ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ୨ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ

ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ “ଉଦ୍ଭାବନ ଏବଂ ବ୍ୟବସାୟ ସ୍ଥିରତା” ବିଷୟରେ ୨ ଦିନିଆ (୩-୪ ମାର୍ଚ୍ଚ ୨୦୨୫) ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀର ଉଦ୍ଘାଟନୀ ସଭାରେ ଡକ୍ଟର ରମେଶ ଚନ୍ଦ୍ର ବିଶ୍ବାଳ (ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭିଲ୍ଲା ମାର୍ଟ ପ୍ରାଇଭେଟ ଲିମିଟେଡ୍) ମୁଖ୍ୟ ଅତିଥି, ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ସଭାପତି, ସ୍ନାତକୋତ୍ତର ବିଭାଗ ସମ୍ମୁହର ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ସମ୍ମାନନୀୟ ଅତିଥି ଶ୍ରୀମତୀ ସୁଗୁନା ଶ୍ରୀନିବାସନ୍ ତାଲିମ ଏବଂ ବିକାଶ ରଣନୀତିଜ୍ଞ, ସିଙ୍ଗାପୁର ଯୋଗଦାନ କରିଥିଲେ । ସମ୍ମିଳନୀ ଆୟୋଜକ ଶକ୍ତି ରଞ୍ଜନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ସହ ଆୟୋଜକ ଡଃ ଚନ୍ଦ୍ରିକା ପ୍ରସାଦ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ସମ୍ମିଳନୀ ଆବାହକ ଡଃ. ମହେଶ୍ଵର ସେଠୀ ସଭା ପରିଚାଳନା କରିଥିଲେ ।ମୁଖ୍ୟ ଅତିଥି ଶ୍ରୀ ବିଶ୍ବାଳ ନିଜ ବକ୍ତବ୍ୟରେ କେବଳ ଯାନ୍ତ୍ରିକ ଉଦ୍ଭାବନ ନୁହେଁ ସାମାଜିକ ଉଦ୍ଭାବନ ର ମଧ୍ୟ ଆନେକ ଆବଶକ୍ୟତା ରହିଛି ବୋଲି ଆଲୋକପାତ କରିଥିଲେ, ସେହିପରି ବିଶ୍ଵବିଦ୍ୟଳୟର କୁଳପତି ଆତ୍ମନିର୍ଭରତା, ଯୁବଶକ୍ତି ଓ ସୁ ପାଠ୍ୟଖସଡା ଓ ନିରନ୍ତର ଚେଷ୍ଟା ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ |ସଭାରେ ସମ୍ମିଳନୀର ପୁସ୍ତକ କୁ ଉନ୍ମୋଚନ କରାଯାଇଥିଲା। ଏହାପରେ ଅଭିଜ୍ଞ ବ୍ୟକ୍ତି ବିଶେଷଙ୍କ ଦ୍ଵାରା ଏକ ଆଲୋଚନା ସଭା କରାଯାଇଥିଲା ।ଯେଉଁଥିରେ ମୁଖ୍ୟ ଅତିଥି ସହ, ଉତ୍କଳ ବିଶ୍ୱବିଦ୍ୟାଳୟର ଡଃ ରବୀନ୍ଦ୍ର ସ୍ଵାଇଁ, ସାଉଦି ଆରବର (ବାରହେନ୍ ବିଶ୍ୱବିଦ୍ୟାଳୟ)କଲେଜ ଅଫ ବିଜନେସ ଆଡମିନିଷ୍ଟ୍ରେସନର ଡକ୍ଟର ଶଶିକାନ୍ତ ତ୍ରିପାଠୀ, ଆଇ.ଆଇ.ଟି ଭୁବନେଶ୍ୱରରୁ ଡକ୍ଟର ଦୁଃଖବନ୍ଧୁ ସାହୁ, ଯୋଗଦାନ କରିଥିଲେ ।