May 11, 2026

ବିଦ୍ୟୁତ ଉପଭୋକ୍ତା ସଂଘ ବୈଠକ: ବର୍ଷ ବର୍ଷ ଧରି ସଜଡା ଯାଉନି ଟ୍ରାନଫର୍ମର, ବିଜୁଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଉପଭୋକ୍ତା

IMG-20250306-WA0025
Share

ସମ୍ବଲପୁର, ୦୬. ୦୩ : ବର୍ଷ ବର୍ଷ ଧରି ସଜଡା ଯାଉନି ଟ୍ରାନଫର୍ମର, ବିଜୁଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଉପଭୋକ୍ତା ଏଭଳି ଅଭିଯୋଗ ନେଇ ଗର୍ଜିଛନ୍ତି ପଧାନପାଲି ଗ୍ରାମବାସୀ।

ବାହାମ ପଞ୍ଚାୟତ ବିଦ୍ୟୁତ ଉପଭୋକ୍ତା ସଂଘର ଆହ୍ୱାନ କ୍ରମେ ବିଭିନ୍ନ ବିଜୁଳି ସମସ୍ୟାକୁ ନେଇ ଆଜି ପଧାନପାଲି ଗ୍ରାମରେ ଅନୁଷ୍ଠିତ ସଚେତନତା ସଭାରେ ବର୍ଷ ବର୍ଷ ଧରି ଟ୍ରାନ୍ସଫର୍ମର ଅଚଳ ହୋଇ ପଡ଼ିଥିବା ବେଳେ ତାକୁ ନସଜାଡି କିମ୍ବା ପରିବର୍ତ୍ତନ ନକରି ଅନ୍ୟ ଏକ ଟ୍ରାନ୍ସଫର୍ମରରୁ ବିଦ୍ୟୁତ ସଂଯୋଗ କରାଯାଇଥିବାରୁ ବିଜୁଳି ବିଭ୍ରାଟ ହେଉଥିବା ଉପଭୋକ୍ତା ମାନେ ଅଭିଯୋଗ ଆଣିଥିଲେ।

ସଂଘର ଉପ ସଭାପତି ହରିହର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପଦେଷ୍ଟା ସୁବୋଧ କୁମାର ବେହେରା, ଅଶ୍ୱିନୀ କୁମାର ମିଶ୍ର ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।ସଚେତନତା ସଭାରେ ସଙ୍ଘର ସାଧାରଣ ସମ୍ପାଦକ ଡା. ରାଜାରାମ ଷଡ଼ଙ୍ଗୀ ଏହାର ଉଦ୍ଦେଶ୍ୟ ଓ ଲକ୍ଷ ଉପରେ ଆଲୋଚନା କରି ବିଦ୍ୟୁତ ସଂସ୍କାର ପାଇଁ ବିଦ୍ୟୁତ ଉପଭୋକ୍ତା ଓ ବିଭାଗୀୟ ଅଧିକାରୀ, କର୍ମଚାରିଙ୍କ ମିଳିତ ସହଯୋଗ ଲୋଡ଼ିଥିଲେ ।

ଏରିଅର ବିଲ ନାମରେ ଟିପିଡବ୍ଲୁଓଡିଏଲ ର ଶୋଷଣ,ଜୁଲୁମ,ବିଦ୍ୟୁତ ବିଛିନ୍ନ ଭଳି ଆଇନ ବିରୁଦ୍ଧରେ କାର୍ଯ୍ୟକୁ ତୀବ୍ର ବିରୋଧ କରାଯାଇ ତୁରନ୍ତ ଏହା ବନ୍ଦ ନହେଲେ ଜନ ଆନ୍ଦୋଳନକୁ ଓଲ୍ଲାଇବାକୁ ଗ୍ରାମବାସୀ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଥିଲେ । ଏପରିକି ସ୍ମାର୍ଟ ମିଟରକୁ ତୁରନ୍ତ ପ୍ରତ୍ୟାହାର କରି ପୂର୍ବପରି ମିଟର ପ୍ରଚଳନ ପାଇଁ ଗ୍ରାମବାସୀ ଦାବି ଉଠାଇଥିଲେ।

ଅଚଳ ଟ୍ରାନ୍ସଫରମ ପାଇଁ ଗ୍ରାମବାସୀଙ୍କ ଉପରେ ଆର୍ଥିକ ବୋଝ ନଳଦି ଟିପିଡବ୍ଲୁଡିଏଲ ଗ୍ରାହକ ସେବାକୁ ଅଗ୍ରାଧିକାର ଦେଇ ନିଜେ ଏହାର ଉତ୍ତର ଦାୟିତ୍ୱ ନେବାକୁ ସଚେତନତା ସଭାରେ ଜୋରଦେଇ ଏରିଅର ବିଲ ନାମରେ ଭିଜିଲାନ୍ସ ଟିମ ବାହାନାରେ ଜୁଲୁମ ଓ ଗ୍ରାମ ମଧ୍ୟରେ ଜନ ଅସନ୍ତୋଷକୁ ବନ୍ଦ କରିବାକୁ ଦାବି କରିଥିଲେ।
ଏପରିକି ବିଛିନ୍ନ କରାଯାଇଥିବା ବିଦ୍ୟୁତ ଉପଭୋକ୍ତାଙ୍କୁ ଅବିଳମ୍ଭେ ବିଜୁଳି ସଂଯୋଗ ଦେବା ଭଳି ଯୁକ୍ତିଯୁକ୍ତ ଦାବି ରଖି ସଭାରେ ଆଲୋଚନା ହୋଇଥିଲା।

ଏହି ସଭାରେ ବିମ୍ବାଧର ମିଶ୍ର, ଶ୍ରୀକାନ୍ତ ମିଶ୍ର,ଅଶ୍ୱିନୀ କୁମାର ନାଏକ, ଆଶିଷ କୁମାର ନାଏକ, ଯଜ୍ଞ ରଣା, ପ୍ରମୋଦ କୁମାର ମିଶ୍ର,ଦେବାନନ୍ଦ ଭୋସାଗର, , ପ୍ରଫୁଲ୍ଲ କୁମାର ପଣ୍ଡା, ଝସକେତନ ନାଏକ,ହେମନ୍ତ ବାରିକ, ଅଶୋକ ମେହେର ପ୍ରମୁଖ ଅଂଶ ଗ୍ରହଣ କରି ବର୍ଷ ସାରା ନୀରବ ରହି ମାର୍ଚ୍ଚ ମାସ ବାହାନା ଦେଖାଇ ଟାଟା ପାୱାର ଚାପରେ କର୍ମଚାରିଙ୍କ ଅମାନବିକତା କାର୍ଯ୍ୟଧାରାକୁ ବିରୋଧ କରି ଏଥିରୁ ନିବୃତ ରହି ସୁସମ୍ପର୍କ ଓ ସହାଭାଗୀତାକୁ ବଜାୟ ରଖିବାକୁ ନିବେଦନ କରିଥିଲେ।