May 10, 2026

ବିଜୁ ପଟ୍ଟନାୟକ ଜୟନ୍ତୀ ପାଳିତ   

IMG-20250305-WA0013
Share

 

 

ଖୋର୍ଦ୍ଧା-( ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ପାଳିତ ହୋଇଯାଇଅଛି । ଖୋର୍ଦ୍ଧା ବିଜୁ ଜନତା ଦଳ ପକ୍ଷ ରୁ ବିଜୁ ପଟ୍ଟନାୟକ ପାର୍କ ରେ ଥିବା ପ୍ରତିମୂର୍ତ୍ତି ରେ ମାଲ୍ୟାପର୍ଣ୍ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ବେଗୁନିଆର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ବ ରେ ବିଜୁ ଯୁବ ପ୍ରେମୀ ଏକ ବାଇକ୍ ରାଲୀ ରେ ସହର ପରିକ୍ରମା କରି ବିଜୁ ପଟ୍ଟନାୟକ ଅମର ରହେ ନାରା ଦେଇଥିଲେ। ପରେ ପରେ ଶ୍ରୀ ସାହୁ ଙ୍କ ପୌରହିତ୍ୟ ରେ ଏକ ଶ୍ରଦ୍ଧାଞ୍ଜଳୀ ସଭାରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ସଭ୍ୟ, ଟାଙ୍ଗି ବ୍ଲକ ଅଧ୍ୟକ୍ଷା, ସରପଞ୍ଚ, କାଉନସିଲର ଏବଂ ବିଜୁ ପ୍ରେମୀ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ସଭ୍ୟ ବିଜଏ ପାଲଟା ସିଂହ, ବିଜୁ ବାବୁଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ।ବିଜୁ ବାବୁଙ୍କ ନୀତି ଓ ଆଦର୍ଶ ରେ ପରିଚାଳିତ ବିଜୁ ଜନତା ଦଳ ର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ସମସ୍ତେ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ଲୋକଙ୍କ ସେବା କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ।