March 6, 2025

ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ : ପ୍ରଥମ ଦିନରେ ଦୁଇଟି ପଦବୀରେ ନାମାଙ୍କନ ଦାଖଲ….

Share

 

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଦୌରା ଜଜ ଅଦାଲତ ପରିସରରେ ଜିଲ୍ଲା ଆଇନଜୀବୀ ସଂଘ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ୫ ରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବାକୁ ଥିବାବେଳେ ପ୍ରଥମ ଦିନରେ ଦୁଇଟି ପଦବୀରେ ନାମାଙ୍କନ ଦାଖଲ ହୋଇଛି । ସଭାପତି ପଦବୀ ପାଇଁ ବରିଷ୍ଠ ଆଇନଜୀବୀ ଶ୍ୟାମ ପ୍ରସାଦ ଗନ୍ତାୟତ ଏବଂ ସମ୍ପାଦକ ପଦବୀ ପାଇଁ ଆଇନଜୀବୀ ରାମ ପ୍ରସାଦ ପାତ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଦୁଇ ଆଇନଜୀବୀ ନିଜ ନିଜ ପ୍ରସ୍ତାବକ ଓ ସମର୍ଥକଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ସି ଏଚ ବାବା ଯୁଗନ୍ଧର, ସହକାରୀ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର କୁମାର ପଟ୍ଟନାୟକ ଏବଂ ଆଇନଜୀବୀ ତାଜ ଇମରାନ ସରିଫ ପରିଚାଳନା କରୁଛନ୍ତି । ଆସନ୍ତା ୮ ତାରିଖ ଦିନ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ମାନଙ୍କ ନାମ ତାଲିକା ପ୍ରକାଶ ପାଇବ ଓ ୯ ତାରିଖ ଦିନ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ ବୋଲି ନିର୍ବାଚନ ଅଧିକାରୀ ସି ଏଚ ବାବା ଯୁଗନ୍ଧର ସୂଚନା ପ୍ରଦାନ କରିଛନ୍ତି ।

You may have missed