September 25, 2026

ସାନଖିଲାପଦର ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ 

IMG-20250220-WA0005
Share

କୋଲନାର : ( ସଞ୍ଜୀବ କୁମାର କଣ୍ଡାଗରୀ ) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ କୈଳାଶପୁର ଗ୍ରାମ ପଞ୍ଚାୟତର ସାନଖିଲାପଦର ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରସିଂହ ଶତପଥୀଙ୍କ ସଭାପତିତ୍ବରେ ଆୟୋଜିତ ବାର୍ଷିକ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଞ୍ଜୁଲତା ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଆରସିସି ଡାଳିମ୍ବ ସୂର୍ଯ୍ୟ, ସ୍ଥାନୀୟ ସରପଞ୍ଚ ହେମାବତୀ କଣ୍ଡାଗରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସାନ୍ତା କିଲାକା, ବିଦ୍ୟାଳୟ ଆଲୁମିନା କମିଟି ସଭାପତି ମୋହନ କଣ୍ଡାଗରୀ, ପ୍ରୟତ୍ନ ସ୍ବେଚ୍ଛାସେବୀ ସଂସ୍ଥାର ସ୍ମରଣିକା ଦାସ ଓ ଏମ. ଧନଲକ୍ଷ୍ମୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଅତିଥିଙ୍କୁ ଚାରା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ପରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଏସ୍.ମୋହନ ରାଓ ବାର୍ଷିକ ବିବରଣୀ ପାଠ କରିଥିଲେ | ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣିଦେଇ ଥାଏ ବୋଲି ଉପସ୍ଥିତ ଅତିଥିଗଣ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ | ବାର୍ଷିକ କ୍ରୀଡାର କୃତୀ ଛାତ୍ରଛାତ୍ରୀ ଏବଂ ଚଳିତ ଶିକ୍ଷା ବର୍ଷର ଅର୍ଦ୍ଧ ବାର୍ଷିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥି ଦ୍ଵାରା ପୁରସ୍କୃତ କରି ଉତ୍ସାହିତ କରିଥିଲେ | ପରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ଏହି ଅବସରରେ ବିଦ୍ୟାଳୟ ତରଫରୁ ଆୟୋଜିତ ଆମ ସଂସ୍କୃତି, ଆମ ଖେଳନା, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ, ଗଣିତ ଓ ବିଜ୍ଞାନ ଟି.ଏଲ୍.ଏମ କର୍ମଶାଳା ଷ୍ଟଲ ଉପସ୍ଥିତ ଅତିଥି ମାନେ ପରିଦର୍ଶନ କରିଥିଲେ | ଏଥିରେ ଜିଲ୍ଲା ଶିକ୍ଷକ ସଂଘ ସଭାପତି ବି. ନାଗରାଜୁ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଦୀପକ କୁମାର ସାହୁ, ସୁରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ଚିନ୍ତାଡା, ମୁକୁନ୍ଦପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମୁଲ୍ୟ ମାଳି, ସହକାରୀ ଶିକ୍ଷକ ଦେବେନ୍ଦ୍ର ଦୋରା, କୈଳାଶପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜି.ଧର୍ମାରାଓ ଓ କିଆମୁଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଦୟନାଥ ଖୋସଲା ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ | କ୍ଲଷ୍ଟରର ପୂର୍ବତନ ସିଆରସିସି ଅଭୟ କୁମାର ମଲ୍ଲିକ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଉମାଶଙ୍କର ମାରୀ, ଲାଚାନା କଣ୍ଡାଗରୀ, ଶିକ୍ଷୟିତ୍ରୀ ସୁନାବତୀ ପାଲାକା ଓ ମାଳତୀ କଣ୍ଡାଗରୀ ଉପସ୍ଥିତ ରହି ସହଯୋଗ କରିଥିଲେ | ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ |