ, ଅଟା ଓ ବେସନର ମିଶ୍ରଣ ଥିଲା। ଏହା କେବଳ ଶରୀର ଓଜନ କମ୍ ଥିବା ପିଲାଙ୍କୁ ଦିଆଯାଏ। ଏହି ଖାଦ୍ୟ ସେଦିନ କେନ୍ଦ୍ରର ସମୁଦାୟ ୨୩ ଜଣ ଶିଶୁଙ୍କୁ ଦିଆଯାଇଥିଲା। ୨୦ଜଣ ଶିଶୁଙ୍କୁ କିଛି ହୋଇନ‌ଥିବା ବେଳେ ଗୋଟିଏ ପରିବାରର ୯ ପୁଲିସ, ଡାକ୍ତରୀ ଟିମ୍, ପ୍ରାଶାସନିକ ଅଧିକାରୀଙ୍କ ଖୋଳତାଡ଼ ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। କିଛି ଛତୁଆ ପ୍ୟାକେଟ୍‌ର ନମୁନା ଓପୀଡ଼ିତ ପରିବାରଙ୍କ ଘରେ ରନ୍ଧା ଯାଇଥିବା ଛତୁଆ ସଂଗ୍ରହ ହୋଇଛି | ଘଟଣା ପରେ ପୀଡ଼ିତ ପରିବାର ଏହି ରନ୍ଧା ଛତୁଆକୁ ଗୋବର ଗଦାରେ ପୋତି ଦେଇଥିଲେ। ଏହାକୁ ମଧ୍ୟ ଫୁଡ୍ ଇନ୍ସପେକ୍ଟର ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ପରୀକ୍ଷଣ ରିପୋର୍ଟ ଆସିଲେ ଏଥିରେ କଣ ମିଶା ଯାଇଥିଲା, ଜଣାପଡ଼ିବ ବୋଲି କୁହାଯାଇଛି। ଏହାସହ ପ୍ରାଶାସନିକ ଅଧିକାରୀ ହାଟପଦାସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ପାରିପାର୍ଶ୍ବକ ସ୍ଥିତି ପରଖିଛନ୍ତି।ଶିବଶଙ୍କର ବଡମୁଣ୍ଡିଙ୍କ ପ୍ରଥମ ସ୍ତ୍ରୀର ଝିଅ ତୁଳସୀ ଓ ତାଙ୍କ ୨ ଭଉଣୀ ଗୁଣମତି (୩ ବର୍ଷ), ସୁମିତ୍ରା (୧୨ ବର୍ଷ) ଓ ବାପା ଅର୍ଜୁନ ଏହି ଖାଦ୍ୟ ଖାଇ ଗୁରୁତର ହେବାସହ 2 ଜଣ ଶିଶୁକନ୍ୟା ମୃତ୍ୟୁବରଣ କରିଥିଲେ. ତେଣୁ ଶିବଶଙ୍କରଙ୍କ ଦ୍ବିତୀୟ ପତ୍ନୀଙ୍କ ଭୂମିକା ନେଇ ତଦନ୍ତକାରୀ ଟିମ୍‌ର ସନ୍ଦେହ ବଢ଼ିଛି। ଏହି କାରଣରୁ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ଡାକ୍ତରୀ ଟିମ୍ ଓ ପ୍ରାଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସାବତ ମା’ଙ୍କୁ ପଚରାଉଚରା କରାଯାଇଛି। ଶବ ବ୍ୟବଚ୍ଛେଦ ପରେ ଦୁଇ ଶିଶୁ କନ୍ୟାଙ୍କ ମୃତ ଶରୀର ହସ୍ତାନ୍ତର ବେଳେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସମସ୍ତ ରିପୋର୍ଟ ଆସିବା ପରେ ପ୍ରକୃତ ରହସ୍ୟ ଉଦଘାଟିତ ହେବ.