May 10, 2026

ଉମରକୋଟ ପୌର ପରିଷଦର ସା°ସଦଙ୍କ ପ୍ରତିନିଧି ହେଲେ ରାମ ନାୟକ………

IMG-20250310-WA0057
Share

 

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ବରିଷ୍ଠ ଆଇନଜୀବି ତଥା ବିଜେପିର ବରିଷ୍ଠ କର୍ମ କର୍ତ୍ତା ରାମ କୃଷ୍ଣ ନାୟକ ଙ୍କୁ ନବରଙ୍ଗପୁର ସାଂସଦ ବଳଭଦ୍ର ମ।ଝି ଉମରକୋଟ ପୌର ପରିଷଦ ପାଇଁଁ ନିଜର ପ୍ରତିନିଧି ଭାବରେ ମନୋନୀତ କରିଛନ୍ତି। ସାଂସଦ ଶ୍ରୀ ମାଝି ଉମରକୋଟ ପୌର ନିର୍ବାହୀ ଅଧିକାରୀ ଙ୍କୁ ଲେଖି ଥିବା ଚିଠି ରେ ମୋର ଅନୁପସ୍ଥିତରେ ପୌର ପରିଷଦର ଯେକୌଣସି ସଭା କିମ୍ବା ଯେକୌଣସି କାର୍ଯ୍ୟରେ ମୋ ଅନୁପସ୍ଥିତି ରେ ମୋ ପ୍ରତିନିଧି ଭାବେ ରାମ ନାୟକ ଉପସ୍ଥିତ ରହିବେ ବୋଲି ଉଲ୍ଲେଖ କରିଛନ୍ତି। ସହର ର ପରିମଳ , ସହର ର ଉନ୍ନତି ଓ ସ୍ଥାନୀୟ ଜନସାଧାରଣ ଙ୍କ ଯେ କୌଣସି ସମସ୍ୟାକୁ ମୁଁ ସୁଚାରୁ ରୁପେ ତୁଲାଇବା ପାଇଁ ଚେଷ୍ଟା କରିବି ବୋଲି ରାମ ନାୟକ ନିଜ ପ୍ରତିକ୍ରିୟା ରେ କହିବା ସହ ଗୁରୁ ଦାୟିତ୍ୱ ଦେଇ ଥିବାରୁ ସାଂସଦ ବଳଭଦ୍ର ମାଝି ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।