May 10, 2026

ପଞ୍ଚମୁଖୀ ହନୁମାନ ମନ୍ଦିର ପାଇଁ ଭୂମି ପୂଜନ 

IMG-20250214-WA0067
Share

 

ସମ୍ବଲପୁର: ପଡିଆବାହାଲ ସାପ୍ତାହିକ ବଜାର ଠାରେ ଏକ ପଞ୍ଚମୁଖୀ ହନୁମାନ ମନ୍ଦିର ନିର୍ମାଣ କରିବା ପାଇଁ ଆଜି ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

 

ବଜରଙ୍ଗବାଲି ଆଞ୍ଚଳିକ କମିଟି ପକ୍ଷରୁ ଆୟୋଜିତ ଏହି ଭୂମିପୂଜନରେ ପଣ୍ଡିତ ମହେଶ୍ୱର ନାୟକ ପୌରହିତ୍ୟ କରିଥିବା ବେଳେ ଡାକ୍ତର ରାଜାରାମ ଷଡ଼ଙ୍ଗୀ କର୍ତ୍ତା ଦାୟିତ୍ୱ ବହନ କରିଥିଲେ। ଏହି ଅବସରରେ କମିଟି ସଭାପତି ଶକ୍ତି ପ୍ରସନ୍ନ ବଡ଼ପଣ୍ଡା, ଉପସଭାପତି ପ୍ରମୋଦ ମଗର, ସରପଞ୍ଚ ସରସ୍ବତୀ ଭୋସାଗର, ସମ୍ପାଦକ ଗଣେଶ ଭୋଇ, କୋଷାଧ୍ୟକ୍ଷ କେଶବ ମେହେର,ଦୁର୍ଗେସ ସାହୁ,ସଞ୍ଜୀବ ଭୋଇ, ଅଶୋକ ରାୟ, ବରୁଣ କୁମାର ସାହୁ,ଶୁକ ମେହେର, ମୁନା ମେହେର, ମୁନା ଭୋଇ,କୈଳାସ ଅଗ୍ରୱାଲ, ମୋହନ ଚରଣ ସାହୁ,ମୁନା ମହାନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ। ଖୁବ ଶୀଘ୍ର ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ହନୁମାନ ଜୟନ୍ତୀ ଦିନ ପ୍ରତିଷ୍ଠା କରାଯିବାକୁ ଲକ୍ଷ ରଖାଯାଇଛି।