February 23, 2025

ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ ଜୈବ ଉର୍ବରକ ମଡେଲ ର ତାଲିମ ଶିବିର………

Share

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ ବଡ କୁମାରୀ ଗ୍ରାମ ରେ ଓଡ଼ିଶା କୃଷି ବିଭାଗର CRRI , ଜୈବ ଉର୍ବରକ ମଡେଲ ଉପରେ ତାଲିମ ଓ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା।ଡ. ଉପେନ୍ଦ୍ର କୁମାର ଏହି ପ୍ରକଳ୍ପ ର ମୁଖ୍ୟ ଅନୁସନ୍ଧାନକାରି ଅଟନ୍ତି । କ୍ଷତିକାରକ ରାସାୟନିକ ସାର ର ଦୁଷ୍ପ୍ରଭାବକୁ ଆଖି ଆଗରେ ରଖି ଜୈବିକ ସାରର ଲୋକପ୍ରିୟତା ଉପରେ ଓଡିଶା ସରକାର ଗୁରୁତ୍ବ ଆରୋପ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ କୁ (CRRI) ସି ଆର୍ ଆର୍ ଆଇ ର ବରିଷ୍ଠ ବୈଜ୍ଞାନିକ ଡ. ଉପେନ୍ଦ୍ର କୁମାର ଓ ମୁଖ୍ୟ ବୈଜ୍ଞାନିକ ଡ. ବିଶ୍ୱଜିତ୍ ମଣ୍ଡଳ ସଂଯୋଜନା କରି ନିଜ ନିଜର ମନ୍ତବ୍ୟ ରଖିଥିଲେ। ରାସାୟନିକ ସାର ର ବ୍ୟବହାର ଯୋଗୁ ହେଉଥିବା ପ୍ରଦୂଷଣ ଏବଂ ଖର୍ଚ୍ଚ ବହୁଳ କୁ ଦୃଷ୍ଟି ରେ ରଖି ଏନ୍ ଆର୍ ଆର୍ ଆଇ ର ଡି-କମ୍ପୋଜର ବ୍ୟବହାର କରି କିପରି ଧାନ ନଡାରୁ ଉତ୍ତମ ମାନର ଜୈବିକ ସାର ପାଇପାରିବେ ତା’ର ପ୍ରଦର୍ଶନ କରି ଚାଷୀଙ୍କୁ ବୁଝାଇଥିଲେ। ବରିଷ୍ଠ ବୈଜ୍ଞାନିକ ତଥା କେକେବି ନବରଙ୍ଗପୁର ଜିଲ୍ଲା ର ମୁଖ୍ୟ ଡ. ଶଶାଙ୍କ ଲେଙ୍କା ଏଠାରେ ଉପସ୍ଥିତ ଥିଲେ। ଡ. ଶଶାଙ୍କ ଲେଙ୍କା ପନିପରିବା ଚାଷରେ ଜୈବିକ ସାର ର ବ୍ୟବହାର ବିଷୟରେ ବିସ୍ତୃତ ଭାବେ ଚାଷୀ ଙ୍କ ସାମ୍ନାରେ ବର୍ଣ୍ଣନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରକଳ୍ପର ଅନ୍ୟ ଟେକ୍ନିକାଲ ସଦସ୍ୟ ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ। ପାଖାପାଖି ୧୦୦ ରୁ ଉର୍ଦ୍ଧ୍ୱ କୃଷକ ଓ ମହିଳା କୃଷି ଜିବୀ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଥିଲେ। ମା ପେଣ୍ଡ୍ରାଣି କୃଷି ଉତ୍ପାଦକ କମ୍ପାନୀ ଲିମିଟେଡ, ଉମରକୋଟ ତଥା ଝରିଗାଁ ର ମାଉଲି ମା ମକା ଉତ୍ପାଦକ କମ୍ପାନୀ ଲିମିଟେଡ ର କୃଷକ ମାନେ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ଥିଲେ।