May 14, 2026

ଅଦ୍ୟ ତା :- ୫.୦୩.୨୦୨୫ ରିଖ ଦିନ ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଦିବସ ଅବସର ରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଙ୍କ ନେତୃତ୍ଵ ରେ ପ୍ରାତଃ ୧୦.୦୦ ଘଟିକା

IMG-20250305-WA0069
Share

ଅଦ୍ୟ ତା :- ୫.୦୩.୨୦୨୫ ରିଖ ଦିନ ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଦିବସ ଅବସର ରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଙ୍କ ନେତୃତ୍ଵ ରେ ପ୍ରାତଃ ୧୦.୦୦ ଘଟିକା ସମୟରେ ଶ୍ରୀ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ,ମେଡିକାଲ ଛକ ସ୍ଥିତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା ଏବଂ ସନ୍ଧ୍ୟା ୬.୦୦ ଘଟିକା ସମୟରେ ” ସଂସ୍କୃତି ଭବନ” ପୁରୀ ଠାରେ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମ ରେ ଅନେକ ବରିଷ୍ଠ ନେତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ପୁରୀ ବାର୍ ଆସୋସିଏସନ୍ ସଭାପତି ଆଦିତ୍ୟ ହୃଦୟ ମିଶ୍ର, ପୁରୀ ଜିଲ୍ଲା ଯୁବ ଜନତା ଦଳ ସଭାପତି ନାରାୟଣ ସ୍ବାଇଁ,ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ବିଜୁ ଜନତା ଦଳର ବରିଷ୍ଠ ନେତା କୃଷ୍ଣ ଚନ୍ଦ୍ର ପଣ୍ଡା, ସ୍ତମ୍ବକାର ବଦ୍ରି ମିଶ୍ର,ପୂର୍ବତନ କାଉନ୍ସିଲର୍ କେ. କାତା ରାଓ , ପୂର୍ବତନ ପବ୍ଲିକ ପ୍ରସିକୃଟର ବିଜୟ କୁମାର ମିଶ୍ର, ବରିଷ୍ଠ ନେତା ସଦାଶିବ ପ୍ରଧାନ, ବାବୁଲି ବାରିକ, ସୌମ୍ୟରଞ୍ଜନ ମହାନ୍ତି, ବିଶ୍ୱକେତନ ଦାସ, ବାଲିପୁଟ ପୂର୍ବତନ ସରପଞ୍ଚ ବାବାଜୀ ଫାରକ୍, ବିଜୁ ଛାତ୍ର ଜନତା ଦଳ ର ଜିଲ୍ଲା ସମ୍ପାଦକ ରାଜେଶ ତ୍ରିପାଠୀ , ନିଖିଲ ଦାସ ,ବିଜୁ ଯୁବ ଜନତା ଦଳ ଜିଲ୍ଲା ସମ୍ପାଦିକା ରୋଜାଲିନ ନାୟକ ,ନାରୀନେତ୍ରୀ ସନ୍ଧ୍ୟାରାଣୀ ଭଟ୍ଟ, ଅରୁଣିମା ନନ୍ଦ, ବିନୋଦିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