May 14, 2026

ଉମରକୋଟ ବ୍ଲକ ଅନ୍ତର୍ଗତ ବାଟିବେଡା ଠାରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ……..

IMG-20250304-WA0003
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ବାଟିବେଡା ସ୍ଥିତ ଆଶ୍ରମ ବିଦ୍ୟାଳୟ ର ପରିଚାଳକ ମହେନ୍ଦ୍ର ପ୍ରସାଦ ମାଳି ଅବସର ନେଇଥିଲେ। ତାଙ୍କ ଅବସର ରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ, ବିଦ୍ୟାଳୟ ରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଭାବୁକ ହୋଇପଡ଼ିଥିଲେ। ତାଙ୍କୁ ପୁଷ୍ପମାଲ୍ୟ ଓ ମାନପତ୍ର ଅର୍ପଣ କରି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ବିଦ୍ୟାଳୟ ପରିସରରେ କରାଯାଇଥିଲା। ଏହି ବିଦାୟ ସମ୍ବର୍ଦ୍ଧନା ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଫର୍ମସିସ ନାଗ ଙ୍କ ସଭାପତିତ୍ୱ କରିଥିବା ବେଳେ ସହକାରୀ ଶିକ୍ଷକ ସ୍ମୃତି ରଞ୍ଜନ ରାଉତ, ଆଶିଷ କୁମାର ନାୟକ,ସୁଧୀର କୁମାର ସେଠ, ଦିନେଶ ମେହେର, ଅନିତା ବେହେରା, ଅତିଥି ଶିକ୍ଷକ ଭାବେ ଜ୍ୟୋସ୍ନାମୟୀ ସାହୁ, ଦେବଦତ୍ତ ତୁରୁକ, ସମସ୍ତ ସେବାୟତ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।