ସାମାଜିକ ସୁରକ୍ଷା ଯୋଜନା ସମାବେଶ ଓଡ଼ିଶାରେ ପ୍ରଥମ :କବରାପାଲି ଅଟଳ ଗାଁରେ ସାମିଲ

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ):
ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ କବରାପାଲି ପଞ୍ଚାୟତ ସଦର କବରାପାଲିକୁ ଅଟଳ ଗାଁ ପ୍ରକଳ୍ପରେ ସାମିଲ କରାଯିବା ନେଇ ଆଜି ଆୟୋଜିତ ସାମାଜିକ ସୁରକ୍ଷା ଯୋଜନା ସମାବେଶରେ ଘୋଷଣା କରାଯାଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏହି ଗ୍ରାମକୁ ପୌଷ୍ୟଗ୍ରାମ ଭାବେ ଗ୍ରହଣ କରାଯାଇ ଭାରତର ଦ୍ଵିତୀୟ ଓ ରାଜ୍ୟର ପ୍ରଥମ ଗ୍ରାମର ମାନ୍ୟତା ଦିଆଯାଇଥିବା ଏହି ସମାବେଶରେ ବ୍ୟାଙ୍କର ମୁଖ୍ୟ ମହା ପ୍ରବନ୍ଧକ ଦୀନେଶ ପୃଷ୍ଟି ଘୋଷଣା କରିଥିଲେ।
ସୂଚନା ଓ ଯୋଗାଯୋଗ ଲୋକଙ୍କ ମଧ୍ୟରେ ଛୁଇଁ ପାରିଲେ ସମସ୍ତଙ୍କ ମଧ୍ୟ୍ୟରେ ଏକତା ଓ ସଂହତି ସ୍ଥାପନା ହୋଇ ସାମାଜିକ ସୁରକ୍ଷାର ସମସ୍ତ ବାଟ ଖୋଲିଥାଏ। ଯାହା କବରପାଲି ଏକ ସ୍ପଷ୍ଟ ଉଦାହରଣ ବୋଲି ସିଜିଏମ ଶ୍ରୀ ପୃଷ୍ଟି କହି ଗ୍ରାମର ରାମ ନବମୀର ଉଦାହରଣ ଦେଇ ଐତିହ୍ୟ ଓ କ୍ରୀଡା କ୍ଷେତ୍ରରେ ପାରଦର୍ଶିତାକୁ ଭୁୟସୀ ପ୍ରଂଶସା କରିଥିଲେ।
ଆୟୋଜିତ ସଭାରେ ଉତ୍ତରାଞ୍ଚଳ ଆରଡିସି ସଚିନ ରାମଚନ୍ଦ୍ରନ ମୁଖ୍ୟଅତିଥି ଭାବେ ଯୋଗଦେଇ ସଞ୍ଚୟହିଁ ଜୀବନ ଧାରଣର ମୁଖ୍ୟ ଓ ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତ ଯୋଜନା ସମ୍ପର୍କରେ ଆଲୋଚନା କରି ସାମାଜିକ ସୁରକ୍ଷା ଉପରେ ଲୋକଙ୍କ ଭାଗିଦାରିତାକୁ ଗୁରୁତ୍ୱ ଦେବାକୁ ସେ କହିଥିଲେ।ସଭାରେ ଅନ୍ୟ ମାନଙ୍କ ମଧ୍ୟ୍ୟରେ ଡିଜିଏମ ସଞ୍ଜୟ କୁମାର ଝା, ଆରଏମ ମାନସ ରଞ୍ଜନ ପ୍ରଧାନ, ଜୁଯୋମୁରା ବ୍ଲକ ଅଧ୍ୟକ୍ଷା ମମତା ନାଏକ, ଜୁଯୋମୁରା ଜିଲ୍ଲାପରିଷଦ-୧ ଜୋନ ସଭ୍ୟା କବିତା ସାହୁ, କବରାପାଲି ସରପଞ୍ଚ ଅନ୍ତର୍ଜାମୀ ପଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଏଠାରେ ସୂଚନା ଯୋଗ୍ୟଯେ, ପୂର୍ବରୁ ଗାଁରେ ଏକ ସ୍ବତନ୍ତ୍ର ଶିବିର କରାଯାଇ ଯାହାର ଷ୍ଟେଟବ୍ୟାଙ୍କରେ ଆକାଉଣ୍ଟ ନାହିଁ ସେମାନଙ୍କର ଆକାଉଣ୍ଟ ଖୋଲାଯାଇଥିଲା। ଆଞ୍ଚଳିକ ପ୍ରଶାସନିକ କାର୍ଯ୍ୟାଳୟର କର୍ମଚାରୀଙ୍କ ସହ ସ୍ବୟଂସହା ସହାୟକ ଗୋଷ୍ଠୀ କର୍ମକର୍ତ୍ତାମାନେ ଘରକୁ ଘର ବୁଲି ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ନେଇ ପ୍ରତି ପରିବାରକୁ ସଚେତନ କରିଥିଲେ।
