May 10, 2026

ସମ୍ବଲପୁର ବିଶ୍ୱବିଦ୍ୟାଳୟ ତଥ୍ୟପ୍ରଯୁକ୍ତି ପ୍ରତିଷ୍ଠାନ ର ସ୍ଥାପନା ଦିବସ:୭୦ ଜଣ ଛାତ୍ର ଛାତ୍ରୀ କଲେ ରକ୍ତଦାନ 

IMG-20250306-WA0018
Share

 

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ତଥ୍ୟପ୍ରଯୁକ୍ତି ପ୍ରତିଷ୍ଠାନ (ସୁଇଟ)ର ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବୁର୍ଲା ମେଡ଼ିକାଲର ରକ୍ତ ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ରଣୀ ରକ୍ତଦାନ ସଂସ୍ଥା ତ୍ୟାଗ ସହଯୋଗରେ ଏ.ପି.ଜେ. ଅବ୍ଦୁଲ କଲାମ ଅଡିଟୋରିୟମରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଯାହା ଏକ ଉତ୍ତମ ଉଦ୍ଦେଶ୍ୟ ସାଧନ କରି ମଣିଷ ଜୀବନ ରକ୍ଷା କରିବାରେ ଅନ୍ୟତମ ଭୂମିକା ଗ୍ରହଣ କରିଥିବା ଆଜି ଆଲୋଚନା ହେଉଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀମାନଙ୍କ ଉତ୍ସାହପୂର୍ଣ୍ଣ ଭାଗୀଦାରୀ ଦେଖିବାକୁ ମିଳିଲା।ଯାହା ସମାଜିକ ଦାୟିତ୍ୱ ପ୍ରତି ଏସୟୁଆଇଆଇଟି ର ଅଂଗୀକାରକୁ ପ୍ରମାଣ କରାଇ ୭୦ ୟୁନିଟ ରକ୍ତଦାନ ସଂଗ୍ରହ ହୋଇଥିଲା।

ଏହି ଅବସରରେ ଡ଼ଃ ସୁଦର୍ଶନ ଜେନା, ନିର୍ଦ୍ଦେଶକ, ଏସୟୁଆଇଆଇଟି, ଶିବିରଟିର ଉଦ୍ଘାଟନ କରି ରକ୍ତଦାନର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଏସୟୁଆଇଆଇଟି ଓ ତ୍ୟାଗ ର ସମସ୍ତ ସହଯୋଗୀଙ୍କୁ ଏହି ମହତ୍ ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ଏହି ପରୋପକାରମୂଳକ କାର୍ଯ୍ୟକ୍ରମ ମଧ୍ୟମରେ ଅନେକ ଜୀବନ ରକ୍ଷା କରାଯାଇପାରିବ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଳ୍ପେଶ କୁମାର ଦାଉଡା, ଶାଶ୍ଵତ ଚିରନ୍ତନ ଏବଂ ଚରଣ ପୃଷ୍ଟି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ଶିବିରର ପରିଚାଳନା ଏବଂ ସଫଳତା ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ସତ୍ୟବ୍ରତ ରଥ, ଶକ୍ତି ସୌରଭ ରାଉତ, ସୁଭ୍ରନ୍ତ ନାୟକ, ସୁଭଜିତ ନାୟକ ଏବଂ ରିତେଶ ପଳେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଏହି ଅବସରରେ ରକ୍ତଦାତାମାନଙ୍କ ଉତ୍ସାହ ଦ୍ୱାରା ୭୦ ଜଣ ଛାତ୍ର ଛାତ୍ରୀଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା, ଯାହା ଆବଶ୍ୟକତାମୂଳକ ରୋଗୀମାନଙ୍କ ସହାୟତା କରିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ସମ୍ପର୍କରେ ଜାଗରୁକତା ବୃଦ୍ଧି କରାଯାଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମାଜସେବାର ଭାବନା ଉତ୍ପନ୍ନ କରିଥିଲା।

ତ୍ୟାଗର ପ୍ରତିନିଧିମାନେ ଏସୟୁଆଇଆଇଟିର ପ୍ରଶାସନ, ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ମାନଙ୍କର ପ୍ରତି ଅପାର କୃତଜ୍ଞତା ଜଣାଇଥିଲେ।

ବୁର୍ଲା ରକ୍ତଭଣ୍ଡାର ରକ୍ତ ସଂଗ୍ରହ କରିଥିଲା। ଡ ସଞ୍ଜୟ ପଟ୍ଟନାୟକ,ଡ ସନ୍ତୋଷ କାନୁନଗୋ, ବିରଂଚି ମହାପାତ୍ର, ପ୍ରଶାନ୍ତ ମହାନ୍ତି, ଲକ୍ଷ୍ମୀ ପ୍ରଧାନ, ମଣ୍ଟୁ ପ୍ରଧାନ, ବିଯିଁନ୍ଦର ସିଂ, ତପନ ବେହେରା ପ୍ରମୁଖ ଶିବିର ପରିଚାଳନା କରିଥିଲେ। ସଂଗୃହିତ ରକ୍ତ ସିକିଲସେଲ ରୋଗୀ ଓ ଥାଲାସେମିଆ ରୋଗୀଙ୍କ ପାଇଁ ଦିଆଯିବ ବୋଲି ତ୍ୟାଗ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।