ତିନିପୁଅ ଘରକୁ ଫେରେଇ ଆଣିଲେ ବିତାଡିତା ବିଧବା ମାଆ କୁ l

କୁଜଙ୍ଗ
ଅନେକ ଆଶା ଭରଷା ଓ ଆଗାମୀ ବଂଶ କୁ ଆଖିରେ ଦେଖି ସଂସାର ଛାଡ଼ିବା ପାଇଁ ସବୁ ବାପା ମାଆ ଙ୍କ ଇଛା l କିନ୍ତୁ ବଦଳି ଯାଇଛି ସମୟ ଆଉ ସଂସ୍କାର l ପୁଅ ବଡ ହେଇଗଲା ପରେ ବିବାହ ବନ୍ଧନ ବିଚ୍ଛେଦ ଆଣି ଦେଉଛି ବାପା ମାଆ ଆଉ ପୁଅ ମାନଙ୍କ ମଧ୍ୟରେ !ନିକଟରେ ଏଭଳି ଏକ ସଂଗୀନ ଅଭିଯୋଗ କୁଜଙ୍ଗ ଥାନାରେ ଦାଖଲ କରିଥିଲେ କୁଜଙ୍ଗ ବ୍ଲକ ଅଧୀନ ଜାଲପଦା ଗ୍ରାମର ବିଧବା ମହିଳା ବାସନ୍ତୀ ସାହୁ l ଯେ କି ଦୀର୍ଘ ୨୦ ବର୍ଷରୁ ଅଧିକ ଦିନ ହେବ ସ୍ୱାମୀ ଙ୍କୁ ହରେଇ ତିନି ପୁଅଙ୍କ ମୁହଁକୁ ଅନେଇ ବାକି ଜୀଵନ ବିତେଇ ଆସୁଥିଲେ l ମାତ୍ର ବିଭିନ୍ନ ପାରିବାରିକ ପରିସ୍ଥିତି ମଧ୍ୟରେ ଭୁଲ ବୁଝାମଣା ହୋଇ ତିନି ପୁଅ ନିଜ ମାଆ ବାସନ୍ତୀ କୁ ଘରୁ ବାହାର କରିଦେଇଥିଲେ l ଅନେକ ଦୁଃଖ ଯନ୍ତ୍ରଣା ମଧ୍ୟରେ ଗତିକରୁଥିବା ମାଆ ବାସନ୍ତୀ ନିଜ ବାପଘରେ ବିଧବା ମାଆ ପାଖରେ ରହିଆସୁଥିଲା l ଏହି ସମସ୍ତ ବିଷୟ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବ୍ୟାସ ଫାଉଣ୍ଡେସନ ଜାଣିବା ପରେ ଉଭୟ ମାଆ ପୁଅଙ୍କ ମଧ୍ୟରେ ଆପୋଷ ମିଳାମିଶା ପାଇଁ ପ୍ରୟାସ କରି ଥିଲେ l ଥାନାରେ ଦିଆଯାଇଥିବା ଲିଖିତ ଅଭିଯୋଗକୁ ଭିତ୍ତିକରି ଉପଜିଲ୍ଲାପାଳ
ଙ୍କ ନିର୍ଦ୍ଦେଶ, ବ୍ୟାସ ଫାଉଣ୍ଡେସନ ଓ କୁଜଙ୍ଗ ପୋଲିସ ଙ୍କ ହସ୍ତକ୍ଷେପ ଫଳରେ, ପୁଅ ମାନଙ୍କ ନିଷ୍ପତ୍ତି ବଦଳି ଯାଇଥିଲା l ନିଜ ଭୁଲ ବୁଝି ପାରି ମାଆ କୁ ଘରକୁ ଫେରେଇ ନେବାକୁ ଥାନାରେ ଲିଖିତ ପତ୍ର ଦେବା ପରେ, ଥାନାଧିକାରୀ ଉଭୟଙ୍କୁ ବହୁ ବୁଝାବୁଝି କରି ଘରକୁ ପଠାଇ ଥିଲେ l ସମାଧାନ ଅନୁସାରେ ତିନିପୁଅ ମାଆ ବାସନ୍ତୀ ଙ୍କୁ ଖୁସିରେ ରଖିବା ସହିତ ଖାଇବା ପିଇବା, ଔଷଧ ଖର୍ଚ୍ଚ ସବୁ ପ୍ରକାର ଦାୟିତ୍ୱ ବହନ କରିବେ l ଯେବେ ଏହି ସମସ୍ତ କାର୍ଯ୍ୟରେ ବ୍ୟତିକ୍ରମ ଦେଖିବାକୁ ମିଳେ ତେବେ ମାଆ ବାସନ୍ତୀ ସାହୁ ବାଧ୍ୟହୋଇ ଆଇନ ର ଆଶ୍ରୟ ନେବେ l
ତେବେ ଦେଖିବାକୁ ରହିଲା ଆଗାମୀ ସମୟରେ ବାସନ୍ତୀ ସାହୁ ଶାନ୍ତିରେ ପୁଅ ମାନଙ୍କ ସହିତ ରହୁଛନ୍ତି ନା ଆହୁରି ବିଗିଡି ଯାଉଛି ମାଆ ପୁଅର ସମ୍ପର୍କ l
ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର…।