May 13, 2025

ଉମରକୋଟ ବ୍ଲକ ଅନ୍ତର୍ଗତ ଜିରାଗୁଡା ଠାରେ “ତ୍ରିଦିବସୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା” ଅନୁଷ୍ଠିତ…………..

Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ)ଉମରକୋଟ ବ୍ଲକ ଅନ୍ତର୍ଗତ ଜିରାଗୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ତ୍ରିଦିବସୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ସ୍ଥାନୀୟ ଜୀରାଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି।ଚଳିତ ମାସ ୧୮ ରୁ ୨୦ ତାରିଖ ତିନିଦିନ ଧରି ହୋଇଥିବା ଏହି କର୍ମଶାଳାକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମଧୁସୂଦନ ଜେନା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।

ଏହି କର୍ମଶାଳାରେ ଉଭୟ ମୌଳିକ ସଂଖ୍ୟାଜ୍ଞାନ ଓ ଭାଷା ବିଭାଗରେ ୧୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ। ସାଧନ କେନ୍ଦ୍ର ସଂଯୋଜକ ମଧୁସୂଦନ ଜେନାଙ୍କ ସଭାପତିତ୍ବ ରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କାରାଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ବେହେରା ଯୋଗ ଦେଇ ପ୍ରାଥମିକ ଶିକ୍ଷାରେ ଶିକ୍ଷଣ ସାମଗ୍ରୀ ର ଗୁରୁତ୍ଵ ଉପରେ ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ତ୍ରିନାଥ ବିଶୋଇ ,ରମାକାନ୍ତ ସମରଥ,ପ୍ରଧାନ ଶିକ୍ଷକ ବି ଶିବାନନ୍ଦ ପ୍ରସାଦ,ଶଶାଙ୍କ ମଣ୍ଡଳ ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ତୁଳସିଦାସ ମୁଦୁଲି,ମନୋଜ କୁମାର ସାହୁ,ଖଗପତି ଗୌଡ଼, ରବୀନ୍ଦ୍ର ଚଲାଣ , ଜ୍ଞାନରଞ୍ଜନ ସାହୁ, କମଳ ଲୋଚନ ଭତ୍ରା,ପଙ୍କଜ ସୁନାନି,ଭଗବାନ ସେଟ, ଶିକ୍ଷୟତ୍ରୀ ଅନିତା ପାଣି , ମାନସୀ ଦାସ ,ଲୀଳାଲିନ ବେହେରା, ଶୀମା ରାଉତ,ସୁଶୀଳାରାଣୀ ବିଶ୍ୱାସ, ଆଦ୍ୟାଶକ୍ତି ସାମଲ,ସୁଚିତ୍ରା ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ଶଶାଙ୍କ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed