May 11, 2026

ହରିରାଜପୁର ପଞ୍ଚୁ୍ଦୋଳ ମେଳଣରେ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟ ଓ ସମ୍ରିଦ୍ଧି ସେବା ଟ୍ରଷ୍ଟ ପକ୍ଷରୁ ଟଙ୍କତୋରାଣୀ ବଣ୍ଟନ l

IMG-20250325-WA0017
Share

ତିନିଦିନ ଧରି ଚାଲିଥିବା ହରିରାଜପୁର ପଞ୍ଚୁ୍ଦୋଳ ମେଳଣକୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଦୋଳରେ ବସିଥିବା ଠାକୁରମାନଙ୍କୁ ଦର୍ଶନ କରି ମେଳଣ ବୁଲିବା ସହିତ ବିଭିନ୍ନ ଆକର୍ଷଣୀୟ ଦୋଳି ଠାରୁ ଆରମ୍ଭକରି ବିଭିନ୍ନ ଖେଳର ମଜା ନେଇଥିଲେ l କିନ୍ତୁ ଭକ୍ତମାନେ ପ୍ରବଳ ଗରମ ରୁ ଟିକିଏ କ୍ଲାନ୍ତ ମେଣ୍ଟାଇବା ପାଇଁ ସମ୍ରିଦ୍ଧି ସେବା ଟ୍ରଷ୍ଟ ଓ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଟଙ୍କତୋରାଣି ବଣ୍ଟନ କରାଯିବା ସହିତ ଭକ୍ତମାନଙ୍କୁ ଜଳ ଛିଞ୍ଚନ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟର ନିର୍ଦ୍ଧେଶିକା ସବିତା ମିଶ୍ର, କୁନା ମିଶ୍ର, ନିରଞ୍ଜନ ମିଶ୍ର, ଝାନ୍ସୀରାଣୀ ମିଶ୍ର,ସାମ୍ବାଦିକ ରମେଶ ସାହୁଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ଏବଂ ସମ୍ରିଦ୍ଧି ସେବା ଟ୍ରଷ୍ଟର ମାମିନା ପ୍ରଧାନ, ରାକେଶ, ରାଜେଶଙ୍କ ସହିତ ସମସ୍ତ ସଦସ୍ୟ ସଦସ୍ୟା ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