ଖଣିଜ ପଦାର୍ଥ ଲୁଟ ବିରୋଧରେ କାର୍ଯ୍ୟନୁଷ୍ଠାନ:ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି

ବାଲେଶ୍ଵର(ଶେଖ ନଜିମ): ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ସତ୍ୟଜିତ ନାୟକ ଲଘୁ ଖଣିଜ ପଦାର୍ଥର ଅବୈଧ ଅନୁସନ୍ଧାନ ଏବଂ ପରିବହନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ୨୦୨୪ମସିହା ଠାରୁ ୨୦୨୫ମସିହା ଫେବୃଆରୀ ମାସ ପର୍ଯ୍ୟନ୍ତ ବାଲେଶ୍ୱର,ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ବାଲି ଚୋରା ଚାଲାଣ ଉପରେ ତଥ୍ୟ ରଖିଛନ୍ତି । ତାଙ୍କ ସୂଚନା ଅନୁସାରେ,୨୦୨୫ମସିହା ଜାନୁଆରୀ ମାସ ଠାରୁ ବର୍ତମାନ ପର୍ଯ୍ୟନ୍ତ ତିନୋଟି ଜିଲ୍ଲାରେ ମୋଟ ୨୫୮ଟି ମାମଲା ରୁଜୁ ହୋଇଥିବା ବେଳେ ୧୪ଜଣଙ୍କୁ ଗିରଫ କରାଯାଇଛି । ସେହିପରି ୨୭୩ଜଣଙ୍କୁ ନୋଟିସ ହୋଇଥିବା ବେଳେ ୩୭୨ଟି ଗାଡିକୁ ଜବତ କରାଯାଇଛି । ସେଥିମଧ୍ୟରୁ ବାଲେଶ୍ୱର ଜିଲ୍ଲାରେ ୧୪୦ଟି ମାମଲା ରୁଜୁ ହୋିଥିବା ବେଳେ ୮୯ଜଣ ଗିରଫ ହୋଇଛନ୍ତି । ସେହିପରି ୧୫୭ଜଣଙ୍କୁ ନୋଟିସ ପ୍ରଦାନ କରାଯାଇଥିବା ବେଳେ ୨୩୨ଟି ଗାଡିକୁ ଜବତ କରାଯାଇଛି । ସେହିପରି ଭଦ୍ରକ ଜିଲ୍ଲାରେ ୧୫ଟି ମାମଲା ରୁଜୁ ହୋଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ୩ଜଣଙ୍କୁ ନୋଟିସ କରାଯାଇଥିବା ବେଳେ ୩୦ଟି ଗାଡିକୁ ଜବତ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ୧୦୩ଟି ମାମଲା ରୁଜୁ ହୋଇଥିବା ବେଳେ ୧୦୪ଜଣଙ୍କୁ ଗିରଫ କରାଯାଇଛି । ସେହିପରି ୧୧୩ଜଣଙ୍କୁ ନୋଟିସ କରାଯାଇଥିବା ବେଳେ ୧୧୦ଟି ଗାଡିକୁ ଜବତ କରାଯାଇଛି ବୋଲି ସୂଚନା ଦେଇଛନ୍ତି । ସେହିପରି ୨୦୨୪ମସିହା ଅର୍ଥାତ ଜାନୁଆରୀ ଠାରୁ ଡିସେମ୍ବର ପର୍ଯ୍ୟନ୍ତ ମୋଟ ୮୬୯ଟି ମାମଲା ରୁଜୁ ହୋଇଥିବା ବେଳେ ୬୪୫ଜଣ ଗିରଫ ହୋଇଛନ୍ତି । ସେହିଭଳି ୯୭୯ଜଣଙ୍କୁ ନୋଟିସ ପଠାଯାଇଥିବା ବେଳେ ୧୦୧୪ଟି ଗାଡି ଜବତ କରାଯାଇଛି । ଏହାରି ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ମୋଟ ୪୩୮ଟି ମାମଲା ରୁଜୁ ହୋଇଥିବା ବେଳେ ୩୫୨ଜଣକୁ ଗିରଫ କରାଯାଇଛି । ସେହିପରି ୫୪୧ଜଣକୁ ନୋଟିସ ପ୍ରଦାନ କରାଯାଇଥିବା ବେଳେ ୫୪୪ଟି ଗାଡି ଜବତ ହୋଇଛି । ସେହିପରି ଭଦ୍ରକ ଜିଲ୍ଲାରେ ୨୮ଟି ମାମଲା ରୁଜୁ ହୋଇଥିବା ବେଳେ ୧୧ଜଣକୁ ଗିରଫ କରାଯାଇଛି । ସେହିପରି ୨୧ଜଣକୁ ନୋଟିସ ପଠାଯାଇଥିବା ବେଳେ ୨୯ଟି ଗାଡି ଜବତ ହୋଇଛି । ମୟୂରଭଞ୍ଜ ଜିଲ୍ଲାରେ ମୋଟ ୪୦୩ଟି ମାମଲା ରୁଜୁ ହୋଇଥିବା ବେଳେ ୨୮୨ଜଣକୁ ଗିରଫ କରାଯାଇଛି । ସେହିପରି ୪୧୭ଜଣକୁ ନୋଟିସ ପ୍ରଦାନ କରାଯାଇଥିବା ବେଳେ ୪୪୧ଟି ଗାଡିକୁ ଜବତ କରାଯାଇଛି ବୋଲି ଡିଆଇଜି ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଏହାଛଡା ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ବେଆଇନ ଖଣି କାର୍ଯ୍ୟକଳାପକୁ ରୋକିବା ପାଇଁ କରାଯାଇଛି । ଯାହାଫଳରେ ଏହା କେବଳ ପରିବେଶକୁ କ୍ଷତି ପହଞ୍ଚାଇବା ଏବଂ ପ୍ରାକୃତିକ ସମ୍ପାଦକୁ ନଷ୍ଟର ହେବାରୁ ବଂଚାଯାଇ ପାରିବ ବୋଲି କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ,ବାଲି ଖନନ ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ,୧୯୫୭,ଓଡିଶା ଖଣି ଏବଂ ଖଣିଜ (ଚୋରୀ ଚୋରା ଚାଲାଣ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ନିବାରଣ) ଆଇନ,୧୯୮୮ଏବଂ ଓଡ଼ିଶା କ୍ଷୁଦ୍ର ଖଣିଜ ରିହାତି ନିୟମ,୨୦୦୪ ଅଧୀନରେ ନିୟନ୍ତ୍ରିତ । ପରିବେଶ,ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମଧ୍ୟ ସ୍ଥାୟୀ ବାଲି ଖନନ ଏବଂ ବେଆଇନ ଖଣି କାର୍ଯ୍ୟକଳାପକୁ ରୋକିବା ପାଇଁ ପ୍ରବର୍ତ୍ତନ ଏବଂ ତଦାରଖ ନିଦେ୍ର୍ଦଶାବଳୀ ଜାରି କରିଛି । ସେହିପରି ଆଇପିସି ଧାରା ପରିବର୍ତନ ହେବା ପରେ ଯେଉଁ ନୂଆ ଆଇନ ସଂହିତା ଆସିଛି ସେଥିରେ ବାଲେଶ୍ୱର ପ୍ରଥମ ଜିଲ୍ଲା ଭାବେ ଦୁଇଟି ଦୁଷ୍କର୍ମ ମାମଲା ଏବଂ ଗୋଟିଏ ଡକାୟତି ମାମଲାର ଅଭିଯୁକ୍ତମାନଙ୍କୁ ଯଥାକ୍ରମ ୨୦ରୁ ୨୫ବର୍ଷ ଏବଂ ଡାକାୟତି ମାମଲାରେ ୭ବର୍ଷ ଜେଲ ଦଣ୍ଡାଦେଶ ଖୁବ ଅଳ୍ପ ଦିନ ମଧ୍ୟରେ ହୋଇ ପାରିଛି ବୋଲି କହିଛନ୍ତି ।