କବରାପାଲି ଗ୍ରାମକୁ ଅଟଳ ପୋଷ୍ୟ ଗ୍ରାମ ଭାବେ ଏସବିଆଇ ଗ୍ରହଣ କରିବା ପରେ ଗ୍ରାମରେ ଅଟଳ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର, ପ୍ରଧାନମନ୍ତ୍ରୀ ସ୍ବନିଧ୍ ଯୋଜନା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଏସବିଆଇ ମାଧ୍ୟମରେ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଏହି ସବୁ ଶ୍ରେଣୀର ହିତାଧିକାରୀ ମାନଙ୍କୁ ବ୍ୟାଙ୍କ ପକ୍ଷରୁ ଅର୍ଥରାଶି ସହିତ ସମ୍ମାନିତ କରାଯାଇଥିଲା।
ଅଟଳ ଗ୍ରାମ ହେବା ଦ୍ୱାରା ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ କରାଇବା ଦିଗରେ ମଧ୍ୟ ପ୍ରାଧାନ୍ୟ ମିଳିବ।ଏଥିପାଇଁ କବରାପାଲି ପଞ୍ଚାୟତରେ ଚଳିତ ବର୍ଷ ଅଟଳ ପେନସନ ଯୋଜନାରେ ଏକ ହଜାର ଏବଂ ସୂର୍ଯ୍ୟ ଘର ଯୋଜନାରେ ଶହେ ଘରକୁ ସାମିଲ କରାଯିବାର ପ୍ରାଥମିକ ଭାବେ ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ପ୍ରବନ୍ଧକ ରାଜେନ୍ଦ୍ର ସାହୁ, ପ୍ରବନ୍ଧକ ପ୍ରକାଶ ଚନ୍ଦ୍ର ସାହୁ, ଉପ ପ୍ରବନ୍ଧକ ପ୍ରଦୀପ କୁମାର ସାହୁ, ଏଜିଏମ ଶ୍ୟାମ ସୁନ୍ଦର ଠାକୁର ଓ ଆଞ୍ଚଳିକ ପ୍ରଶାସନିକ କାର୍ଯ୍ୟାଳୟ କର୍ମଚାରୀମାନେ ଉପସ୍ଥିତ ରହି ଅଟଳ ଗାଁ ର ଆଭିମୁଖ୍ୟ ଓ ଭବିଷ୍ୟତ ଲକ୍ଷ ଉପରେ ଜନ ସଚେତନତା ସୃଷ୍ଟି କରିଥିଲେ। ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଭଳି ହିତାଧିକାରୀ ଉତ୍ସାହିତ ସେବାକୁ ଗ୍ରାମବାସୀ ଉତ୍ସାହର ସହିତ ଗ୍ରହଣ କରି ସାମାଜିକ ଓ ଅର୍ଥନୈତିକ ସେବାରେ ସେମାନଙ୍କ ଭାଗିଦାରିତାକୁ ବଜାୟ ରଖିବେ ବୋଲି କହି ଗ୍ରାମ ପ୍ରବେଶ ଦ୍ୱାରରୁ ଅତିଥି ମାନଙ୍କୁ ଉଜ୍ଜସିତ ସମ୍ବର୍ଦ୍ଧନା ଦେଇଥିଲେ। ଏହି ଅବସରରେ ସମ୍ବଲପୁରୀ କଣ୍ଠ ଶିଳ୍ପୀ ପଦ୍ମିନୀ ଦୋରା ଓ ତାଙ୍କ ସାଥି ମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ। ଶେଷରେ ପଡିଆବାହାଲ ବ୍ୟାଙ୍କ ମ୍ୟାନେଜର ଅମ୍ରିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ସଭାଶେଷରେ କବରାପାଲି ଗ୍ରାମକୁ ଆଲୋକ ସୌନ୍ଦର୍ଯ୍ୟକରଣରେ ସାମିଲ କରାଯିବାକୁ ଗ୍ରାମରେ ସୋଲାର ଲାଇଟ ଲଗାଯିବାକୁ ଏସବିଆଇ ପକ୍ଷରୁ ଘୋଷଣା କରାଯାଇଥିଲା।