ତତ୍ପରେ ସମ୍ମିଳନୀର ବିଷୟ ଉପରେ ତିନୋଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଯେଉଁଥରେ ଅନେକ ଗବେଷକ ନିଜର ଗବେଷଣା ପତ୍ର ପରିବେଷଣ କରିଥିଲେ ।୩ଟି ଅଧିବେଶନରେ ୩ଟି ବିଶ୍ଵବିଦ୍ୟାଳୟରୁ ୩ଜଣିଆ ଅଧ୍ୟକ୍ଷ, ଡ଼.ରବୀନ୍ଦ୍ର କୁମାର ସ୍ବାଇଁ(ଉତ୍କଳ ବିଶ୍ୱବିଦ୍ୟାଳୟ), ପ୍ରଫେସର କିଶୋର କୁମାର ଦାସ(ରେଭେନ୍ସା ବିଶ୍ୱବିଦ୍ୟାଳୟ), ପ୍ରଫେସର କିଶୋର ଚନ୍ଦ୍ର ରାଉତ (ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ) ରହିଥିବା ବେଳେ ବକ୍ତା ଭାବେ ଡ଼.ବାମଦେବ ମିଶ୍ର (ପି.ଏନ. ସ୍ୱୟଂଚାଳିତ କଲେଜ, ଖୋର୍ଦ୍ଧା) ଡ଼. ମୋଜାହେଦୁଲ ଇସଲାମ ନାଏର (କିଟ୍ ବିଶ୍ୱବିଦ୍ୟାଳୟ), ଡ଼. ମନ୍ମଥ କୁମାର ନାୟକ (ଆର୍ୟ ସ୍କୁଲ ଅଫ ମ୍ୟାନେଜମେଣ୍ଟ ଏଣ୍ଡ ଇନଫର୍ମେସନ ଟେକ୍ନୋଲୋଜି ଭୁବନେଶ୍ୱର) ଯୋଗଦାନ କରିଥିଲେ। ଏବଂ ଉଦ୍ଘାଟନୀ ଦିବସର ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମାର୍ଚ୍ଚ ୪ ତଥା ଉଦଯାପନୀ ଦିବସରେ ପ୍ରଫେସର ଜଗନ୍ନାଥ ପଣ୍ଡା (ପୂର୍ବତନ ପ୍ରଫେସର ବାଣିଜ୍ୟ ବିଭାଗ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ) ମୂଖ୍ୟ ଅତିଥି , ଆଇ. ଆର୍.ଇ.ଏଲ୍ ରୁ ସି.ଏମ.ଏ ଜଗଦାନନ୍ଦ ନାୟକ ଏବଂ ଦୁବାଇରୁ ଡ଼. ମାନସ କୁମାର ମହାନନ୍ଦିଆ ବକ୍ତା ରୂପେ ଯୋଗଦାନ କରିଥଲେ।ସଭାର ଶେଷରେ ତିନୋଟି ଶ୍ରେଷ୍ଠ ଗବେଷଣା ପତ୍ରକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଉଦଯାପନୀ ସଭାରେ ବିଭାଗର ପୁର୍ବତନ ପ୍ରଫେସର ଜଗନ୍ନାଥ ପଣ୍ଡା ଯୋଗଦାନ କରିଥିଲେ ଏବଂ ଏହି ସମ୍ମିଳନୀର ପ୍ରାୟୋଜକ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସମ୍ମିଳନୀକୁ ସମ୍ମିଳନୀର ଆବାହକ ଡଃ. ମହେଶ୍ଵର ସେଠୀଙ୍କ, ଆୟୋଜକ ଶକ୍ତି ରଞ୍ଜନ ଦାଶ, ସହ ଆୟୋଜକ ଡଃ. ଚନ୍ଦ୍ରିକା ପ୍ରସାଦ ଦାସ ଓ ସଂଯୋଜକ ଡଃ. ଜିନିତା ପଟ୍ଟନାୟକ ବିଦ୍ୟାଧର ବେହେରା, ନିତ୍ୟ ରଞ୍ଜନ ତ୍ରିପାଠୀ ଆଦିଙ୍କ ମିଳିତ ଚେଷ୍ଠାରେ ଓ କୁଳପତିଙ୍କ ପ୍ରେରଣାରେ ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀର ସଫଳତା ପାଇଁ ବାଣିଜ୍ୟ ବିଭାଗଉଚ୍ଚ ପ୍ରଶଂସାର ଭାଜନ ହୋଇପାରିଛି।