March 17, 2025

ଉମରକୋଟ ଠାରେ ପ୍ରେରଣା ତାଲିମ ଶିବିର ଉଦଯାପିତ………

Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ):- ଉମରକୋଟ ବ୍ଳକ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଞ୍ଚଦିନ ଧରି ଚାଲିଥିବା ପ୍ରେରଣା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଏହି ତାଲିମ ଶିବିରରେ ଉମରକୋଟ ବ୍ଳକର ୧୨୭ ଜଣ ନବ ନିଯୁକ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଯୋଗ ଦେଇଥିଲେ । ପ୍ରଶିକ୍ଷକ ଭାବେ ଉମରକୋଟ ବ୍ଳକର ଦକ୍ଷତାସମ୍ପନ୍ନ ଶିକ୍ଷକ ଧନେଶ୍ବର ପୁହାଣ, ହୃଷିକେଶ ସାହୁ ,ମାନସ ରଞ୍ଜନ ନାୟକ ଓ ଦୁର୍ଗା ପ୍ରସନ୍ନ ନାୟକ ତାଲିମ ଶିବିରକୁ ପରିଚାଳନା କରିଥିଲେ ।ପ୍ରଥମ ଦିବସର ଉଦଘାଟନୀ ସଭାରେ ସୁଶିଳା ଜୋରଦାର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି.ଆର୍.ସିସି, ଉକ୍ତ ବିଦ୍ୟାଳୟର ଶିକ୍ଷୟତ୍ରୀ କାଞ୍ଚନବାଳା ଚାନ୍ଦ ଏବଂ ଚାରିଜଣ ପ୍ରଶିକ୍ଷକ ଯୋଗ ଦେଇଥିଲେ ।ନିର୍ଦ୍ଧାରିତ ସମୟରେ ତାଲିମ ଶିବିର ର ଆୟୋଜନ କରାଯାଇ ଆନନ୍ଦମୟ ଶିକ୍ଷା ମାଧ୍ୟମରେ କିପରି ଶିକ୍ଷାର୍ଥୀମାନଙ୍କ ର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ତାହା ପ୍ରଶିକ୍ଷକମାନେ ତାଲିମ ମାଧ୍ୟମରେ ଉପସ୍ଥାପନା କରିଥିଲେ ।ଉଦଯାପନୀ ଦିବସରେ ବିକାଶ ଚନ୍ଦ୍ର ସରକାର ,ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଆଦିବାସୀ ବହୁଳ ଅଞ୍ଚଳରେ ଶିକ୍ଷା ବ୍ଯବସ୍ଥାକୁ ଆହୁରି ମଜଭୁତ କରିବାରେ ନବନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ତାଙ୍କର ବକ୍ତବ୍ଯ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଦେବେନ୍ଦ୍ର କୁମାର ବାଗ,ଏ.ବିଇ.ଓ. ଏବଂ ଉକ୍ତ ବିଦ୍ୟାଳୟର ଶିକ୍ଷୟତ୍ରୀ କାଞ୍ଚନବାଳା ଚାନ୍ଦ ଯୋଗ ଦାନ କରିଥିଲେ । ଅନ୍ଯମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ଯାଳୟର ଅବନୀ କୁମାର ଦଳାଇ, ବଙ୍କିମ ଚନ୍ଦ୍ର ଦାସ ଓ ସିଆରସିସି ସନ୍ତୋଷ ସାହୁ କାର୍ଯ୍ଯକ୍ରମକୁ ସହଯୋଗ କରିଥିଲେ ।ଉପସ୍ଥିତ ଥିବା ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ମୁଖ୍ଯ ଅତିଥି ଓ ସମ୍ମାନିତ ଅତିଥିବୃନ୍ଦ ପ୍ରମାଣପତ୍ର ଓ ପେନ୍ଡ୍ରାଇଭ ବଣ୍ଟନ କରିଥିଲେ । ପରିଶେଷରେ ପ୍ରଶିକ୍ଷକଙ୍କ ଦ୍ବାରା ଧନ୍ୟବାଦ ଦିଆଯାଇ ସଭାକାର୍ଯ୍ଯକୁ ପରିସମାପ୍ତି କରାଯାଇଥିଲା ।